କାହିଁକି ଆଇଏଏସ ଚାକିରୀ ଛାଡ଼ିଲେ ଦିବ୍ୟା ମିତ୍ତଲ ?
ବେଶ୍ ବୁଝିବିଚାରି ସେ ଏ ପଦକ୍ଷେପ ନେଇଛନ୍ତି। ଏହା କୌଣସି ଅଚାନକ ନିଷ୍ପତ୍ତି ନୁହେଁ। ଆଇଏଏସ ଚାକିରୀ ତାଙ୍କ ଜୀବନର କେବଳ ଏକ ଚାପ୍ଟର ଥିଲା। ଏହା ତାଙ୍କର ପୁରା ଜୀବନ ନୁହେଁ। ଏ ନିଷ୍ପତ୍ତି ସେ ନିଜର ପ୍ରାଥମିକତା, ଭାବନା ଓ ପରିବାରକୁ ଧ୍ୟାନରେ ରଖି ନେଇଛନ୍ତି।

କାହିଁକି ଇସ୍ତଫା ଦେଲେ ଆଇଏଏସ ଦିବ୍ୟା ମିତ୍ତଲ। ୧୧ ବର୍ଷ ଚାକିରୀ ଭିତରେ ୮ ଜିଲ୍ଲାରେ ପାଇଥିଲେ ପୋଷ୍ଟିଂ। ତେବେ ମାତ୍ର ୧୧ ବର୍ଷ ଚାକିରୀ କରିବା ପରେ କାହିଁକି ଚାକିରୀରୁ ମୋହ ଭଙ୍ଗ କରିଦେଲେ ଦିବ୍ୟା। ନିଜ ଇସ୍ତଫା ପତ୍ରରେ କେବଳ ଦୁଇ ଜିଲ୍ଲା କଥା କାହିଁକି ଉଲ୍ଲେଖ କଲେ। ଦେବରିଆ ଜିଲ୍ଲାରୁ ମିଳିଥିବା ପ୍ରଶାସନିକ ଅନୁଭବ ଓ ମିର୍ଜାପୁରକୁ ସ୍ମରଣ କରି ଦିବ୍ୟା କହିଛନ୍ତି, ଏହି ଦୁଇ ଜିଲ୍ଲାରେ ତାଙ୍କର ପ୍ରଶାସନିକ ଜୀବନର ଗଭୀର ଛାପ ଛାଡ଼ିଯାଇଛି। ତେବେ ୮ ଜିଲ୍ଲାରେ କାମ କରି କେବଳ ୨ ଜିଲ୍ଲା କଥା ଉଲ୍ଲେଖ କରିଥିବାରୁ ଏହାକୁ ନେଇ ଅନେକ ଆକଳନ ଆରମ୍ଭ ହୋଇଛି। ୟୁପି କ୍ୟାଡ଼ରର ଚର୍ଚ୍ଚିତ ଆଇଏଏସ ହେଉଛନ୍ତି ଦିବ୍ୟା। ସେ ପ୍ରଥମେ ମିରଟରେ ଜଏଣ୍ଟ ମାଜିଷ୍ଟ୍ରେଟ ଭାବେ ନଭେମ୍ୱର ୨୭,୨୦୧୫ରେ ଜଏନ କରିଥିଲେ। ଏହା ପରେ ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ରରେ ଦାୟିତ୍ୱ ସମ୍ଭାଳିଥିଲେ। ତେବେ ଇସ୍ତଫା ପଛରେ କୌଣସି ଚାପ ବା ଟ୍ରିଗର ମୋମେଣ୍ଟର ପ୍ରତିଫଳନ ନୁହେଁ ବୋଲି ଦିବ୍ୟା ସ୍ପଷ୍ଟ କରିଛନ୍ତି। ବେଶ୍ ବୁଝିବିଚାରି ସେ ଏ ପଦକ୍ଷେପ ନେଇଛନ୍ତି। ଏହା କୌଣସି ଅଚାନକ ନିଷ୍ପତ୍ତି ନୁହେଁ। ଆଇଏଏସ ଚାକିରୀ ତାଙ୍କ ଜୀବନର କେବଳ ଏକ ଚାପ୍ଟର ଥିଲା। ଏହା ତାଙ୍କର ପୁରା ଜୀବନ ନୁହେଁ। ଏ ନିଷ୍ପତ୍ତି ସେ ନିଜର ପ୍ରାଥମିକତା, ଭାବନା ଓ ପରିବାରକୁ ଧ୍ୟାନରେ ରଖି ନେଇଛନ୍ତି। ଭବିଷ୍ୟତରେ ସେ ଲେଖିକା, ଶିକ୍ଷଣୀୟ ତଥା ସମାଜସେବାରେ ନିଜକୁ ନିୟୋଜିତ କରିବେ। ତାଙ୍କର ଦୁଇ ଝିଅଙ୍କ ସହ ପୁରା ପରିବାରର ଦାୟିତ୍ୱ ତାଙ୍କ ମୁଣ୍ଡରେ। ସେ ନିଜର ପୁରୁଣା ପ୍ୟାସନକୁ ଆଗକୁ ନେବାକୁ ଚାହୁଁଛନ୍ତି। ଦିବ୍ୟା ମିତ୍ତଲଙ୍କ ଇସ୍ତଫା ପରେ ତାଙ୍କ ସ୍ୱାମୀ ତଥା ପୂର୍ବତନ ଆଇଏଏସ ଅଧିକାରୀ ଗଗନଦୀପ ସିଂ ଢିଲୋ ବି ଚର୍ଚ୍ଚା ପରିସରକୁ ଆସିଛନ୍ତି। ଗଗନଦୀପ ୨୦୨୨ରେ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟରେ ସଂଯୁକ୍ତ ମହାନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ। ଦୁହିଁଙ୍କ ଯାତ୍ରା ବେଶ୍ ରୋଚକପୂର୍ଣ୍ଣ ଥିଲା। ଆଇଆଇଟି ଦିଲ୍ଲୀ ଓ ଆଇଆଇଏମ ବାଙ୍ଗାଲୋରରୁ ପଢ଼ିଥିବା ଗଗନଦୀପ ଓ ଦିବ୍ୟା ଦୁହେଁ ଆଗ ଲଣ୍ଡନରେ ଲକ୍ଷାଧିକ ଟଙ୍କା ପ୍ୟାକେଜରେ ମଲଟି ନାସନାଲ କମ୍ପାନୀରେ କାମ କରିଥିଲେ। ଦିବ୍ୟା ଜେପି ମାର୍ଗନରେ ଓ ଗଗନ ସିଟି ଗ୍ରୁପରେ କାର୍ଯ୍ୟରତ ଥିଲେ। ହେଲେ ବିଦେଶରେ ମନ ଲାଗିଲାନି। ଆଉ ଭାରତ ଫେରି ଉଭୟ ସିଭିଲ ସର୍ଭିସ ଲାଗି ପ୍ରସ୍ତୁତି କରିଥିଲେ। ଦିବ୍ୟା ନିଜର ଦ୍ୱିତୀୟ ପ୍ରୟାସ ୨୦୧୨ରେ ୬୮ ରାଙ୍କ ହାସଲ କରିଥିଲେ। ଆଉ ଗଗନ ନିଜର ପ୍ରଥମ ପ୍ରୟାସରେ ବାଜି ମାରିନେଇଥିଲେ।
