ଦ୍ୱିତୀୟ ବିବାହ ବି ୫ ମାସ ତିଷ୍ଠିଲାନି
ସୋମବାର ରାତିରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ ସେୟାର କରି ଡିଭୋର୍ସ କଥାର ପୁଷ୍ଟି କରିଛନ୍ତି। ବାଦଶାହ ନିଜ ପୋଷ୍ଟରେ କହିଛନ୍ତି ଯେ, ଏହି ନିଷ୍ପତ୍ତି ଆପୋଷ ସହମତିରେ ନିଆଯାଇଛି। ନିଜ ଫ୍ୟାନ୍ସ ଓ ମିଡିଆକୁ ଏହି ସମୟରେ ତାଙ୍କର ପ୍ରାଇଭେସିକୁ ସମ୍ମାନା କରିବା ଓ କୌଣସି ପ୍ରକାର ଆକଳନ ନ ଲଗାଇବାକୁ ଅନୁରୋଧ କରିଛନ୍ତି ବାଦଶାହ।

ତିଷ୍ଠିଲାନି ବିବାହ। ଦ୍ୱିତୀୟ ବିବାହ ବି ୫ ମାସ ତିଷ୍ଠିଲାନି। ରାପର ବାଦଶାହା ନିଜର ଦ୍ୱିତୀୟ ପତ୍ନୀ ଇଶା ରିଖିଙ୍କଠୁ ଛାଡ଼ପତ୍ର ନେଲେ। ବିବାହର ମାତ୍ର ୫ ମାସ ପରେ ପରସ୍ପରଠୁ ଅଲଗା ହୋଇଗଲେ ବାଦଶାହ ଓ ରିଖି। ପ୍ରଥମ ପତ୍ନୀ ଜସ୍ମିନଙ୍କଠୁ ୨୦୨୦ରେ ଅଲଗା ହୋଇଯାଇଥିଲେ। ରାପର ବାଦଶାହ ଓ ପଞ୍ଜାବୀ ଅଭିନେତ୍ରୀ ଇଶା ରିଖି ପରସ୍ପରଠୁ ଅଲଗା ହୋଇଗଲେ ବୋଲି ଘୋଷଣା କରିଛନ୍ତି। ସୋମବାର ରାତିରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ ସେୟାର କରି ଡିଭୋର୍ସ କଥାର ପୁଷ୍ଟି କରିଛନ୍ତି। ବାଦଶାହ ନିଜ ପୋଷ୍ଟରେ କହିଛନ୍ତି ଯେ, ଏହି ନିଷ୍ପତ୍ତି ଆପୋଷ ସହମତିରେ ନିଆଯାଇଛି। ନିଜ ଫ୍ୟାନ୍ସ ଓ ମିଡିଆକୁ ଏହି ସମୟରେ ତାଙ୍କର ପ୍ରାଇଭେସିକୁ ସମ୍ମାନା କରିବା ଓ କୌଣସି ପ୍ରକାର ଆକଳନ ନ ଲଗାଇବାକୁ ଅନୁରୋଧ କରିଛନ୍ତି ବାଦଶାହ। କିଛି ଦିନ ହେଲା ଦୁହିଁଙ୍କ ସମ୍ପର୍କ ଭିତରେ ଫାଟର ଖବର ଆସୁଥିଲା। ଇଶା ରିଖି ବି ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ସମାନ ବୟାନ ଲେଖି ପୋଷ୍ଟ କରିଛନ୍ତି। ଇଶା ରିଖି ଲୋକପ୍ରିୟ ପଞ୍ଜାବୀ ଅଭିନେତ୍ରୀ ଓ ମଡେଲ ଅଟନ୍ତି। ୨୦୧୩ରେ ପଞ୍ଜାବୀ ଫିଲ୍ମ ଜଟ୍ ବୟ ପୁଟ୍ଟ ଜଟ୍ଟା ଦିରୁ ଡେବ୍ୟୁ କରିଥିଲେ। ପଞ୍ଜାବୀ ଫିଲ୍ମରେ ଲୋକପ୍ରିୟତା ସାଉଁଟିବା ପରେ ୨୦୧୮ରେ ଫିଲ୍ମ ନଓ୍ୱାବଜାଦେରୁ ନେଇ ବଲିଉଡରେ ଡେବ୍ୟୁ କରିଥିଲେ। ଏ ଫିଲ୍ମରେ ରାଘବ ଜୁୟାଲ, ପୁନିତ ପାଠକ ଓ ଧର୍ମେଶ ୟେଲାଣ୍ଡେ ଲିଡ୍ ରୋଲରେ ଥିଲେ। ବାଦଶାହ ଓ ଇଶାଙ୍କ ସମ୍ପର୍କ ଭିତରେ ତିକ୍ତତାର ଖବର ଜୁଲାଇରୁ ଆରମ୍ଭ ହୋଇଥିଲା। ଜୁଲାଇ ୨୬ରେ ଇଶା ବାଦଶାହଙ୍କ ସହ ନିଜର ଅନେକ ଫଟୋ ଓ ଭିଡ଼ିଓ ସେୟାର କରି ଏକ ପୋଷ୍ଟ ଲେଖିଥିଲେ। ଲେଖିଥିଲେ, ପ୍ରତି ତୋଫାନ ଏକ ଶିକ୍ଷା ଅଟେ। ଆଉ ଏହା ଲେଖି ହୃଦୟ ଭାଙ୍ଗିବାର ଇମୋଜି ଲଗାଇଥିଲେ। ଆଉ ଲମ୍ୱା ନୋଟରେ ଲେଖିଥିଲେ ଯେ, ଲମ୍ୱାସମୟ ଧରି ଡର କାରଣରୁ ସେ ଚୁପ୍ ଥିଲେ। ହେଲେ ଏବେ ସେ ଆତ୍ମସମ୍ମାନ ଲାଗି କହୁଛନ୍ତି। ଏହାରି ଭିତରେ ଇଶାଙ୍କ ମାଆ ପୁନମ ରିଖି ବି ସୋସିଆଲ ମିଡିଆରେ କର୍ମ ସହ ଜଡ଼ିତ ପୋଷ୍ଟ ସେୟାର କରିଥିଲେ। ଇଶା ରିଖି ଚଳିତ ବର୍ଷ ଜୁନ୍ ମାସରେ ହିଁ ବିବାହର ଖୁଲାସା କରିଥିଲେ। ଜୁନ ମାସରେ ଇନଷ୍ଟାଗ୍ରାମରେ ଆସ୍କ ମି ଏନିଥିଙ୍ଗ ସେସନ ବେଳେ ବାଦଶାହଙ୍କୁ ସେ ବିବାହ କରିଥିବା ସ୍ପଷ୍ଟ କରିଥିଲେ। ବିବାହ ପରେ ବି ଦୁହେଁ ସାର୍ବଜନୀକ ଭାବେ ପରସ୍ପର ବାବଦରେ ଅଧିକ କଥା ହେଉନଥିଲେ। ରାପର ବାଦଶାହଙ୍କ ଏହା ହେଉଛି ଦ୍ୱିତୀୟ ଛାଡ଼ପତ୍ର। ୨୦୧୨ରେ ଜସ୍ମିନ ମସିହଙ୍କ ସହ ବିବାହ କରିଥିଲେ। ୨୦୧୭ରେ ଦୁହିଁଙ୍କ ଗୋଟିଏ ଝିଅ ହେଲା। ଯାହାର ନାଁ ଜେସେମି ଗ୍ରେସ ମସିହ। ହେଲେ ମତଭେଦ କାରଣରୁ ବାଦଶାହ ଓ ଜସ୍ମିନଙ୍କ ଭିତରେ ୨୦୨୦ରେ ଛାଡ଼ପତ୍ର ହୋଇଥିଲା। ଏହା ପରେ ବାଦଶାହଙ୍କ ଜୀବନରେ ଇଶା ରିଖିଙ୍କ ଏଣ୍ଟ୍ରି