CJP Ledear Crimebranch Summon:ଜାମିନରେ ମୁକ୍ତି, ପୁଣି କ୍ରାଇମବ୍ରାଞ୍ଚର ଡାକରା
ଜାମିନ ମିଳିଲା, ଜେଲରୁ ମୁକ୍ତି ମଧ୍ୟ ମିଳିଲା… କିନ୍ତୁ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କ ଅଡ଼ୁଆ ଏବେ ବି ସରିନି!

କକ୍ରୋଚ ଜନତା ପାର୍ଟି (CJP)ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କା କାଲି ଜାମିନରେ ଜେଲରୁ ମୁକ୍ତ ହୋଇଛନ୍ତି | ଏହାପରେ ବି ତାଙ୍କର ଅସୁବିଧା କମ ହୋଇନାହିଁ | ଦିଲ୍ଲୀ ପୋଲିସର କ୍ରାଇମ୍ ବ୍ରାଞ୍ଚ ଉଭୟ ନେତାଙ୍କୁ ଆଜି ନିଜର ରାଜୌରୀ ଗାର୍ଡେନ୍ କାର୍ଯ୍ୟାଳୟକୁ ପଚରାଉଚରା ପାଇଁ ଡକାଇଛି | ଦିଲ୍ଲୀ ପୋଲିସ ଗତ ବୁଧବାର ରାତି ପ୍ରାୟ ୮ଟା ୩୦ ମିନିଟ୍ରେ ତିହାର ଜେଲ୍ର ଗେଟ୍ରେ ହିଁ ଏହି ସମନ୍ ହସ୍ତାନ୍ତର କରିଥିଲା | ସେହି ସମୟରେ ଦୁଇ ନେତା ଜାମିନ ମିଳିବାପରେ ଜେଲରୁ ମୁକ୍ତ ହୋଇଥିଲା | କ୍ରାଇମ ବ୍ରାଞ୍ଚ ଦୁଇଜଣଙ୍କୁ କଲି ମଧ୍ୟାନ ୧୨ଟା ସମୟରେ ରାଜୌରୀ ଗାର୍ଡେନ୍ସ୍ଥିତ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି |
ଗତ ବୁଧବାର ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ (SEM) କୋର୍ଟ ପକ୍ଷରୁ CJP ନେତାଙ୍କୁ ବଡ ଆଶ୍ବସ୍ତି ମିଲିଥିଲା | କୋର୍ଟ ଦିଲ୍ଲୀ ପୋଲିସର ହେପାଜତ ଅବଧି ବଢ଼ାଇବା ଦାବିକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରି ଉଭୟ ନେତାଙ୍କୁ ଜାମିନ ପ୍ରଦାନ କରିଥିଲେ | କିନ୍ତୁ ଜେଲ୍ରୁ ବାହାରକୁ ଆସିବା ମାତ୍ରେ କ୍ରାଇମ୍ ବ୍ରାଞ୍ଚର ଟିମ୍ ସେମାନଙ୍କୁ ନୂଆ ନୋଟିସ୍ ହସ୍ତାନ୍ତର କରି ଏହା ସ୍ପଷ୍ଟ କରିଦେଇଛି ଯେ, ସେମାନଙ୍କର ଆଇନଗତ ସମସ୍ୟା ଏବେ ବି ଶେଷ ହୋଇନାହିଁ |
ଶାନ୍ତି ବଣ୍ଡର ଉଲ୍ଲଂଘନ କରିବାର ଅଭିଯୋଗ
ଏହି ମାମଲା ୧୩ ଓ ୧୪ ଅକ୍ଟୋବରର, ଯେତେବେଳେ ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନା ପୁଲିସ ହେପାଜତକୁ ନେଇଥିଲା | ଅଭିଯୋଗ ଅନୁସାରେ ଦୁଇଜଣ ନେତାଙ୍କୁ ବିନା ଅନୁମତିରେ ଜନ୍ତରମନ୍ତର ନିଷିଦ୍ଧ ଅଞ୍ଚଳରେ ପ୍ରଦର୍ଶନ କରିବାକୁ ପହଞ୍ଚିଥିଲେ | ଏହି ନେତା ପ୍ରଥମରୁ ହିଁ ଶାନ୍ତି ବଣ୍ଡର ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିଥିଲେ ଏବଂ ସରକାରୀ ଆଦେଶକୁ ଅବମାନନା କରିଥିଲେ ବୋଲି ପୋଲିସର ଦାବି କରିଛି | ଏହି ଘଟଣାକୁ ନେଇ ପୋଲିସ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାରେ ଦୁଇଟି ପୃଥକ୍ ଏଫ୍ଆଇଆର୍ ରୁଜୁ କରିଥିଲା |
ତଦନ୍ତ କ୍ରାଇମ୍ ବ୍ରାଞ୍ଚକୁ କାହିଁକି ହସ୍ତାନ୍ତର କରାଗଲା?
ମାମଲାର ଗମ୍ଭୀରତା ଏବଂ ରାଜନୈତିକ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ କମିଶନର ଉଭୟ ଏଫ୍ଆଇଆର୍ର ତଦନ୍ତ ଦାୟିତ୍ୱ କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି | ସୂତ୍ର ଅନୁସାରେ, ଏହି ପ୍ରଦର୍ଶନ ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ଥିବା ନେଇ ପୋଲିସର ସନ୍ଦେହ ରହିଛି | ଏଥିସହ ଉଭୟ ନେତାଙ୍କ ପ୍ରାରମ୍ଭିକ ବୟାନରେ ଅନେକ ଅସଙ୍ଗତି ଥିବା ମଧ୍ୟ ଜଣାପଡ଼ିଛି |
