ପ୍ଲଟ ପାଇଁ ପତ୍ନୀକୁ ମର୍ଡର..
ପ୍ରପର୍ଟି ବିବାଦ ଏକ ପରିବାରକୁ ଛାରଖାର କରିଦେଲା। ୨୦ ବର୍ଷର ଅତୁଟ ଭଲପାଇବା ଓ ବିଶ୍ୱାସର ବିପଜ୍ଜନକ ପରିସମାପ୍ତି। ଗୁରୁବାରଠୁ ଏହି ପ୍ଲଟ ନିଜ ନାଁରେ କରାଇବାକୁ ଦମ୍ପତ୍ତିଙ୍କ ଭିତରେ ଝଗଡ଼ା ଚାଲିଥିଲା। ଆଉ ଝଗଡ଼ା ତୁଟାଇବାକୁ ହସ୍ତକ୍ଷେପ କରି ପୁଅ ବି ଛୁରୀ ମାଡ଼ରେ ଆହତ ହେଲା।

୧୧୭୦ ବର୍ଗଫୁଟର ପ୍ଲଟ ପାଇଁ ମର୍ଡର। ୟୁପିର ମିରଟର ସରୁରପୁର ଥାନା ଅନ୍ତର୍ଗତ ହର୍ରାରେ ପତ୍ନୀକୁ ଛୁରି ଭୁଷି ହତ୍ୟା କଲା ସ୍ୱାମୀ। ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତଥା ବ୍ୟୁଟି ପାର୍ଲର ସଞ୍ଚାଳିକା ନିଶା ଚୌହ୍ୱାନଙ୍କୁ ଛୁରୀ ଭୁଷି ହତ୍ୟା କଲା ପରେ ସ୍ୱାମୀ ପ୍ରଦୀପ ଚୌହ୍ୱାନ ନିଜ ପୁଅ ଉପରେ ବି ଆକ୍ରମଣ କରିଥିଲା। ଆଉ ନିଜେ ବି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛି। ନିଶା ଏହି ପ୍ଲଟକୁ ନିଜ ନାଁରେ କରିବାକୁ ଚାହୁଁଥିଲେ। ଆଉ ରେଜିଷ୍ଟ୍ରେସନ ଦିନ ହିଁ ମର୍ଡର। ପ୍ଲଟ ପ୍ରଦୀପ କିଣିଥିଲେ। ନିଜ ନାଁରେ ପଟ୍ଟା କରିବାକୁ ଚାହୁଁଥିଲେ। ହେଲେ ଏଥିରେ ରାଜି ନଥିଲେ ନିଶା। ଆଉ ବଚସାରୁ ବିବାଦ ଏତେ ତୀବ୍ର ହୋଇଥିଲା ଯେ, ନିଶାକୁ ହତ୍ୟା କରିଦେଲା ପ୍ରଦୀପ। ପ୍ରପର୍ଟି ବିବାଦ ଏକ ପରିବାରକୁ ଛାରଖାର କରିଦେଲା। ୨୦ ବର୍ଷର ଅତୁଟ ଭଲପାଇବା ଓ ବିଶ୍ୱାସର ବିପଜ୍ଜନକ ପରିସମାପ୍ତି। ଗୁରୁବାରଠୁ ଏହି ପ୍ଲଟ ନିଜ ନାଁରେ କରାଇବାକୁ ଦମ୍ପତ୍ତିଙ୍କ ଭିତରେ ଝଗଡ଼ା ଚାଲିଥିଲା। ଆଉ ଝଗଡ଼ା ତୁଟାଇବାକୁ ହସ୍ତକ୍ଷେପ କରି ପୁଅ ବି ଛୁରୀ ମାଡ଼ରେ ଆହତ ହେଲା। ୨୦ ବର୍ଷ ତଳେ ଏସି ଟେକ୍ନିସିଆନ ପ୍ରଦୀପ ଚୌହ୍ୱାନକୁ ବିବାହ କରିଥିଲେ ନିଶା। ନିଶାକୁ ସବୁବେଳେ ଆଗକୁ ବଢ଼ିବାକୁ ପ୍ରଦୀପ ସମର୍ଥନ କରିଆସୁଥିଲେ। ନିକଟରେ ନିଶାକୁ ଏକ ନୂଆ ଆକ୍ଟିଭା ବି ଗିଫ୍ଟ କରିଥିଲେ। ନିଶା ଗଲା ୫ ବର୍ଷ ହେଲା ସୋସିଆଲ ମିଡିଆରେ ସକ୍ରିୟ ଥିଲେ। ଇନଷ୍ଟାଗ୍ରାମରେ ତାଙ୍କର ପ୍ରାୟ ୨୪ହଜାରରୁ ଉର୍ଦ୍ଧ୍ୱ ଫଲୋଅର୍ସ ଥିଲେ। ନିଜ ୧୨ ବର୍ଷର ଝିଅ ନାଁରେ ଏଞ୍ଜେଲ ବ୍ୟୁଟି ପାର୍ଲର ଖୋଲିଥିଲେ। ଗାଁ ପାଖରେ ନିଶା ଓ ପ୍ରଦୀପ ଏକ ପ୍ଲଟ କିଣିଥିଲେ। ପାର୍ଲରରୁ ଆୟ ଅର୍ଥକୁ ପ୍ଲଟରେ ଲଗାଇଥିଲେ ନିଶା। ସେଥିଲାଗି ପ୍ଲଟକୁ ନିଜ ନାଁରେ କରାଇବାକୁ ଚାହୁଁଥିଲେ ନିଶା। ହେଲେ ପ୍ଲଟକୁ ନିଜ ନାଁରେ କରାଇବାକୁ ଅଡ଼ି ବସିଥିଲେ ପ୍ରଦୀପ। ନିଶାକୁ ମର୍ଡର ପରେ ତାଙ୍କ ୩ ପିଲା ଡରିକି ଚିଲ୍ଲେଇ ଘରୁ ଦୌଡ଼ି ବାହାରକୁ ପଳାଇଆସିଥିଲେ। ଲୋକେ ଚିତ୍କାର ଶୁଣି ଘରକୁ ଯାଇ ଦେଖନ୍ତି ତ, ନିଶାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ତଳେ ପଡ଼ିଥିଲା। ପ୍ରଦୀପ ବି ଲହୁଲୁହାଣ ହୋଇପଡ଼ିଥିଲେ। ନିଶାଙ୍କ ମୃତ୍ୟୁରେ ମର୍ମାହତ ତାଙ୍କ ପିତା ଧର୍ମପାଲଙ୍କ ବି ମୃତ୍ୟୁ ହୋଇଯାଇଛି। ନିଶାଙ୍କ ମୃତ୍ୟୁ ପଛରେ କେବଳ ଏହି ଗୋଟିଏ କାରଣ ନୁହେଁ। ଅନେକ କାରଣ ଥିବା ଚର୍ଚ୍ଚା ହେଉଛି। ଲାଇକ, କମେଣ୍ଟକୁ ନେଇ ବି ସ୍ୱାମୀସ୍ତ୍ରୀଙ୍କ ଭିତରେ ଅନେକ ସମୟରେ ଝଗଡ଼ା ହୁଏ। କାରଣ ନିଶାଙ୍କ ଆୟ ରେଗୁଲାର ଥିଲା। ହେଲେ ପ୍ରଦୀପଙ୍କ କାମ ଠିକରେ ଚାଲୁନଥିବାରୁ ସେମିତି ରୋଜଗାର କରିପାରୁନଥିଲେ।
