Tiger Shroff Case update :ଟାଇଗର ଶ୍ରଫ୍ଙ୍କ ଉପରେ ଆକ୍ରମଣ ଷଡ଼ଯନ୍ତ୍ରରେ ନୂଆ ମୋଡ଼
ଟାଇଗର ଶ୍ରଫ୍ଙ୍କ ଉପରେ ଆକ୍ରମଣ ମାମଲାରେ ବଡ଼ ଖୁଲାସା! ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଲିଙ୍କ୍ରେ ୨ ମହିଳାଙ୍କ ସମେତ ୪ ଅଭିଯୁକ୍ତ ହେପାଜତରେ!

ବଲିଉଡ ଅଭିନେତା ଟାଇଗର ଶ୍ରଫ୍ଙ୍କ ଉପରେ ହେଇଥିବା ଆକ୍ରମଣ ଷଡଯନ୍ତ୍ରର ତଦନ୍ତ ଗତ ମଙ୍ଗଳବାରକୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ପହଞ୍ଚିଛି | ଦିଲ୍ଲୀ ପୋଲିସ ସ୍ପେଶାଲ ସେଲରେ ଏହି ଆକ୍ରମଣର ସାମିଲ ଥିବା ଚାରିଜଣ ଲୋକଙ୍କୁ ଗିରଫ କରାଯାଇଛି |ଯେଉଁଥିରେ ଦୁଇଜଣ ମହିଳା ସାମିଲ ଅଛନ୍ତି | ଦିଲ୍ଲୀ ପୋଲିସ କୁନାଲ , ସୁନିତ ,ରାଧା ଓ ବବିତାକୁ ଗିରଫ କରି ମୁମ୍ବାଇ ପୋଲିସ କୁ ହସ୍ତାନ୍ତର କରିଛି | ଏହି ଚାରି ଜଣଙ୍କ ଉପରେ ଅଭିଯୋଗ ରହିଛି ଯେ, ଟାଇଗର ଶ୍ରଫ୍ଙ୍କ ଉପରେ ଆକ୍ରମଣ କରିବା ପାଇଁ ତିନି ଜଣ ଆକ୍ରମଣକାରୀ ଯେଉଁ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲେ, ସେଗୁଡ଼ିକର ବ୍ୟବସ୍ଥା କରିବା ଏବଂ ପହଞ୍ଚାଇବାରେ ଏହି ଅଭିଯୁକ୍ତମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ |
କିଏ ଏହି ରାଧା ଓ ବବିତା?
ସୂଚନା ଅନୁସାରେ ,ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଅସ୍ତ୍ର ଚୋରା ଚାଲାଣ ନେଟୱର୍କ ସହ ଜଡିତ ଥିଲେ ରାଧା ଓ ବବିତା | ଦୁଇଜଣ ଝିଅ ଗ୍ୟାଙ୍ଗ ପାଇଁ କୋରିୟରର କାମ କରନ୍ତି | ରାଧା ଓ ବବିତା ଉତ୍ତରପ୍ରଦେଶର ବାସିନ୍ଦା ଏବଂ ସେମାନେ ମୁମ୍ବାଇର ଦାଦର ଅଞ୍ଚଳରେ ଗ୍ୟାଙ୍ଗର ହ୍ୟାଣ୍ଡଲର୍ମାନଙ୍କୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରିଥିବା ଅଭିଯୋଗ ହୋଇଛି | ଅଭିଯୋଗ ଅନୁଯାୟୀ, କୁନାଲ ଓ ସୁମିତ ଅସ୍ତ୍ରଶସ୍ତ୍ରର ବ୍ୟବସ୍ଥା କରିଥିଲେ | ଅନ୍ୟପକ୍ଷରେ, ରାଧା ଓ ବବିତା ମୁମ୍ବାଇର ଦାଦରକୁ ଯାଇ ସେହି ଅସ୍ତ୍ରଶସ୍ତ୍ରଗୁଡ଼ିକୁ ତିନି ଜଣ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଥିଲେ | ଏହି ମାମଲାରେ ମୁମ୍ବାଇ ପୋଲିସକୁ ତିନି ଦିନର ଟ୍ରାନ୍ଜିଟ୍ ରିମାଣ୍ଡ ମିଳିଛି | ସ୍ପେଶାଲ ସେଲର NDR ଟିମ ଆଜି ଚାରିଜଣ ଅଭିଯୁକ୍ତଙ୍କୁ କୁନାଲ , ସୁନିତ ,ରାଧା ଓ ବବିତାକୁ ଗିରଫ କରି ଅଦାଲତରେ ହାଜର କରିଛି |
ଅଭିଯୁକ୍ତମାନଙ୍କୁ BNSSର ଧାରା ୩୫(୧)(b) ଅଧୀନରେ କଳଦରା ଜରିଆରେ ଅଦାଲତକୁ ହାଜର କରିଥିଲା | ଏହା ପରେ ମହାରାଷ୍ଟ୍ର ପୋଲିସ CID ,ମୁମ୍ବାଇରେ ଅଭିଯୁକ୍ତମାନଙ୍କୁ ହେପାଜତରେ ନେଇ ପଚରାଉଚରା କରିବା ଏବଂ ଔପଚାରିକ ଭାବେ ଗିରଫ କରିବା ପାଇଁ ଅନୁମତି ମାଗିଥିଲେ | ଅଦାଲତ ଏହାକୁ ଅନୁମତି ଦେଇଛନ୍ତି | ପରେ ମୁମ୍ବାଇ ପୋଲିସ ଅଭିଯୁକ୍ତମାନଙ୍କୁ ତିନି ଦିନ ପାଇଁ ଟ୍ରାନ୍ଜିଟ୍ ରିମାଣ୍ଡରେ ନେବାକୁ ଅନୁମତି ମଗାଯାଇଥିଲା, ଯାହାକୁ ଅଦାଲତ ମଞ୍ଜୁର କରିଛନ୍ତି |
