ହାତୀ ପିଠିରେ ବସି ଜନ୍ମଦିନ ପାଳିଲେ ଯନ୍ତ୍ରୀ
ହାତୀରୁ ଓହଲାଇବା ପରେ ତାଙ୍କ ଉପରେ ଫୁଲବର୍ଷା କରିଥିଲେ କର୍ମଚାରୀ। ଆଉ ପୁରା ଅଫିସ ଷ୍ଟାଫ୍ ଢୋଲ ମହୁରୀର ତାଳେ ତାଳେ ନାଚିଥିଲେ। ଏହା ପର ହାତୀ ଏକ ବିଶାଳ ମାଳା ନିଜ ଶୁଣ୍ଢରେ ରବିକାନ୍ତଙ୍କ ଗଳାରେ ପକାଇଥିଲେ। ଆଉ ଶୁଣ୍ଢ ଉଠାଇ ଆଶୀର୍ବାଦ କରିଥିଲା। ଆଉ ବାବୁ ରବିଙ୍କ ଖୁସି କହିଲେ ନ ସରେ।

ସେ ବିଜୁଳି ବିଭାଗର ରାଜା ବାବୁ। ମହାରାଜା ଷ୍ଟାଇଲରେ ହାତୀରେ ଚଢ଼ି ପହଞ୍ଚିଲେ ଅଫିସରେ। ନୋଟ ଭର୍ତ୍ତି ଗାଡ଼ିର କେକ୍ କାଟିଲେ। ଢୋଲ, ବାଜା ଓ ଫୁଲ ବର୍ଷାରେ ତାଙ୍କର ଓ୍ୱେଲକମ୍ କରାଗଲା। ଜଣେ ସହକାରୀ ଯନ୍ତ୍ରୀଙ୍କ ଏଭଳି ହାଇପ୍ରୋଫାଇଲ ବାର୍ଥ-ଡେ ପାର୍ଟିକୁ ନେଇ ସବୁଠି ଚର୍ଚ୍ଚା। ମଧ୍ୟପ୍ରଦେଶ ଉଜୈନ ସହକାରୀ ଯନ୍ତ୍ରୀ ରବିକାନ୍ତ ମାଲବୀୟଙ୍କ ଏଭଳି ଜାକଜମକ ବାର୍ଥ-ଡେ ସେଲିବ୍ରେସନକୁ ନେଇ ସବୁଠି ଚର୍ଚ୍ଚା। ସରକାରୀ ଦପ୍ତରରେ ଏଭଳି ସେଲିବ୍ରେସନକୁ ନେଇ ଉଠିଛି ପ୍ରଶ୍ନ। ଉଜୈନସ୍ଥିତ ଅଫିସକୁ ପାର୍ଟି ହାଉସ ସଜାଇଦେଲେ ରବିକାନ୍ତ। ସମସ୍ତ ଷ୍ଟାଫ୍ ନିଜ କାମ ଛାଡ଼ି ନିଜ ସାହେବଙ୍କ ସ୍ୱାଗତରେ ପୁରା ଲାଗିପଡ଼ିଥିଲେ। ହାତୀରେ ବସି ବାବୁ ରବିକାନ୍ତ ଅଫିସରେ ଏଣ୍ଟ୍ରି ମାରିଥିଲେ। ହାତୀରୁ ଓହଲାଇବା ପରେ ତାଙ୍କ ଉପରେ ଫୁଲବର୍ଷା କରିଥିଲେ କର୍ମଚାରୀ। ଆଉ ପୁରା ଅଫିସ ଷ୍ଟାଫ୍ ଢୋଲ ମହୁରୀର ତାଳେ ତାଳେ ନାଚିଥିଲେ। ଏହା ପର ହାତୀ ଏକ ବିଶାଳ ମାଳା ନିଜ ଶୁଣ୍ଢରେ ରବିକାନ୍ତଙ୍କ ଗଳାରେ ପକାଇଥିଲେ। ଆଉ ଶୁଣ୍ଢ ଉଠାଇ ଆଶୀର୍ବାଦ କରିଥିଲା। ଆଉ ବାବୁ ରବିଙ୍କ ଖୁସି କହିଲେ ନ ସରେ। ବାବୁଙ୍କ ଦରମା ପ୍ରାୟ ୮୦ହଜାର ଟଙ୍କା। ହେଲେ ଥାଟବାଟ କୌଣସି ରାଜା ମହାରାଜାଙ୍କଠୁ କମ୍ ନଥିଲାଷ ଦମଦାର ଏଣ୍ଟ୍ରିରୁ ନେଇ କେକ୍ କଟିଂ ପରେ ବାବୁଙ୍କ ଆଗେର ନୋଟ୍ ଗାଡ଼ିର କେକ୍ ରଖାଯାଇଥିଲା। ସେ କେକ୍ କାଟିଥିଲେ। ଯଦିଏ ଏ ସବୁ ନୋଟ୍ ନକଲି ଥିଲା ବୋଲି ସଫେଇ ଦିଆଯାଇଛି। ତେବେ ମାମଲା ଗମ୍ଭୀର ହୋଇଛି। ଏଥିଲାଗି ଯେ, ଦିନକ ଆଗରୁ ତାଙ୍କର ଭ୍ରଷ୍ଟାଚାର ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଆଉ ଏହାର ପରଦିନ ହିଁ ଏଭଳି ଭବ୍ୟ ଆୟୋଜନ ସାମ୍ନାକୁ ଆସିବା ପରେ ବିଭାଗର କାର୍ଯ୍ୟଶୈଳୀ ଓ ଅଧିକାରୀଙ୍କ ପ୍ରଭାବକୁ ନେଇ ପ୍ରଶ୍ନବାଚୀ ଛିଡ଼ା ହୋଇଛି।
