IPS laxmi Singh: ଚର୍ଚ୍ଚାରେ ମହିଳା ଆଇପିଏସ ଲକ୍ଷ୍ମୀ ସିଂ- ରଚିଲେ ଇତିହାସ
ପ୍ରଥମ ମହିଳା ଆଇପିଏସ ଅଧିକାରୀ ଭାବେ ନିଜ ନାଁ ଇତିହାସରେ ଲେଖିଲେ। ଗୌତମବୁଦ୍ଧ ନଗରର ପ୍ରଥମ ମହିଳା ପୁଲିସ କମିଶନର ଭାବେ ସେ ନଭେମ୍ୱର ୩୦,୨୦୨୨ରେ କାର୍ଯ୍ୟଭାର ସମ୍ଭାଳିଥିଲେ। ସେବେଠାରୁ ସେ ଏହି ପଦରେ ଲଗାତାର ରହିଛନ୍ତି। ନଭେମ୍ୱର ୧୫, ୨୦୨୬ ଯାଏ, ତାଙ୍କ କାର୍ଯ୍ୟକାଳ ପ୍ରାୟ ୩ ବର୍ଷ ୧୧ ମାସ ୧୬ ଦିନ ପୁରିଛି। ଏହା ସହ ଲକ୍ଷ୍ମୀ ୟୁପିର ପ୍ରଥମ ମହିଳା ପୁଲିସ କମିଶନର ବି ଅଟନ୍ତି।

ମହିଳା ଆଇପିଏସ ଲକ୍ଷ୍ମୀ ସିଂ ରଚିଲେ ନୂଆ କୀର୍ତ୍ତିମାନ। ନୋଏଡା ପୁଲିସ କମିଶନର ଅଛନ୍ତି ଲକ୍ଷ୍ମୀ। ଦେଶର କୌଣସି ଗୋଟିଏ ଜିଲ୍ଲାରେ ପୁଲିସ କମିଶନରେଟରେ ଲଗାତାର ସର୍ବାଧିକ ସମୟ କମାଣ୍ଡ ସମ୍ଭାଳିବାରେ ନୂଆ ରେକର୍ଡ ରଚିଲେ ଲକ୍ଷ୍ମୀ। ପ୍ରଥମ ମହିଳା ଆଇପିଏସ ଅଧିକାରୀ ଭାବେ ନିଜ ନାଁ ଇତିହାସରେ ଲେଖିଲେ। ଗୌତମବୁଦ୍ଧ ନଗରର ପ୍ରଥମ ମହିଳା ପୁଲିସ କମିଶନର ଭାବେ ସେ ନଭେମ୍ୱର ୩୦,୨୦୨୨ରେ କାର୍ଯ୍ୟଭାର ସମ୍ଭାଳିଥିଲେ। ସେବେଠାରୁ ସେ ଏହି ପଦରେ ଲଗାତାର ରହିଛନ୍ତି। ନଭେମ୍ୱର ୧୫, ୨୦୨୬ ଯାଏ, ତାଙ୍କ କାର୍ଯ୍ୟକାଳ ପ୍ରାୟ ୩ ବର୍ଷ ୧୧ ମାସ ୧୬ ଦିନ ପୁରିଛି। ଏହା ସହ ଲକ୍ଷ୍ମୀ ୟୁପିର ପ୍ରଥମ ମହିଳା ପୁଲିସ କମିଶନର ବି ଅଟନ୍ତି। ଯଦି ଦେଖିବା ଅନ୍ୟ ବରିଷ୍ଠ ମହିଳା ଆଇପିଏସ ଅଧିକାରୀଙ୍କ କାର୍ଯ୍ୟକାଳକୁ ତୁଳନା କଲେ। ଉତ୍ତରାଖଣ୍ଡର ପ୍ରଥମ ମହିଳା ଡିଜିପି କଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟ ୨୦୦୪ରୁ ଅକ୍ଟୋବର ୨୦୦୭ ଯାଏ ପ୍ରାୟ ୩ ବର୍ଷ ଯାଏ ରାଜ୍ୟ ପୁଲିସର ମଙ୍ଗୁଆଳ ଥିଲେ। କର୍ଣ୍ଣାଟକର ଡିଜିପି ଥିବା ନୀଳମଣି ଏନ.ରାଜୁଙ୍କ କାର୍ଯ୍ୟକାଳ ୨ ବର୍ଷ ୩ ମାସ ଓ ତାମିଲନାଡ଼ୁର ଡିଜିପି ଲେଟିକା ସରନଙ୍କ କାର୍ଯ୍ୟକାଳ ବି ପ୍ରାୟ ୨ ବର୍ଷ ୩ ମାସ ରହିଥିଲା। ଗୁରୁଗ୍ରାମର ପ୍ରଥମ ମହିଳା କମିଶନର କଲା ରାମଚନ୍ଦ୍ରନ ଦେଢ଼ ବର୍ଷ ଯାଏ ଏହି ପଦରେ ରହିଥିଲେ। ସେପଟେ ପୁରୁଷ ଆଇପିଏସ ଅଧିକାରୀଙ୍କ କାର୍ଯ୍ୟକାଳକୁ ତୁଳନା କରି ଦେଖିବା। ତାହେଲେ ତେଲେଙ୍ଗାନାର ମହେଶ ମୂରଲୀଧର ଭାଗଓ୍ୱତ ରାଚକୋଣ୍ଡା ପୁଲିସ କମିଶନରେଟରେ ସାଢେ ୬ ବର୍ଷ ଧରି ଦାୟିତ୍ୱ ସମ୍ଭାଳିଥିଲେ। ସେପଟେ ଦିଲ୍ଲୀର ପୁଲିସ କମିଶନର କୃଷ୍ଣକାନ୍ତ ପାଲଙ୍କ କାର୍ଯ୍ୟକାଳ ବି ସାଢ଼େ ୩ ବର୍ଷ ଧରି ଥିଲା।
· କିଏ ଏହି ଲକ୍ଷ୍ମୀ ସିଂହ?
୨୦୦୦ ବ୍ୟାଚର ଆଇପିଏସ ଅଧିକାରୀ। ୧୯୭୪ରେ ୟୁପିର ଲକ୍ଷ୍ନୌରେ ସେ ଜନ୍ମଗ୍ରହଣ କରିଥିଲେ। ମେକାନିକାଲ ଇଞ୍ଜିନିୟରିଂରେ B.Tech ଏବଂ ସୋସିଓଲୋଜିରେ M.A. କରିଛନ୍ତି। ଉତ୍ତରପ୍ରଦେଶ ପୋଲିସର ଅଫିସିଆଲ୍ ପ୍ରୋଫାଇଲ୍ ଅନୁସାରେ, ସେ ୨୦୦୦ ବ୍ୟାଚ୍ର IPS ଅଧିକାରୀ ଏବଂ ୨୦୨୫ରେ ADG ପଦକୁ ପଦୋନ୍ନତି ପାଇଥିଲେ। UPSC ପରୀକ୍ଷାରେ ୩୩ତମ ରାଙ୍କ୍ ହାସଲ କରି IPSରେ ଯୋଗ ଦେଇଥିଲେ। ୨୦୦୪ରେ ପ୍ରଥମେ SSP ଭାବେ ଦାୟିତ୍ୱ ଗ୍ରହଣ କଲେ। ୨୦୧୪ରେ DIG ପଦକୁ ପଦୋନ୍ନତି ପାଇଲେ। ୨୦୧୮ରେ IG ପଦକୁ ପଦୋନ୍ନତି ପାଇଥିଲେ। ଆଉ ୨୦୨୨ରେ ନୋଏଡାର ପ୍ରଥମ ମହିଳା ପୁଲିସ କମିଶନର ହେବା ସହ ୨୦୨୫ରେ ଏଡିଜି ପାହ୍ୟାକୁ ପାଇଥିଲେ ପଦୋନ୍ନତି। ସେ ଆଲୋକ ସିଂହଙ୍କ ସ୍ଥାନ ନେଇଥିଲେ। ଏହା ସହିତ ସେ ଉତ୍ତରପ୍ରଦେଶର ପ୍ରଥମ ମହିଳା ପୋଲିସ କମିଶନର ହେବାର ଗୌରବ ହାସଲ କରିଥିଲେ।
ତାଙ୍କ କାର୍ଯ୍ୟକାଳରେ କେଉଁସବୁ ପଦକ୍ଷେପ ନିଆଯାଇଛି?
(କ) ଟେକ୍ନୋଲୋଜି ଆଧାରିତ ପୋଲିସିଂ
ଅପରାଧ ନିୟନ୍ତ୍ରଣ ପାଇଁ ଜିଓସ୍ପେସିଆଲ୍ ଡାଟା ଇଣ୍ଟେଲିଜେନ୍ସର ବ୍ୟବହାର।
AI ଆଧାରିତ Facial Recognition System ଆରମ୍ଭ।
୨୦୨୫ରେ ୨୬ଟି ଥାନାରେ ଭିଡିଓ ୱାଲ୍ ବ୍ୟବସ୍ଥା।
(ଖ) ମହିଳା ସୁରକ୍ଷା
ମହିଳାଙ୍କ ସୁରକ୍ଷା ପାଇଁ ପିଙ୍କ୍ ବୁଥ୍ ବଢ଼ାଇବା ସହ ମହିଳା ସମ୍ପର୍କିତ ଅଭିଯୋଗ ଉପରେ ନଜର ରଖିବାକୁ ବ୍ୟବସ୍ଥା କରାଯାଇଛି।
(ଗ) ଆମ୍ୱୁଲାନ୍ସ ପାଇଁ ଗ୍ରୀନ୍ କରିଡର
ଅକ୍ଟୋବର ୨୦୨୬ରେ Operation FAST ଆରମ୍ଭ ହୋଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ଟ୍ରାଫିକ୍ ଜାମ୍ରେ ଫସିଥିବା ଆମ୍ୱୁଲାନ୍ସକୁ ଶୀଘ୍ର ରାସ୍ତା ଯୋଗାଇବା।
