ଜେଲ ଖାଦ୍ୟ ସୁହାଉନି- ପାସ୍ତା ଓ ଚିକେନ୍ ଦିଅ
ଜେଲ ଭିତରେ ତାଙ୍କୁ ଇଣ୍ଡକ୍ସନ ଚୁଲା ସହ ରୋଷେଇ ସରଞ୍ଜାମ ରଖିବାକୁ ସେ ଅନୁମତି ଲୋଡ଼ିଛନ୍ତି। ଏହା ସହ ପାସ୍ତା, ଚିକେନ, ରେଡ୍ ମିଟ୍, ଡାଲି, ଅଲିଭ ଅଏଲ, ଟୋଣ୍ଡ ମିଲ୍କ, ସୋୟା ମିଲକ୍ ଓ ଡିଷ୍ଟଲି ଓ୍ୱାଟର ଭଳି ସାମଗ୍ରୀ ରଖିବାକୁ ଅନୁମତି ମାଗିଛନ୍ତି। ଏ ସବୁର ଖର୍ଚ୍ଚ ତାଙ୍କ ପରିବାର ଉଠାଇବାକୁ ବି ପ୍ରସ୍ତୁତ। ମାଥ୍ୟୁ ନିଜ ପିଟିସନରେ କହିଛନ୍ତି, ତାଙ୍କର ଓଜନ ୧୪ କିଲୋ ହ୍ରାସ ପାଇସାରିଲାଣି।

ଜେଲରେ ପାସ୍ତା ଖାଇବାକୁ ଚାହୁଁଛନ୍ତି କଏଦୀ। ତିହାର ଜେଲରେ ମସାଲା, ତେଲ ଓ ଡିପ ଫ୍ରାଏଡ୍ ଖାଦ୍ୟ ସେ ଖାଇପାରିବେନି। ତିହାର ଜେଲର ଖାଦ୍ୟ ମେନୁ ତାଙ୍କୁ ସୁହାଉନି। ସେଥିଲାଗି ସେ ସୋୟା କ୍ଷୀର ପିଇ ରହୁଛନ୍ତି। ମେ ୬ରୁ ସେ ଅନଶନରେ ବସିଛନ୍ତି। ଜଣେ ଆମେରିକୀୟ କଏଦୀ ବୈନଡାଇକଙ୍କ ଏଭଳି ପିଟିସନ ଉପରେ ଦିଲ୍ଲୀର ଏକ ଅଦାଲତ ଜୁଲାଇ ୨୧ରେ ଶୁଣାଣୀ କରିବେ। ଭାରତ- ମିଆଁମାର ସୀମା ପାଖରେ ଆତଙ୍କବାଦ ଷଡ଼ଯନ୍ତ୍ର ରଚିବା ଅଭିଯୋଗରେ ଜେଲରେ ବନ୍ଦୀ ଅଛନ୍ତି ଆମେରିକୀୟ ନାଗରିକ ମାଥ୍ୟୁ ଆରୋନ ବୈନଡାଇକ। ସେ ନିଜେ ରୋଷେଇ କରିବାକୁ ଜେଲ୍ ପ୍ରଶାସନକୁ ଅନୁମତି ମାଗିଛନ୍ତି। କାରଣ ତେଲମସଲା ଯୁକ୍ତ ଭାରତୀୟ ଖାଦ୍ୟ ତାଙ୍କୁ ପସନ୍ଦ ନୁହେଁ। ଏଭଳି ଖାଦ୍ୟ ଖାଇ ଗଲା ୫୦ ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡ଼ୁଛି। ଜେଲ ଭିତରେ ତାଙ୍କୁ ଇଣ୍ଡକ୍ସନ ଚୁଲା ସହ ରୋଷେଇ ସରଞ୍ଜାମ ରଖିବାକୁ ସେ ଅନୁମତି ଲୋଡ଼ିଛନ୍ତି। ଏହା ସହ ପାସ୍ତା, ଚିକେନ, ରେଡ୍ ମିଟ୍, ଡାଲି, ଅଲିଭ ଅଏଲ, ଟୋଣ୍ଡ ମିଲ୍କ, ସୋୟା ମିଲକ୍ ଓ ଡିଷ୍ଟଲି ଓ୍ୱାଟର ଭଳି ସାମଗ୍ରୀ ରଖିବାକୁ ଅନୁମତି ମାଗିଛନ୍ତି। ଏ ସବୁର ଖର୍ଚ୍ଚ ତାଙ୍କ ପରିବାର ଉଠାଇବାକୁ ବି ପ୍ରସ୍ତୁତ। ମାଥ୍ୟୁ ନିଜ ପିଟିସନରେ କହିଛନ୍ତି, ତାଙ୍କର ଓଜନ ୧୪ କିଲୋ ହ୍ରାସ ପାଇସାରିଲାଣି। ପୁଷ୍ଟିକର ଖାଦ୍ୟ ଅଭାବରୁ ତାଙ୍କ ଦୃଷ୍ଟି ବି କମଜୋର ହେବାରେ ଲାଗିଛି। ମାଥ୍ୟୁଙ୍କ ଓକିଲ ମାଥ୍ୟୁଙ୍କ ଲାଗି ନିରନ୍ତର ସୋୟା ମିଲ୍କ ଓ ମଶା ଘଉଡ଼ାଇବାକୁ ମଶା ଧୂପକାଠି ବି ମଗାଇବାକୁ ଦାବି କରିଛନ୍ତି। ଏନଆଇଏ ଏହି ପିଟିସନ ଉପରେ କୌଣସି ଜବାବ ଦେବାକୁ ମନା କରିଛି। ସେପଟେ ଜେଲ୍ ଅଧୀକ୍ଷକଙ୍କୁ ଏ ସଂକ୍ରାନ୍ତରେ ଜବାବ ଦାଖଲ କରିବାକୁ କୁହାଯାଇଛି। ଆତଙ୍କି ଗତିବିଧିରେ ସାମିଲ ଆରୋପରେ ମାଥ୍ୟୁ ଓ ୬ ୟୁକ୍ରେନ ନାଗରିକଙ୍କୁ ମାର୍ଚ୍ଚ ୧୩ରେ ଏନଆଇଏ ଗିରଫ କରିଥିଲା। ଏ କଏଦୀ ଭାରତ- ମିଆଁମାର ସୀମାରେ ଆତଙ୍କବାଦ କାର୍ଯ୍ୟକଳାପ ରଚିବା, ପୂର୍ବୋତ୍ତରରେ ଭାରତ ବିରୋଧୀ ଉଗ୍ରବାଦୀ ସମୂହଙ୍କୁ ହତିଆର ଓ ଡ୍ରୋନ ଟ୍ରେନିଂ ଦେଉଥିଲେ ବୋଲି ଗମ୍ଭୀର ଆରୋପ ରହିଛି। ତିହାର ଜେଲରେ ୧୪ହଜାରରୁ ଅଧିକ କଏଦୀଙ୍କ ଲାଗି ଖାଦ୍ୟ ପ୍ରସ୍ତୁତ ଏକ ଚ୍ୟାଲେଞ୍ଜପୂର୍ଣ୍ଣ କାମ ଅଟେ। ଖାଦ୍ୟରେ ଅଣ୍ଡା, ସୋୟାବିନ୍ ଓ କ୍ଷୀର ବି ଦିଆଯାଏ। ଗର୍ଭବତୀ ଓ ପିଲାଙ୍କୁ କ୍ଷୀର ପିଆଉଥିବା ମହିଳାଙ୍କୁ, ଜେଲ ଭିତରେ ନିଜ ମାଆଙ୍କ ସହ ରହୁଥିବା ପିଲା ଓ ବେମାର କଏଦୀଙ୍କୁ ସ୍ୱତନ୍ତ୍ର ଖାଦ୍ୟ ଦେବାର ବ୍ୟବସ୍ଥା ଥାଏ। ମେଡିକାଲ ଅଫିସରଙ୍କ ପରାମର୍ଶରେ ହିଁ ଖାଦ୍ୟ ଦିଆଯାଏ। ଜେଲ ମେନୁରେ ପୋଷଣର ଆବଶ୍ୟକତା ପୂରଣ କରିବାକୁ ଖାଦ୍ୟ ତିଆରି ହୋଇଥାଏ। ଶରୀରର ଓଜନର ପ୍ରତି କିଲୋଗ୍ରାମରେ ପ୍ରାୟ ୩ଶହ ଗ୍ରାମ କାର୍ବୋହାଇଡ୍ରେଟ୍, ୫୦ଗ୍ରାମ୍ ଫ୍ୟାଟ୍ ଓ ଏକ ଗ୍ରାମ ପ୍ରୋଟିନ୍ ସହ କ୍ୟାଲସିୟମ, ଆଇରନ ଓ ଜରୁରୀ ଭିଟାମିନର ମାତ୍ରା ସ୍ଥିରିକୃତ ଥାଏ।
