ପ୍ରେମରେ ବାଧା ହେବାରୁ ହତ୍ୟା ଷଡଯନ୍ତ୍ର: ୧.୩୦ ଲକ୍ଷ ଟଙ୍କାର ସୁପାରୀ, ୪ ଗିରଫ
ଙ୍କାନାଳ: ପ୍ରେମ ସମ୍ପର୍କରେ ବାଧା ସୃଷ୍ଟି ହେବାକୁ ନେଇ ରଚିତ ହତ୍ୟା ଯୋଜନାର ପର୍ଦ୍ଦାଫାସ କରିଛି କାମାକ୍ଷାନଗର ପୋଲିସ। ଘଟଣାରେ ୭ ଜଣ ମଧ୍ୟରୁ ୪ ଜଣ ସୁପାରୀ କିଲରଙ୍କୁ ଗିରଫ ୩ ଜଣ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ଅଛନ୍ତି ।
ଢେଙ୍କାନାଳ: ପ୍ରେମ ସମ୍ପର୍କରେ ବାଧା ସୃଷ୍ଟି ହେବାକୁ ନେଇ ହତ୍ୟା ଯୋଜନା ରଚିବା ଘଟଣାର ପର୍ଦ୍ଦାଫାସ କରିଛି କାମାକ୍ଷାନଗର ପୋଲିସ। ସିଆରିମାଳିଆ ଗାଁ ନିକଟରେ OPTCL କର୍ମଚାରୀ ରାକେଶ କୁମାର ଦାସଙ୍କୁ ଆକ୍ରମଣ ଘଟଣାର । ଯେଉଁଥିରେ ରାକେଶ ଗୁରୁତର ହୋଇ ଏବେ ବି ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅଧୀନ ୫୩ ନମ୍ବର ଜାତୀୟ ରାଜପଥର ସିଆରିମାଳିଆ ଗାଁ ନିକଟରେ OPTCL କର୍ମଚାରୀ ରାକେଶ କୁମାର ଦାସଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ପୋଲିସ ତଦନ୍ତ କରିଥିଲା। ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ ଟଙ୍କା ଲୋଭର ଆକ୍ରମଣ ନୁହେଁ, ବରଂ ପ୍ରେମ ସମ୍ପର୍କିତ ବିବାଦରୁ ପ୍ରେମ ରଚିତ ହତ୍ୟା ଚେଷ୍ଟା ଥିଲା। ଭୁବନ ଅରାସାହିର ରସିକିଆ ପ୍ରେମିକ ଅରୁଣ କୁମାର ନାୟକ ନିଜ ପ୍ରେମକୁ ହାସଲ କରିବାକୁ ଯାଇ ୧ ଲକ୍ଷ ୩୦ ହଜାର ଟଙ୍କାରେ ସୁପାରୀ କିଲର ମାନଙ୍କୁ ହତ୍ୟା ପାଇଁ ବଇନା ଦେଇଥିଲେ। ଯେଉଁଥି ପାଇଁ ସେ ଆଗୁଆ ୯୦ ହଜାର ଟଙ୍କା ୭ ଜଣ ସୁପାରୀ କିଲରଙ୍କୁ ଦେଇଥିଲେ ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣାରେ ୭ ଜଣ ମଧ୍ୟରୁ ୪ ଜଣ ସୁପାରୀ କିଲରଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଅନୁଗୋଳ ବନ୍ତଳା ଥାନା ଢୋକଟା ଗାଁର ଜିନୁ ପ୍ରଧାନ, ଜରାରପୁର ଗାଁର ରାଣା ପ୍ରତାପ ଦେହୁରୀ, ଅନୁଗୋଳ ସଦର ଥାନା କାବୁଲିପାଳର ଉତ୍ତମ ଭୋଇ ଏବଂ ଢେଙ୍କାନାଳ ଗୋବିନ୍ଦପୁରର ସିପୁନ ନାଏକ। ଅନ୍ୟ ୩ ଜଣ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ଅଛନ୍ତି। ୩ ଜଣକୁ ଧରିବା ନେଇ ପୋଲିସର ତଦନ୍ତ ଜାରି । ତେବେ ଅଭିଯୁକ୍ତଙ୍କ ଠାରୁ ୮୯ ହଜାର ୪ଶହ ଟଙ୍କା ନଗଦ କ୍ୟାସ, ୪ଟି ମୋବାଇଲ ଫୋନ୍ ଓ ଗୋଟିଏ ବାଇକ ଜବତ କରାଯାଇଛି। ଏହି ସମ୍ପର୍କରେ କାମାକ୍ଷାନଗର SDPO କାର୍ଯ୍ୟାଳୟରେ ପରିସରରେ ପ୍ରେସମିଟ ମାଧ୍ୟମରେ ସୂଚନା ଦେଇଛନ୍ତି। ଢେଙ୍କାନାଳ ଏସପି ଅଭିନବ ସୋନକର।