ହୋଇଥିଲା। ଛାଡ଼ପତ୍ର ଘୋଷଣା ଭିତରେ ବାଦଶାହଙ୍କ ନୂଆ ଗୀତ ରିଲିଜ ହୋଇଛି। ଅଗଷ୍ଟ ୩୧ରେ ବାଦଶାହଙ୍କ ନୂଆ ମରାଠୀ ହିପ୍ ହପ୍ ଗୀତ ଚିମନା ରିଲିଜ ହୋଇଛି। ଏଥିରେ ସେ ଦିବ୍ୟା କୁମାର ଓ ମରାଠି ଲୋକ କଳାକାର ନାଗେଶ ମୋରଓ୍ୱେକରଙ୍କ ସହ କାମ କରିଛନ୍ତି। ଭାରତୀୟ ରାପର୍ ଓ ଗାୟକ ବାଦଶାହଙ୍କ ହରିୟାଣଭୀ ଗୀତ ‘Tateeree’ ମାର୍ଚ୍ଚ ୧, ୨୦୨୬ରେ ରିଲିଜ୍ ହେବା ପରେ ବିବାଦରେ ପଡ଼ିଥିଲା। ଗୀତର କିଛି ଶବ୍ଦ ଓ ମ୍ୟୁଜିକ୍ ଭିଡିଓର ଦୃଶ୍ୟକୁ ଅଶ୍ଳୀଳ, ଆପତ୍ତିଜନକ ଏବଂ ମହିଳାଙ୍କୁ ଅସମ୍ମାନଜନକ ଭାବେ ଦର୍ଶାଉଥିବା ଅଭିଯୋଗ ହୋଇଥିଲା। ଗୀତର କିଛି ଡବଲ୍-ମିନିଂ ଓ ଅଶ୍ଳୀଳ ଲିରିକ୍ସକୁ ନେଇ ଆପତ୍ତି ଉଠିଥିଲା। ଭିଡିଓରେ ସ୍କୁଲ୍ ୟୁନିଫର୍ମ ପିନ୍ଧିଥିବା ଝିଅମାନଙ୍କ ଦୃଶ୍ୟ ଥିବାରୁ ବିବାଦ ଆହୁରି ବଢ଼ିଥିଲା। ହରିୟାଣାର ପଞ୍ଚକୁଲା ସାଇବର୍ କ୍ରାଇମ୍ ପୋଲିସ୍ ଷ୍ଟେସନ୍ରେ ଅଭିଯୋଗ ପରେ FIR ରୁଜୁ ହୋଇଥିଲା। ହରିୟାଣା ଷ୍ଟେଟ୍ କମିଶନ୍ ଫର୍ ୱିମେନ୍ Badshahଙ୍କୁ ସମନ୍ କରିଥିଲା ଏବଂ ମାର୍ଚ୍ଚ ୧୩ରେ ହାଜର ହେବାକୁ କହିଥିଲା। ପରେ National Commission for Women (NCW) ମଧ୍ୟ ଏହି ମାମଲାରେ Badshah ଓ ତାଙ୍କ ଟିମ୍କୁ ସମନ୍ କରିଥିଲା। ବିବାଦ ବଢ଼ିବା ପରେ Badshah ସାର୍ବଜନୀନ ଭାବେ କ୍ଷମା ମାଗିଥିଲେ। ସେ କହିଥିଲେ ଯେ ଗୀତର ଶବ୍ଦ ଓ ଭିଜୁଆଲ୍ରେ କାହାରି ଭାବନା ଆଘାତ ପାଇଥିଲେ ସେ ଦୁଃଖିତ। ସେ ଏହି ଗୀତକୁ ସମସ୍ତ ପ୍ଲାଟଫର୍ମରୁ ହଟାଇବାର ନିଷ୍ପତ୍ତି ମଧ୍ୟ ଘୋଷଣା କରିଥିଲେ। ପରବର୍ତ୍ତୀ ଭାବେ ଆପତ୍ତିଜନକ ଅଂଶଗୁଡ଼ିକୁ ହଟାଇ ‘Tateeree Phir Se’ ନାମରେ ଗୀତଟିକୁ ପୁଣି ରିଲିଜ୍ କରାଯାଇଥିଲା।
