Blogger Love Story:ବୃଦ୍ଧ ପ୍ରେମରେ ବ୍ଲଗର ରାଣୀ
ରାମସୁଗାରଙ୍କ ଝିଅ ରାଧା ବି ୟୁଟ୍ୟୁବର। ରାଧାକୁ ଭେଟିବାକୁ ଯିବା ବେଳେ ରାମସୁଗାର ଓ ରାଣୀଙ୍କ ଭିତରେ ଘନିଷ୍ଠତା ଓ ନିବିଡ଼ତା ବଢ଼ିଥିଲା। ୭ ବର୍ଷ ପୂର୍ବରୁ ରାମସୁଗାରଙ୍କ ପତ୍ନୀଙ୍କ ପରଲୋକ ହୋଇସାରିଛି। ରାଣୀ ରାମସୁଗାର ଘରକୁ ଆସିବା ପରେ ସମସ୍ତେ ମିଶି ଭିଡ଼ିଓ ସୁଟ୍ କରନ୍ତି। ଆଉ ଏହି ଭିଡ଼ିଓ ସୁଟ୍ କରୁ କରୁ ରାଣୀ ଓ ରାମସୁଗାର ଉଭୟ ଉଭୟଙ୍କୁ ପସନ୍ଦ କରିବାକୁ ଲାଗିଲେ

ଏକ ନିଆରା ପ୍ରେମ। ୟୁପିର ଔରିୟା ଜିଲ୍ଲାରେ ୭୫ ବର୍ଷର ବୃଦ୍ଧଙ୍କ ପ୍ରେମରେ ପଡ଼ିଲେ ୩୦ ବର୍ଷର ବ୍ଲଗର। ନିର୍ବନ୍ଧରୁ ନେଇ ହଳଦି ମେହେନ୍ଦିର ସମସ୍ତ ରୀତିନୀତି ସରିଲାଣି। କେବଳ ନବରାତ୍ରୀ ପରେ ବିବାହ ବନ୍ଧନରେ ବନ୍ଧା ହେବା ଯାହା ବାକି ଅଛି। ଔରିୟାରେ ୭୫ ବର୍ଷର ରାମସୁଗାର ଓ ୩୦ ବର୍ଷର ରାଣୀ ରାଜପୁତଙ୍କ ପ୍ରେମକାହାଣୀ ଯିଏ ଜାଣୁଛି ବା ଦେଖୁଛି,ତାଜୁବ ହୋଇଯାଉଛି। ଆଉ ଯାହା କଥାରେ ଅଛି, ପ୍ରେମ ବୟସ ଦେଖେନା। ହୃଦୟ ଦେଖେ। ଏ କଥାଟିକୁ ପୁରା ଫିଟ୍ କରୁଛି ଏହି ପ୍ରେମୀ ଯୋଡ଼ାଙ୍କ କାହାଣୀ। ଦୁହିଁଙ୍କ ଭିତରେ ୪୫ ବର୍ଷ ବୟସର ଅନ୍ତର ଅଛି। ପ୍ରାୟ ସପ୍ତାହକ ପୂର୍ବରୁ ଉଭୟଙ୍କ ନିର୍ବନ୍ଧ ସରିଛି। ଦୁହିଁଙ୍କ ନିର୍ବନ୍ଧର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ପରେ ଏହି ସମ୍ପର୍କ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ଅଛି। ରାଣୀ ରାଜପୁତ ଜଣେ ଇନଷ୍ଟାଗ୍ରାମ ବ୍ଲଗର। ସଦର କୋତଓ୍ୱାଲି ଏରିଆରେ ଦୟାଲପୁରରେ ରୁହନ୍ତି। ରାମସୁଗାର ସହାର କ୍ଷେତ୍ରର ଅରିୟାରି ଗାଁ ବାସିନ୍ଦା। ରାଣୀ ରାଜପୁତ ଗଲା ୨ ବର୍ଷ ହେଲା ରାମସୁଗାରଙ୍କ ଘରକୁ ଯିବାଆସିବା କରୁଥିଲେ। ରାମସୁଗାରଙ୍କ ଝିଅ ରାଧା ବି ୟୁଟ୍ୟୁବର। ରାଧାକୁ ଭେଟିବାକୁ ଯିବା ବେଳେ ରାମସୁଗାର ଓ ରାଣୀଙ୍କ ଭିତରେ ଘନିଷ୍ଠତା ଓ ନିବିଡ଼ତା ବଢ଼ିଥିଲା। ୭ ବର୍ଷ ପୂର୍ବରୁ ରାମସୁଗାରଙ୍କ ପତ୍ନୀଙ୍କ ପରଲୋକ ହୋଇସାରିଛି। ରାଣୀ ରାମସୁଗାର ଘରକୁ ଆସିବା ପରେ ସମସ୍ତେ ମିଶି ଭିଡ଼ିଓ ସୁଟ୍ କରନ୍ତି। ଆଉ ଏହି ଭିଡ଼ିଓ ସୁଟ୍ କରୁ କରୁ ରାଣୀ ଓ ରାମସୁଗାର ଉଭୟ ଉଭୟଙ୍କୁ ପସନ୍ଦ କରିବାକୁ ଲାଗିଲେ। ରାମସୁଗାରଙ୍କ ଝିଅ ରାଧାଙ୍କ କହିବା ଅନୁସାରେ, ଗୋଟିଏ ବ୍ୟୁଟିପାର୍ଲରରେ ଉଭୟଙ୍କ ନିର୍ବନ୍ଧ ସେରିମନି ହୋଇଥିଲା। ଦୁହିଁଙ୍କ ବିବାହ ପୁରା ପାରମ୍ପରିକ ରୀତିନୀତି ଅନୁସାରେ ହେବ।
