Raj Thackrey On Chhat:ଛଟ୍ ରେ ଭୋଜପୁରୀ ଗୀତରେ ବିବାଦ
ରାଜ୍ ଠାକରେ କହିଛନ୍ତି, ମହାରାଷ୍ଟ୍ରର ମରାଠୀ ଲୋକ, ଉତ୍ତର ଭାରତୀୟ ଏବଂ ଗୁଜରାଟୀମାନେ ରାଜନୈତିକ ଦଳର ଚାଲ୍ରେ ପଡ଼ିବା ଉଚିତ୍ ନୁହେଁ। ମୁମ୍ୱାଇର କିଛି ରେଳ ଷ୍ଟେସନରେ ଛଟ୍ ପୂଜା ସମ୍ପର୍କିତ ଭୋଜପୁରୀ ଗୀତ ବଜାଯିବା ପରେ ବିବାଦ ଆରମ୍ଭ ହୋଇଥିଲା।

ଛଟ୍ ପୂଜାକୁ ନେଇ ମହାରାଷ୍ଟ୍ରରେ ଆରମ୍ଭ ହୋଇଛି ରାଜନୈତିକ ବିବାଦ। ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ୍ ଠାକରେ ଏହି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ମରାଠୀ ଏବଂ ଉତ୍ତର ଭାରତୀୟଙ୍କ ମଧ୍ୟରେ ବିବାଦ ସୃଷ୍ଟି କରି ରାଜନୈତିକ ଫାଇଦା ନେବାକୁ ବିଜେପି ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି। ରାଜ୍ ଠାକରେ କହିଛନ୍ତି, ମହାରାଷ୍ଟ୍ରର ମରାଠୀ ଲୋକ, ଉତ୍ତର ଭାରତୀୟ ଏବଂ ଗୁଜରାଟୀମାନେ ରାଜନୈତିକ ଦଳର ଚାଲ୍ରେ ପଡ଼ିବା ଉଚିତ୍ ନୁହେଁ। ମୁମ୍ୱାଇର କିଛି ରେଳ ଷ୍ଟେସନରେ ଛଟ୍ ପୂଜା ସମ୍ପର୍କିତ ଭୋଜପୁରୀ ଗୀତ ବଜାଯିବା ପରେ ବିବାଦ ଆରମ୍ଭ ହୋଇଥିଲା। ଯାତ୍ରୀଙ୍କୁ ଛଟ୍ ପୂଜା ଅବସରରେ ସ୍ୱାଗତ କରିବା ପାଇଁ ବିଭିନ୍ନ ରେଳ ଷ୍ଟେସନ ଯେମିତିକି ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍, ଲୋକମାନ୍ୟ ତିଲକ ଟର୍ମିନସ୍,ଦାଦର, ୱାଡାଲା, ସାନପଡ଼ା ଓ ଆମ୍ୱିଭଲି। କିଛି ସଂଗଠନ ରେଳ ଷ୍ଟେସନର ଘୋଷଣା ବ୍ୟବସ୍ଥାରେ ଧାର୍ମିକ ଓ ସାଂସ୍କୃତିକ ଗୀତ ବଜାଇବାକୁ ବିରୋଧ କରିଥିଲେ। ଏହାପରେ MNS କର୍ମୀମାନେ ମଧ୍ୟ ପ୍ରତିବାଦ କରିଥିଲେ।
ରାଜ୍ ଠାକରେ କ'ଣ କହିଲେ?
ରାଜ୍ ଠାକରେଙ୍କ ଅଭିଯୋଗ ହେଉଛି, ବିଜେପି ଏହି ପ୍ରସଙ୍ଗକୁ ନେଇ ମରାଠୀ ଏବଂ ଉତ୍ତର ଭାରତୀୟଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବାକୁ ଚାହୁଁଛି। ତାଙ୍କର ପ୍ରମୁଖ ଅଭିଯୋଗଗୁଡ଼ିକ ହେଉଛି- ଛଟ୍ ପୂଜାକୁ ନେଇ ସୋସିଆଲ ମିଡିଆରେ ବିଭାଜନକାରୀ ପ୍ରଚାର କରାଯାଉଛି। ଭୋଜପୁରୀ ଗୀତ ବଜାଇ ବିବାଦ ସୃଷ୍ଟି କରିବାକୁ ଉଦ୍ୟମ ହୋଇଛି। ମହାରାଷ୍ଟ୍ରରେ ଆଞ୍ଚଳିକ ଭାଷା ଓ ସଂସ୍କୃତିକୁ ନେଇ ଉତ୍ତେଜନା ସୃଷ୍ଟି କରାଯାଉଛି। ରାଜନୈତିକ ଫାଇଦା ପାଇଁ ଲୋକଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରାଯାଉଛି। ଏହି ବିବାଦର ରାଜନୈତିକ ଦିଗ ମଧ୍ୟ ରହିଛି। ୨୦୨୭ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଛଟ୍ ପୂଜା ପ୍ରସଙ୍ଗକୁ ରାଜ୍ ଠାକରେ ନିର୍ବାଚନୀ ରାଜନୀତି ସହ ଯୋଡ଼ିଛନ୍ତି। ମୁମ୍ୱାଇ ଏବଂ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ବିହାର, ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶର ବହୁ ଲୋକ ବସବାସ କରନ୍ତି। ଛଟ୍ ପୂଜା ସେମାନଙ୍କର ଏକ ପ୍ରମୁଖ ଧାର୍ମିକ ପର୍ବ। ରାଜ୍ ଠାକରେଙ୍କ ଅଭିଯୋଗ ଅନୁସାରେ, ଉତ୍ତର ଭାରତୀୟ ଭୋଟରଙ୍କୁ ନିଜ ପକ୍ଷରେ ରଖିବା ପାଇଁ ବିଜେପି ଏଭଳି ପ୍ରସଙ୍ଗକୁ ରାଜନୈତିକ ରୂପ ଦେଉଛି। ଉତ୍ତର ଭାରତୀୟ ଓ ଗୁଜରାଟୀଙ୍କୁ କ'ଣ ଅପିଲ୍ କଲେ?
