ଡେଲିଭରି ବୟକୁ ବନ୍ଧକ ରଖି ମାଡ଼!
କାହିଁକି ଡେରି ହେଲା କହି ଅଚାନକ ତାଙ୍କୁ କରିଡରରେ ମାଡ଼ ମାରିବାକୁ ଲାଗିଲେ ୟମନ। କରିଡରରେ ମାରୁଥିବା ବେଳେ ଫ୍ଲାଟ ଭିତରକୁ ଆଣ କହି ପତ୍ନୀ ଇସାରା କରିଥିଲେ। ଆଉ ଫ୍ଲାଟ ଭିତରକୁ ବି ଘୋଷାଡ଼ି ବି ନେଲେ। ଏହାର ସିସିଟିଭି ଫୁଟେଜ ଭାଇରାଲ ହୋଇଛି।

ବ୍ଲିକିଂଟ ଡେଲିଭରି ବୟଙ୍କୁ ମାଡ଼। ଡେଲିଭରି ଦେବାରେ ମାତ୍ର ୫ ମିନିଟ ବିଳମ୍ୱରୁ ତାତିଲେ ଦମ୍ପତ୍ତି। ମୋବାଇଲ ଛଡ଼ାଇନେଲେ। ଫ୍ଲାଟ ଭିତରକୁ ଟେକି ନେଇ ମାଡ଼ ମାରିଲେ। ଆଉ ବନ୍ଧକ ରଖିଲେ। ଛାଡ଼ିଲା ବେଳେ ଧମକ ଦେଲେ ଯେ, ଯଦି ସେ ଏକଥା କାହାରିକୁ କହିବ,ତାହେଲେ ପତ୍ନୀଙ୍କୁ ଅସଦାଚରଣ କରିଥିବାର କେସରେ ଫସାଇଦେବେ। ୟୁପିର ମିରଟରୁ ଆସିଛି ଏଭଳି ଅଭାବନୀୟ ଘଟଣା। ୟୁକୋ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ଭାବେ କାର୍ଯ୍ୟରତ ୟମନ କଂସଲଙ୍କ ଏଭଳି କାଣ୍ଡ କାରଖାନାକୁ ନେଇ ତାଙ୍କ ବିରୁଦ୍ଧରେ ଏତଲା ହୋଇଛି। ୟମନ ସପରିବାର ଫ୍ଲାଟରେ ତାଲା ଦେଇ କୁଆଡେ ଫେରାର୍ ହୋଇଯାଇଛନ୍ତି। ପୁଲିସ ଖୋଜୁଛି। ରାତି ୯ଟାରେ ବିୟର ଓ ଚିପ୍ସ ଅର୍ଡର କରିଥିଲେ ୟମନ। ଷ୍ଟୋରରେ ସାମଗ୍ରୀ ଖୋଜିବାରେ ଟିକେ ବିଳମ୍ୱ ହୋଇଗଲା। ସାମଗ୍ରୀ ନେଇ ମିରଟର ଗଙ୍ଗା ହାଇଟ୍ସ ସୋସାଇଟିରେ ଥିବା ୟମନଙ୍କ ଫ୍ଲାଟର କଲିଂବେଲ୍ ବଜାଇବା ପରେ ୟମନ ଓ ତାଙ୍କ ପତ୍ନୀ କବାଟ ଖୋଲିଥିଲେ। ଆଉ କାହିଁକି ଡେରି ହେଲା କହି ଅଚାନକ ତାଙ୍କୁ କରିଡରରେ ମାଡ଼ ମାରିବାକୁ ଲାଗିଲେ ୟମନ। କରିଡରରେ ମାରୁଥିବା ବେଳେ ଫ୍ଲାଟ ଭିତରକୁ ଆଣ କହି ପତ୍ନୀ ଇସାରା କରିଥିଲେ। ଆଉ ଫ୍ଲାଟ ଭିତରକୁ ବି ଘୋଷାଡ଼ି ବି ନେଲେ। ଏହାର ସିସିଟିଭି ଫୁଟେଜ ଭାଇରାଲ ହୋଇଛି। ଭିଡ଼ିଓ ଭାଇରାଲ ପରେ ପୁଲିସ ଯଦିଓ ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲେ କୌଣସି ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଲାନି। ଏଥିରେ ବ୍ଲିକିଂଟର ଅନ୍ୟ ରାଇଡର୍ସ ଥାନା ଆଗରେ ଆନ୍ଦୋଳନ କରିଥିଲେ। ଆଉ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଥିଲେ। ଏହା ପରେ ପୁଲିସ ଏତଲା ରୁଜୁ କରିଥିଲା। ହେଲେ ସେତେବେଳକୁ ପରିବାରକୁ ଧରି ୟମନ ଫେରାର୍ ହୋଇଗଲେ। ଅଭିଯୁକ୍ତ ଗିରଫ ନହେଲା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ବ୍ଲିକିଂଟ ଡେଲିଭରି ସଂଘ।
