ଶାଶୁ-ଜ୍ୱାଇଁ ଲଭଷ୍ଟୋରୀ- କୋର୍ଟରେ ବିବାହ କରି ସାର୍ବଜନୀନ କଲେ ଭିଡ଼ିଓ
ଏହାକୁ ପ୍ରେମ ନା ସମ୍ପର୍କର ନୂଆ ପରିଭାଷା କୁହାଯିବ। ସମାଜର ମର୍ଯ୍ୟାଦାକୁ ଚ୍ୟାଲେଞ୍ଜ ନା ଆଉ କିଛି। ଶାଶୁ ଜ୍ୱାଇଁ ଲଭଷ୍ଟୋରୀ ଓ ପରସ୍ପରକୁ ବିବାହର ଏହି ଅଜବ ମାମଲାକୁ ନେଇ ସବୁଠି ଚର୍ଚ୍ଚା।

ଜ୍ୱାଇଁ ସହ ଘରୁ ଫେରାର୍ ହୋଇଗଲେ ଶାଶୁ। ପରେ ଦୁହେଁ କୋର୍ଟରେ ବିବାହ କଲେ। ଝିଅ ଘର ଭାଙ୍ଗି ମାଆ ଆଗ ନିଜ ସୁଖ ଦେଖିଲେ। ଏଭଳି ସମ୍ପର୍କର ପରିଭାଷାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ୟୁପିର କାନପୁର ଦେହାତ ଜିଲ୍ଲାରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା। ଲମ୍ୱା ସମୟ ଧରି ଜ୍ୱାଇଁ ସହ ଶାଶୁଙ୍କ ପ୍ରେମସମ୍ପର୍କ ଥିଲା। କୋର୍ଟରେ ବିବାହ ପରେ ଦୁହିଁଙ୍କ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁ ଭିଡ଼ିଓରେ ଏଭଳି ନିଷ୍ପତ୍ତି ଉଭୟଙ୍କ ସହମତିରେ ହେଉଥିବା କଥା ସ୍ୱୀକାର କରିଛନ୍ତି। ଆଉ ସମସ୍ତଙ୍କ ଆଶୀର୍ବାଦ ବି ଲୋଡ଼ିଛନ୍ତି। ଏଭଳି ବିବାହକୁ ଲୁଚାଇବା ବଦଳରେ ଦୁଇ ପକ୍ଷ ବିବାହକୁ ସୋସିଆଲ ମିଡିଆରେ ସାର୍ବଜନୀକ କରିଦେଇଛନ୍ତି। ପ୍ରଶ୍ନ ଉଠୁଛି। ଏହାକୁ ପ୍ରେମ ନା ସମ୍ପର୍କର ନୂଆ ପରିଭାଷା କୁହାଯିବ। ସମାଜର ମର୍ଯ୍ୟାଦାକୁ ଚ୍ୟାଲେଞ୍ଜ ନା ଆଉ କିଛି। ଶାଶୁ ଜ୍ୱାଇଁ ଲଭଷ୍ଟୋରୀ ଓ ପରସ୍ପରକୁ ବିବାହର ଏହି ଅଜବ ମାମଲାକୁ ନେଇ ସବୁଠି ଚର୍ଚ୍ଚା। ଦେହାତ ଜିଲ୍ଲାର ଅକବରପୁର ଥାନା ଏରିଆର ଘଟଣା। ଏମିତି ଅନୁରୂପ ମାମଲା ବିହାରର ମଧେପୁରା ଓ ୟୁପିର ଆଲିଗଡ଼ରୁ ବି ଆସିଥିଲା। ବିହାରର ମଧେପୁରାରେ ଆଶା ଦେବୀ ନାମକ ମହିଳା ନିଜ ଜ୍ୱାଇଁଙ୍କ ପ୍ରେମରେ ପଡ଼ିଥିଲେ। କିଛି ବର୍ଷ ତଳେ ନିଜ ଝିଅର ବିବାହ ଧୁମଧାମରେ କରିଥିଲେ ଆଶା। କିନ୍ତୁ ସେହି ଜ୍ୱାଇଁ ସହ ପୂର୍ଣ୍ଣିଆ କୋର୍ଟରେ ବିବାହ କରିନେଲେ। ବଡ଼ କଥା ହେଲା, ଏ ବିବାହରେ କୋର୍ଟର କିଛି ଓକିଲ ସାକ୍ଷୀ ସାଜିଥିଲେ। ୟୁପିର ଆଲିଗଡ଼ରେ ତ ଅଜବ ଘଟଣା ଘଟିଥିଲା। ଝିଅର ବିବାହ ପୂର୍ବରୁ ଜ୍ୱାଇଁ ସହ ଫେରାର୍ ହୋଇଯାଇଥିଲେ ଶାଶୁ। ଝିଅ ବିବାହର କାର୍ଡ ବି ବଣ୍ଟାସରିଥିଲା। ବିବାହର ଆୟୋଜନ ଓ ପ୍ରସ୍ତୁତି ବି ସରିଥିଲା। ବିବାହକୁ ମାତ୍ର ୧୦ଟା ଦିନ ବାକି ଥିଲା। ଏପ୍ରିଲ ୧୬ରେ ବରଯାତ୍ରୀ ବାହାରିବାର ଥିଲା। କିନ୍ତୁ ଏପ୍ରିଲ ୬ରେ ଭାବି ଶାଶୁଙ୍କୁ ନେଇ ଫେରାର୍ ହୋଇଗଲେ ଯୁବକ। ଆଉ ବିବାହ ଦିନ ଦୁହେଁ ଦାଦୋଁ ଥାନାରେ ପହଞ୍ଚି ପୁଲିସକୁ ନିଜ ଲଭ ଷ୍ଟୋରୀ କହିଥିଲେ।