ରାଜ୍ ଠାକରେ ଉତ୍ତର ଭାରତୀୟ ଓ ଗୁଜରାଟୀ ସମ୍ପ୍ରଦାୟକୁ ମଧ୍ୟ ଏହି ବିବାଦରେ ରାଜନୈତିକ ଚାଲ୍ରେ ନ ପଡ଼ିବାକୁ ଅପିଲ୍ କରିଛନ୍ତି। ତାଙ୍କ କହିବା ଅନୁସାରେ, ମହାରାଷ୍ଟ୍ରରେ ସମସ୍ତ ସମ୍ପ୍ରଦାୟର ଲୋକ ଶାନ୍ତିରେ ରହିବା ଉଚିତ୍। ରାଜନୈତିକ ଦଳଗୁଡ଼ିକ ନିଜ ସ୍ୱାର୍ଥ ପାଇଁ ଲୋକଙ୍କୁ ପରସ୍ପର ବିରୋଧରେ ଲଢ଼ାଇବା ଉଚିତ୍ ନୁହେଁ। ଅନ୍ୟପଟେ, ଛଟ୍ ପୂଜାରେ ଭୋଜପୁରୀ ଗୀତ ବଜାଇବାକୁ ନେଇ କିଛି ଶିବସେନା ନେତା ସମର୍ଥନ ଜଣାଇଛନ୍ତି। ସେମାନଙ୍କ ମତରେ, ଛଟ୍ ପୂଜା ଏକ ଧାର୍ମିକ ଓ ସାଂସ୍କୃତିକ ପର୍ବ। ଭୋଜପୁରୀ, ମୈଥିଳୀ ଓ ମଗହୀ ଭାଷାରେ ଛଟ୍ ପୂଜାର ଗୀତ ରହିଛି। ଏହି ଗୀତ ବଜାଇବାକୁ ବିରୋଧ କରିବା ଉଚିତ୍ ନୁହେଁ। ସଞ୍ଜୟ ନିରୁପମ ଓ ନରେଶ ମହସ୍କେଙ୍କ ଭଳି ନେତାମାନେ ଛଟ୍ ପୂଜା ଗୀତ ବଜାଇବା ସପକ୍ଷରେ ମତ ରଖିଛନ୍ତି। ୨୦୦୬ ମସିହାରେ ରାଜ୍ ଠାକରେ ମହାରାଷ୍ଟ୍ର ନବନିର୍ମାଣ ସେନା ଗଠନ କରିଥିଲେ। ତାଙ୍କ ରାଜନୀତିର ମୁଖ୍ୟ ପ୍ରସଙ୍ଗ ହେଉଛି- ମରାଠୀ ଭାଷା ଓ ସଂସ୍କୃତିର ସୁରକ୍ଷା। ମହାରାଷ୍ଟ୍ରର ଯୁବକଙ୍କୁ ନିଯୁକ୍ତିରେ ପ୍ରାଥମିକତା। ମରାଠୀ ଅସ୍ମିତାର ସୁରକ୍ଷା ଓ ମହାରାଷ୍ଟ୍ରରେ ଆଞ୍ଚଳିକ ଅଧିକାରର ପ୍ରସଙ୍ଗ। ଛଟ୍ ପୂଜା ବିବାଦ ପୁଣିଥରେ ମହାରାଷ୍ଟ୍ରରେ ମରାଠୀ ଅସ୍ମିତା ଓ ଉତ୍ତର ଭାରତୀୟଙ୍କ ରାଜନୀତିକୁ ଚର୍ଚ୍ଚାକୁ ଆଣିଛି।
