ପ୍ରପର୍ଟି ଟିକସରୁ ବର୍ତ୍ତିବାକୁ ୨୦ ବର୍ଷ ଧରି ସମୁଦ୍ରରେ ରହିଲେ ଇଞ୍ଜିନିୟର!
ଘର କିଣିଥିଲେ ତାଙ୍କୁ ମୋଟା ଅଙ୍କର ଟିକସ, ସଶକ୍ତ ବିଲଡିଂ ନିୟମ ଓ ଅନ୍ୟାନ୍ୟ ଖର୍ଚ୍ଚ ଉଠାଇବାକୁ ପଡ଼ିଥାଆନ୍ତା। ଏ ସମସ୍ୟାରୁ ବାହାରିବାକୁ ସେ ଏକ ଭାସମାନ ଘରରେ ସମାଧାନ ଖୋଜିଲେ। ଜର୍ମାନ ସିପୟାର୍ଡ ଲୁରସେନରୁ ସ୍କାଟ ନାମକ ୨୩୩ ଫିଟ୍ ଅର୍ଥାତ ୭୧ ମିଟର ଲମ୍ୱା ସୁପରୟାଟ୍ ତିଆରି କଲେ।

ପ୍ରପର୍ଟି ଟିକସରୁ ବର୍ତ୍ତିବାକୁ ଧନୀ ଇଞ୍ଜିନିୟର ଏମିତି ଘର କଲେ। ଯାହା ବଳରେ ୨୦ ବର୍ଷ ଧରି ସମୁଦ୍ରରେ ରହି କୋଟି କୋଟି ଟଙ୍କାର ଟିକସ ବଞ୍ଚାଇଦେଲେ। ଦୁନିଆର ସବୁଠୁ ଅଧିକ ଧନୀ ଆଜିକାଲି କାଲିଫର୍ଣ୍ଣିଆ ଓ ନ୍ୟୁୟର୍କ ଭଳି ଟିକସ ରାଜ୍ୟକୁ ଛାଡ଼ି ଫ୍ଲୋରିଡା ଓ ଟେକ୍ସାସରେ ରହିବାରେ ଲାଗିଲେଣି। ହେଲେ ଦଶନ୍ଧି ପୂର୍ବରୁ ମାଇକ୍ରୋସଫ୍ଟ ପାଇଁ ଜଣେ ଇଞ୍ଜିନିୟର ଟିକସ ଓ କଡ଼ା ନିୟମରୁ ବଞ୍ଚିବାକୁ ପୁରା ଅଲଗା ରାସ୍ତା ଖୋଜିଥିଲେ। ସେ ଘର କିଣିବା ବଦଳରେ ସମୁଦ୍ରରେ ଭାସମାନ ଘର କରିଦେଲେ। ଏ ଇଞ୍ଜିନିୟର ଆଉ କେହି ନୁହେଁ। ବରଂ ଚାର୍ଲସ ସିମୋନ୍ୟି। ଯାହାଙ୍କୁ ମାଇକ୍ରୋସଫ୍ଟ ଓ୍ୱାର୍ଡ ଓ ଏକ୍ସେଲର ମୁଖ୍ୟ ଆର୍କିଟେକ୍ ଭାବେ ଜାଣନ୍ତି। ଫୋର୍ବସ ମୁତାବକ ସିମୋନ୍ୟୋୟି ମୋଟ୍ ସମ୍ପତ୍ତି ପ୍ରାୟ ୭.୨ ବିଲିୟନ ଡଲାର ଅର୍ଥାତ ପ୍ରାୟ ୬୦ହଜାର କୋଟି ଟଙ୍କା। ୧୯୯୦ରେ ଚାର୍ଲସ ଯେତେବେଳେ ଲକଜରି ଆପାର୍ଟମେଣ୍ଟ ଖୋଜୁଥିଲେ। ସେତେବେଳେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ମାଣ୍ଟ୍ରିୟଲ, ମୋଣ୍ଟେ କାର୍ଲୋ ଓ କୋପେନହେଗନରେ ଘର କିଣିଥିଲେ ତାଙ୍କୁ ମୋଟା ଅଙ୍କର ଟିକସ, ସଶକ୍ତ ବିଲଡିଂ ନିୟମ ଓ ଅନ୍ୟାନ୍ୟ ଖର୍ଚ୍ଚ ଉଠାଇବାକୁ ପଡ଼ିଥାଆନ୍ତା। ଏ ସମସ୍ୟାରୁ ବାହାରିବାକୁ ସେ ଏକ ଭାସମାନ ଘରରେ ସମାଧାନ ଖୋଜିଲେ। ଜର୍ମାନ ସିପୟାର୍ଡ ଲୁରସେନରୁ ସ୍କାଟ ନାମକ ୨୩୩ ଫିଟ୍ ଅର୍ଥାତ ୭୧ ମିଟର ଲମ୍ୱା ସୁପରୟାଟ୍ ତିଆରି କଲେ। ଏହାକୁ ପ୍ରୋଜେକ୍ଟ ୯୯୦୬ ନାଁରେ ସେ ୨୦୦୨ରେ ସାରିଲେ। ଏହା ପରେ ୨୦ ବର୍ଷ ଧରି ଚାର୍ଲସ ବର୍ଷରେ ୬ ମାସ ଏହି ୟାଟରେ ରହୁଥିଲେ ଓ ଏହିଠାରୁ ହିଁ କାମ କରୁଥିଲେ। ୟାଟକୁ ଘର ଓ ଅଫିସ ଭାବେ ବ୍ୟବହାର କରୁଥିଲେ। ୟାଟକୁ ଯୁଆଡେ ଚାହୁଁଥିଲେ ନେଇପାରୁଥିଲେ। ଫଳରେ ତାଙ୍କୁ କ୍ଷେତ୍ରୀୟ ପ୍ରପର୍ଟି ଟିକସ ଓ ସ୍ଥାନୀୟ ଆଇନଗତ ସମସ୍ୟାରୁ ତ୍ରାହି ମିଳୁଥିଲା। ଏହା ସହ ଦୁନିଆର ସବୁଠୁ ମହଙ୍ଗା ଓ୍ୱାଟରଫ୍ରଣ୍ଟ ଜାଗାରେ ରହିବାକୁ ବି ମଉକା ମିଳିଥିଲା। ଯାହାକୁ ଜମି ଭାବେ କିଣିବା ପ୍ରାୟ ଅସମ୍ଭବ। ୨୦୨୧ରେ ସେ ସ୍କାର୍ଟକୁ ବିକିଦେଲେ। କିନ୍ତୁ ଜମି କିଣିଲେନି କି ଜମିରେ ଘର କଲେନି। ଏହା ବଦଳରେ ନାର୍ନ ନାଁରେ ଆଉ ଏକ ବଡ଼ ୟାଟ୍ କିଣିଲେ। ୨୯୫ ଫୁଟ ଲମ୍ୱା ୟାଟର ଦାମ ପ୍ରାୟ ୨୫୦ ମିଲିୟନ ଡଲାର କୁହାଯାଉଛି। ଚାର୍ଲସଙ୍କ ଭାସମାନ ଘରର ଲାଇଫଷ୍ଟାଇଲ ଆଜି ପୁଣି କାହିଁକି ଚର୍ଚ୍ଚାରେ। ୨୦୨୬ରେ ଆମେରିକାରେ ଓ୍ୱେଲଥ ଟିକସକୁ ନେଇ ବିତର୍କ ଜାରି ରହିଛି। କାଲିଫର୍ଣ୍ଣିଆରେ ୧ ବିଲିୟନ ଡଲାରରୁ ଅଧିକ ସମ୍ପତ୍ତି ଥିବା ବ୍ୟକ୍ତି ୫ ପ୍ରତିଶତ ଟିକସ ଦେବାର ପ୍ରସ୍ତାବ ରହିଛି। ଯଦି ଏହା ଲାଗୁ ହୁଏ। ସରକାରଙ୍କୁ ଏ ବାବଦରେ ଶହେ ବିଲିୟନ ଡଲାର ମିଳିବ। ହେଲେ ସମାଲୋଚକଙ୍କ କହିବା କଥା, ମୋଟା ଅଙ୍କର ଟିକସରୁ ବଞ୍ଚିବାକୁ ଅନେକ ରାଜ୍ୟ ଛାଡ଼ି ଦେଉଛନ୍ତି।
