ଦୁର୍ଘଟଣାରେ ମୁମ୍ୱାଇ ବାଇକର ରିଧିଙ୍କ ମୃତ୍ୟୁ
ଏନଏଚ-୩୦ରେ ବାଇକିଂ ଗ୍ରୁପ ସହ ବସ୍ତର ଯିବା ବେଳେ ରିଧିଙ୍କ ବାଇକକୁ ପଛପଟୁ ଧକ୍କା ଦେଇଥିଲା ଟ୍ରକ୍। ମୁମ୍ୱାଇର ଝିଅ ରିଧି। ଛତିଶଗଡ଼ର ମାର୍କତୋଳା ପାଖରେ ଦୁର୍ଘଟଣା ଘଟିଥିଲା। କାଲି ଭୋରରୁ ଏହି ଦୁର୍ଘଟଣା ଘଟିଥିଲା।

ମୁମ୍ୱାଇ ବାଇକର ତଥା ଇନଫ୍ଲୁଏନ୍ସର ୨୪ ବର୍ଷୀୟା ରିଧି ଠକରଙ୍କ ମୃତ୍ୟୁ। ଦ୍ରୁତଗାମୀ ଟ୍ରକ ତାଙ୍କ ବାଇକକୁ ପଛପଟୁ ଧକ୍କା ଦେଇ ଫେରାର୍ ହୋଇଯାଇଛି। ଏନଏଚ-୩୦ରେ ବାଇକିଂ ଗ୍ରୁପ ସହ ବସ୍ତର ଯିବା ବେଳେ ରିଧିଙ୍କ ବାଇକକୁ ପଛପଟୁ ଧକ୍କା ଦେଇଥିଲା ଟ୍ରକ୍। ମୁମ୍ୱାଇର ଝିଅ ରିଧି। ଛତିଶଗଡ଼ର ମାର୍କତୋଳା ପାଖରେ ଦୁର୍ଘଟଣା ଘଟିଥିଲା। ଭୋରରୁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ରିଧିଙ୍କୁ ଚରମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ଧନ୍ୱନ୍ତରୀରେ ଥିବା ଶ୍ରୀରାମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଉ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଗଲା। ଧନ୍ୱନ୍ତରୀ ଜିଲ୍ଲା ହସ୍ପିଟାଲରେ ଶବବ୍ୟବଛେଦ ସରିଛି। ଗାଡ଼ି ଓ ଡ୍ରାଇଭରକୁ ଠାବ କରିବାକୁ ପୁଲିସ ତନାଘନା ଆରମ୍ଭ କରିଛି। ସିସିଟିଭି ଫୁଟେଜ ବି ଦେଖୁଛି ପୁଲିସ। ସାଥୀ ବାଇକରଙ୍କୁ ପଚରାଉଚୁରା ସହ ଏତଲା ରୁଜୁ ହୋଇଛି। ଗ୍ରୁପରେ ୨୩ ମହିଳା ବାଇକର ଥିଲେ। ମୁମ୍ୱାଇରୁ ବସ୍ତର ଯିବା ବେଳେ ରିଧି ଦୁର୍ଘଟଣାର ଶୀକାର ହୋଇଗଲେ।
