Durga Puja: ନକ୍ଷତ୍ର ନ୍ୟୁଜ୍ ପରିବାର ପକ୍ଷରୁ ଦୁର୍ଗାପୂଜା ଓ ବିଜୟା ଦଶମୀର ଶୁଭେଚ୍ଛା
ମା’ ଦୁର୍ଗାଙ୍କ ଆଗମନରେ ସାରା ଓଡ଼ିଶା ଭକ୍ତିମୟ ଓ ଉତ୍ସବମୁଖର। ପବିତ୍ର ଦୁର୍ଗାପୂଜା ଓ ବିଜୟା ଦଶମୀ ଅବସରରେ ନକ୍ଷତ୍ର ନ୍ୟୁଜ୍ ପରିବାର ପକ୍ଷରୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା |

ଆଜି ଶୁକ୍ଳପକ୍ଷ ନବମୀ ତିଥି ଅପରାହ୍ନ ୧୨ଟା ୫୦ ମିନିଟ୍ ପର୍ଯ୍ୟନ୍ତ ରହିବ | ଏହାପରେ ଦଶମୀ ତିଥି ଆରମ୍ଭ ହେବ |ପବିତ୍ର ଦୁର୍ଗାପୂଜା ଓ ବିଜୟା ଦଶମୀ ଅବସରରେ ନକ୍ଷତ୍ର ନ୍ୟୁଜ୍ ପରିବାର ପକ୍ଷରୁ ସମଗ୍ର ଓଡ଼ିଶାବାସୀ, ପାଠକ, ଦର୍ଶକ ଓ ସମସ୍ତ ଶୁଭେଚ୍ଛୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି | ମା’ ଦୁର୍ଗାଙ୍କ ଆଗମନରେ ସାରା ରାଜ୍ୟରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ପୂଜାକୁ ନେଇ ଦେଖିବାକୁ ମିଳୁଛି ଉତ୍ସାହ ଓ ଉଦ୍ଦୀପନା। ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ତୋରଣ, ସୁନ୍ଦର ସାଜସଜ୍ଜା ଓ ମନମୁଗ୍ଧକର ପୂଜା ମଣ୍ଡପ ଶ୍ରଦ୍ଧାଳୁଙ୍କ ମନ ମୋହୁଛି। ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ବେଳେ ଉତ୍ସବମୁଖର ହୋଇଉଠିଛି ସମଗ୍ର ସହର। ମା’ଙ୍କ ଦର୍ଶନ ସହ ପୂଜାର ଆନନ୍ଦ ଉପଭୋଗ କରୁଛନ୍ତି ହଜାର ହଜାର ଭକ୍ତ। ଦୁର୍ଗାପୂଜା କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଏହା ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଭାଇଚାରାର ଏକ ଅନନ୍ୟ ପ୍ରତୀକ। ଏହି ପର୍ବ ଲୋକଙ୍କ ମଧ୍ୟରେ ଏକତା, ସଦ୍ଭାବନା ଓ ପାରସ୍ପରିକ ସମ୍ପର୍କକୁ ଆହୁରି ମଜଭୁତ କରିଥାଏ। ଏହି ପବିତ୍ର ଅବସରରେ ମା’ ଦୁର୍ଗା ସମସ୍ତଙ୍କ ଜୀବନରୁ ଦୁଃଖ, ଦୁର୍ଦ୍ଦଶା ଓ ଅଶାନ୍ତି ଦୂର କରି ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତାରେ ସମସ୍ତଙ୍କ ଜୀବନକୁ ଭରିଦିଅନ୍ତୁ | ଏହା ହିଁ ନକ୍ଷତ୍ର ନ୍ୟୁଜ୍ ପରିବାର ପକ୍ଷରୁ ମା’ଙ୍କ ନିକଟରେ ପ୍ରାର୍ଥନା | ନକ୍ଷତ୍ର ନ୍ୟୁଜ୍ ପରିବାର ପକ୍ଷରୁ ସମସ୍ତଙ୍କୁ ଦୁର୍ଗାପୂଜା ଓ ବିଜୟା ଦଶମୀର ଅନେକ ଅନେକ ଶୁଭେଚ୍ଛା |

