Moti Dungri Temple Mehndi:ବାହାହେବାକୁ ମନ- ମନ୍ଦିରର ମେହେନ୍ଦି ଲଗାଇଲେ କଟିବ ବାଡ଼ୁଅ ଦୋଷ!
ମେହେନ୍ଦି ଲଗାଇଲେ ବାଡ଼ୁଅ ଦୋଷ କଟିଯାଏ। ସେଥିଲାଗି ଶନିବାର ରାତିରୁ ହିଁ ଲୋକେ ଜୟପୁର ପହଞ୍ଚିବାରେ ଲାଗିଥିଲେ। ମେହେନ୍ଦି ବିତରଣ ସଂଧ୍ୟା ୭ଟାରେ ରଖିଥିଲା ପ୍ରଶାସନ। କିନ୍ତୁ ଭିଡ଼କୁ ଦେଖି ୫ଟାରୁ ଆରମ୍ଭ କରିଦେଇଥିଲା।

ଜୟପୁରର ମୋତିଡୁଙ୍ଗରୀ ଗଣେଶ ମନ୍ଦିରର ବିଶେଷତ୍ୱ ଯିଏ ଶୁଣିବ ତାଜୁବ ହୋଇଯିବ। ଗଣେଶ ଚତୁର୍ଥୀ ଦିନରେ କୌଣସି ଅବିବାହିତ ପୁଅ ଅବା ଝିଅ ଏଠାରୁ ମେହେନ୍ଦି ନେଇ ଲଗାଇଲେ ସେ ଆଉ ବାଡ଼ୁଅ ହୋଇରହେନା। ତାହାର ବିବାହ ହୋଇଯାଏ। ଏଭଳି ଏକ ବିଶ୍ୱାସକୁ ନେଇ ଏହି ମନ୍ଦିରର ସ୍ୱତନ୍ତ୍ରତା ରହିଛି। ଅସମ୍ଭାଳ ଭିଡ଼ ବି ହୁଏ। ଏ ଭିଡ଼କୁ ସମ୍ଭାଳିବାକୁ ପୁଲିସ ପ୍ରଶାସନକୁ ବି ବେଶ୍ ନାକେଦମ ହେବାକୁ ପଡ଼େ। ଏଥର ସ୍ଥିତି ଏମିତି ହେଲା ଯେ, ୩ ଘଣ୍ଟା ଭିତରେ ସରିଗଲା ୩୫ହଜାର କେଜି ମେହେନ୍ଦି। ଦିଲ୍ଲୀ, ଚଣ୍ଡିଗଡ଼ ସମେତ ଅନେକ ସହରରୁ ଲୋକେ ଧାଇଁ ଆସିଥିଲେ ଏଠାକୁ। ଭିଡ଼ କାରଣରୁ ଅନେକ ଜାଗାରେ ଟ୍ରାଫିକ୍ ଜାମ୍ ହୋଇଯାଇଥିଲା। ଅସମ୍ଭାଳ ଭିଡ଼ରୁ କିଛି ମହିଳା ବି ଅଚେତ ହୋଇଯାଇଥିଲେ। ରବିବାର ସଂଧ୍ୟା ୭ଟାରେ ମେହେନ୍ଦି ସରିଗଲା କହି ମନ୍ଦିର ପ୍ରଶାସନ ଘୋଷଣା କରିଥିଲା। ଆଉ ଲୋକଙ୍କୁ ଘରକୁ ଫେରିଯିବାକୁ ଅପିଲ କରିଥିଲା। ସଂଧ୍ୟାରେ ଭିଡ଼ ଏତେ ବଢ଼ିଯାଇଥିଲା ଯେ, ରାସ୍ତାରେ ଗାଡ଼ିର ଲମ୍ୱା ଲାଇନ ଲାଗିଥିଲା। ପ୍ରାୟ ଦେଢ଼ ଘଣ୍ଟା କାଳ ଭିଡ଼ରେ ଫସିଥିଲେ ଲୋକେ। ସୋସିଆଲ ମିଡିଆରେ ଏ ସମ୍ପର୍କିତ ଅନେକ ଭାଇରାଲ ରିଲ୍ସ ଦାବି କରିଥିଲା ଯେ, ମେହେନ୍ଦି ଲଗାଇଲେ ବାଡ଼ୁଅ ଦୋଷ କଟିଯାଏ। ସେଥିଲାଗି ଶନିବାର ରାତିରୁ ହିଁ ଲୋକେ ଜୟପୁର ପହଞ୍ଚିବାରେ ଲାଗିଥିଲେ। ମେହେନ୍ଦି ବିତରଣ ସଂଧ୍ୟା ୭ଟାରେ ରଖିଥିଲା ପ୍ରଶାସନ। କିନ୍ତୁ ଭିଡ଼କୁ ଦେଖି ୫ଟାରୁ ଆରମ୍ଭ କରିଦେଇଥିଲା। ଏହି ସିଂଧାରା ଜୟପୁରର ପୁରୁଣା ପରମ୍ପରା। ଯେଉଁଠି ଜନ୍ମ ପରେ ବା ବିବାହ ପରେ ନୂଆ ବସ୍ତ୍ର ଓ ମେହେନ୍ଦି ଅର୍ପଣ କରାଯାଏ। ମାନ୍ୟତା ଅଛି ଯେ, ମନ୍ଦିରରୁ ମେହେନ୍ଦି ପ୍ରସାଦ ପାଇଲେ ଓ ଏହାକୁ ହାତରେ ଲଗାଇଲେ, ବିବାହ ସମ୍ପର୍କିତ ବାଧାବିଘ୍ନ ହଟିଯାଏ। ଏହି ବିଶ୍ୱାସ ଆଧାରରେ ପ୍ରତି ବର୍ଷ ବଡ଼ ସଂଖ୍ୟାରେ ଅବିବାହିତ ପୁଅ ଓ ଝିଅ ଏଠାକୁ ମେହେନ୍ଦି ନେବାକୁ ଆସନ୍ତି।
