ମନୀଷା ମର୍ଡର ମାମଲା- ଭାଇ ହିଁ ମାଷ୍ଟରମାଇଣ୍ଡ
ହିମାଙ୍କ ପାଖରେ ସରସ୍ୱତୀ ପାରାଡାଇଜ ସ୍କୁଲର ସିସିଟିଭି କ୍ୟାମେରାର ଆକ୍ସେସ ଥିଲା। ଏହା ଜରିଆରେ ସେ ଲଗାତାର ନିଜ ଭଉଣୀ ମନୀଷାର ଗତିବିଧି ଉପରେ ନଜର ରଖୁଥିଲା। ଆଉ ମନୀଷାଙ୍କ ମୁଭମେଣ୍ଟକୁ ପୁରା ଟ୍ରାକ୍ କରୁଥିଲା। ହତ୍ୟାକାଣ୍ଡରେ ବ୍ୟବହୃତ ସ୍ୱିଫ୍ଟ କାରକୁ ଗୋବିନ୍ଦ ଭଡ଼ାରେ ନେଇଥିଲା। ଏହି କାରକୁ ଦୁଇ ସୁଟର ହତ୍ୟା ପାଇଁ ବ୍ୟବହାର କରିଥିଲେ।

ସିମଲାର ବହୁଚର୍ଚ୍ଚିତ ମନୀଷା ମର୍ଡର ମାମଲାରେ ଭାଇ ହିଁ ସାଜିଥିଲା ମୁଖ୍ୟ ଷଡ଼ଯନ୍ତ୍ରକାରୀ। ମନୀଷାଙ୍କ ଭାଇ ହିମାଙ୍କ ମିତ୍ତଲ ହିଁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଥିଲା। ଯିଏ ନିଜ ବିଜନେସ ପାର୍ଟନର ଗୋବିନ୍ଦ ସହ ମିଶି ପୁରା ଷଡ଼ଯନ୍ତ୍ର ରଚିଥିଲା। ଦୁହିଁଙ୍କୁ ହରିଆଣାର ରୋହତକରୁ ଗିରଫ କରାଯାଇଛି। ଏ ମାମଲାରେ ସଂପୃକ୍ତ ସମସ୍ତ ୪ ଅଭିଯୁକ୍ତ ଏବେ ପୁଲିସ ହେପାଜତରେ। ଭାଇ ହିମାଙ୍କ ଓ ତାଙ୍କ ପାର୍ଟନର ଗୋବିନ୍ଦ ସହ ମନୀଷାଙ୍କ ଲମ୍ୱାସମୟ ଧରି ସମ୍ପତ୍ତି ବିବାଦ ଚାଲିଥିଲା। ସେଥିଲାଗି ମନୀଷାଙ୍କୁ ସବୁଦିନ ଲାଗି ରାସ୍ତାରୁ ହଟାଇବାକୁ କରିଥିଲେ ଯୋଜନା। ଦୁଇ ସୁଟରଙ୍କୁ ଦେଇଥିଲେ ସୁପାରୀ। କିଛି ଦିନ ତଳେ ଗୋବିନ୍ଦ ଆକାଉଣ୍ଟରେ ୮ଲକ୍ଷ୩୦ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ ହିମାଙ୍କ। ଏହି ଟ୍ରାନ୍ସଆକ୍ସନକୁ ହତ୍ୟା ମାମଲା ସହ ଯୋଡ଼ି ତଦନ୍ତ କରୁଛି ପୁଲିସ। ହିମାଙ୍କ ପାଖରେ ସରସ୍ୱତୀ ପାରାଡାଇଜ ସ୍କୁଲର ସିସିଟିଭି କ୍ୟାମେରାର ଆକ୍ସେସ ଥିଲା। ଏହା ଜରିଆରେ ସେ ଲଗାତାର ନିଜ ଭଉଣୀ ମନୀଷାର ଗତିବିଧି ଉପରେ ନଜର ରଖୁଥିଲା। ଆଉ ମନୀଷାଙ୍କ ମୁଭମେଣ୍ଟକୁ ପୁରା ଟ୍ରାକ୍ କରୁଥିଲା। ହତ୍ୟାକାଣ୍ଡରେ ବ୍ୟବହୃତ ସ୍ୱିଫ୍ଟ କାରକୁ ଗୋବିନ୍ଦ ଭଡ଼ାରେ ନେଇଥିଲା। ଏହି କାରକୁ ଦୁଇ ସୁଟର ହତ୍ୟା ପାଇଁ ବ୍ୟବହାର କରିଥିଲେ। ଏହି କାରରେ ହିମାଚଳପ୍ରଦେଶର ଜାଲି ନମ୍ନର ପ୍ଲେଟ୍ ଲଗାଯାଇଥିଲା। ପୁଲିସ ଅନୁସାରେ ସୁଟର ଦୀପକକୁ ପୁରା ଟଙ୍କା ଟ୍ରାନ୍ସଫର କରିଥିଲା। ଆଉ ହତ୍ୟାକାଣ୍ଡ ପରେ ଫେରାର ହୋଇ ବିଦେଶକୁ ଚାଲିଯାଇଥିଲା। ବିଦେଶରୁ ଫେରିବା ପରେ ବି ଗୋବିନ୍ଦ ନିଜ ଫୋନ୍ ବନ୍ଦ ରଖିଥିଲା। ଲଗାତାର ଲୁଚିବାକୁ ପ୍ରୟାସ କରୁଥିଲା। ଟେକ୍ନିକ ଯାଞ୍ଚ ଓ ନିରନ୍ତର ପ୍ରୟାସ ପରେ ଜୁନ୍ ୨୮ରେ ଗୋବିନ୍ଦକୁ ରୋହତକରୁ ଧରିଥିଲା ପୁଲିସ। କୋର୍ଟରେ ହାଜର କରାଇ ୪ ଦିନ ରିମାଣ୍ଡରେ ନେଇଥିଲା। ଜୁନ୍ ୨୯ରେ ମାଷ୍ଟରମାଇଣ୍ଡ ହିମାଙ୍କକୁ ବି ରୋହତକରୁ ଗିରଫ କରିଥିଲା ପୁଲିସ। ଜୁନ୍ ୧୩ରେ ସିମଲାର ସଞ୍ଜୌଲି ଏରିଆରେ ଥିବା ହାଉସିଂ ବୋର୍ଡ କଲୋନୀରେ ମନୀଷାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଘରୋଇ ସ୍କୁଲର ଗେଟ୍ ପାଖରେ ଏ ଘଟଣା ହୋଇଥିଲା। ମୁହଁରେ କପଡ଼ା ଘୋଡ଼ାଇ ମନୀଷାଙ୍କ ଉପରେ ୩ ରାଉଣ୍ଡ ଫାୟାରିଂ କରିଥିଲେ ସୁପାରି କିଲର। ଘଟଣାସ୍ଥଳରେ ହିଁ ମନୀଷାଙ୍କ ମୃତ୍ୟୁ ହୋଇଥିଲା। ଜୁନ୍ ୧୫ରେ ଦୁଇ ସୁଟର ଆଶୀଷ ଏହଲାବାନ ଓ ଦୀପକକୁ ଗିରଫ କରିଥିଲା। ମନୀଷା ନିଜ ୧୭ ବର୍ଷର ଝିଅ ସହ ସ୍କୁଲ ପରିସରରେ ରହୁଥିଲେ। ଘଟଣା ପରେ ତାଙ୍କ ଝିଅକୁ ପୁଲିସ ସୁରକ୍ଷା ଦିଆଯାଇଛି।
