Mahabir Akhada Khela : ବାଲେଶ୍ୱରରେ ମହାବୀର ଆଖଡ଼ାର ଜଲୱା
ବୀରାଷ୍ଟମୀରେ ବାଲେଶ୍ୱରର ପ୍ରସିଦ୍ଧ ମହାବୀର ଆଖଡ଼ା ଖେଳ ଆରମ୍ଭ। ୧୦୧ ବର୍ଷରେ ପଦାର୍ପଣ କରିଥିବା ଏହି ପାରମ୍ପରିକ ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ।
ବୀରାଷ୍ଟମୀ ଅବସରରେ ଆରମ୍ଭ ହୋଇଛି ବାଲେଶ୍ୱରର ପ୍ରସିଦ୍ଧ ମହାବୀର ଆଖଡ଼ା ଖେଳ। ମହାବୀର ମନ୍ଦିର ପରିସରରେ ବିଭିନ୍ନ ପୂଜା ମଣ୍ଡପରୁ ଗୋଟିଏ ପରେ ଗୋଟିଏ ଆଖଡ଼ା ଦଳ ପହଞ୍ଚି ନିଜ ନିଜର କଳାକୌଶଳ ଓ ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି |ବାଲେଶ୍ୱରର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ପ୍ରତୀକ ଏହି ଆଖଡ଼ା ଖେଳକୁ ଦେଖିବା ପାଇଁ ମହାବୀର ମନ୍ଦିର ପରିସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି | ଆଖଡ଼ା ଦଳଗୁଡ଼ିକର ଚିତ୍ତାକର୍ଷକ କଳାକୌଶଳ ଦର୍ଶକଙ୍କ ମନ ମୋହିଥିବା ବେଳେ ପାରମ୍ପରିକ ଉତ୍ସବର ଉତ୍ସାହରେ ମୁଖରିତ ହୋଇଉଠିଛି ସମଗ୍ର ପରିବେଶ | ଏହି ପାରମ୍ପରିକ ଆଖଡ଼ା ଖେଳକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି | ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି | ଚଳିତ ବର୍ଷ ମହାବୀର ଆଖଡ଼ା ଖେଳ ୧୦୧ ବର୍ଷରେ ପଦାର୍ପଣ କରିଛି। ଦୀର୍ଘ ବର୍ଷ ଧରି ଚାଲିଆସୁଥିବା ଏହି ପରମ୍ପରା ବାଲେଶ୍ୱରର ସାଂସ୍କୃତିକ ପରିଚୟକୁ ଆହୁରି ସମୃଦ୍ଧ କରିବା ସହ ପରବର୍ତ୍ତୀ ପିଢ଼ି ପାଇଁ ଐତିହ୍ୟ ଓ ପରମ୍ପରାର ବାର୍ତ୍ତା ବହନ କରୁଛି |
