ଜେନ-ଜିଙ୍କୁ ମୋଦିଙ୍କ ପରାମର୍ଶ- ନୋ ସର୍ଟକଟ୍
ସୋସିଆଲ ମିଡିଆରେ ସର୍ଟକଟରୁ ବର୍ତ୍ତିରୁହନ୍ତୁ। ପରିଶ୍ରମ କରନ୍ତୁ। ନିଜ ଦକ୍ଷତାକୁ ଚିହ୍ନନ୍ତୁ। ରାଷ୍ଟ୍ରସେବାରେ ନିଜକୁ ନିୟୋଜିତ କରନ୍ତୁ। ରିଲ୍ସ ତ ମାତ୍ର କେଇ ସେକେଣ୍ଡର। କିନ୍ତୁ ଜୀବନର ସଫଳତାର କୌଣସି ସର୍ଟକଟ ନଥାଏ।

ଜେନ-ଜିଙ୍କୁ ମୋଦିଙ୍କ ପରାମର୍ଶ। ଏହା ହେଉଛି ରିଲ୍ସର ଯୁଗ। ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ପ୍ରଭାବ ରହିଛି। ହେଲେ ଏ ସର୍ଟ କଟ୍ ଯୁଗରେ ବେଶୀ ଚେତିରହିବା ଜରୁରୀ ବୋଲି ପରାମର୍ଶ ଦେଇଛନ୍ତି। ସୋସିଆଲ ମିଡିଆରେ ସର୍ଟକଟରୁ ବର୍ତ୍ତିରୁହନ୍ତୁ। ପରିଶ୍ରମ କରନ୍ତୁ। ନିଜ ଦକ୍ଷତାକୁ ଚିହ୍ନନ୍ତୁ। ରାଷ୍ଟ୍ରସେବାରେ ନିଜକୁ ନିୟୋଜିତ କରନ୍ତୁ। କାରଣ ରେଳଷ୍ଟେସନରେ ଯେଉଁ ଚେତାବନୀ ଲେଖା ଥାଏ, ସେଥିରେ ଦର୍ଶାଯାଇଥାଏ, କୌଣସି ସର୍ଟକଟ୍ ଛୋଟ ଛୋଟ ଖଣ୍ଡ କରିଦେବ। ସେଥିଲାଗି ସାବଧାନ। ଅନେକ ଲୋକ ବ୍ରିଜରେ ନଯାଇ ରେଳଧାରଣା ଉପରେ ଯାଇ ନିଜ ଜୀବନକୁ ବାଜିରେ ଲଗାଇଦେଇଥାଆନ୍ତି। କୋବିନ୍ଦଙ୍କ ଜୀବନଯାତ୍ରାକୁ ପଢ଼ନ୍ତୁ। ଏଥିରେ ନୂଆ ପୀଢ଼ି ଶିଖନ୍ତୁ। ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମକଥା ଟ୍ରମ୍ପ ଅଫ ଦି ଇଣ୍ଡିଆନ ରିପବ୍ଲିକ- ମାଇଁ ଲାଇଫ, ମାଇଁ ଷ୍ଟ୍ରଗଲକୁ ଉନ୍ମୋଚନ ଅବସରରେ ଏଭଳି ପରାମର୍ଶ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହା ସହ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ଏମିତି ଯୁବପୀଢିଙ୍କୁ ଆବଶ୍ୟକ କରେ, ଯିଏ ସଂଘର୍ଷକୁ ଡରେନା। ନିଜ ଟାର୍ଗେଟକୁ ହାସଲ ଲାଗି ସମ୍ପୂର୍ଣ୍ଣ ସମର୍ପିତ ଥିବେ। ଏହା ହିଁ ଆତ୍ମନିର୍ଭର ଓ ବିକଶିତ ଭାରତ ଗଠନରେ ସହାୟକ ସାଜିବ। କୋବିନ୍ଦଙ୍କ ଭଳି ଯୁବପୀଢ଼ିକୁ ଭାରତ ଭବିଷ୍ୟତରେ ଚାହୁଁଛି। କଠିନ ସମୟରେ ଆଶା ହରାଇବା କଥା ନୁହେଁ। ବରଂ କଠିନ ପରିଶ୍ରମ ଓ ଦକ୍ଷତା ଜରିଆରେ ସେ ସବୁ ଚ୍ୟାଲେଞ୍ଜକୁ ମୁକାବିଲା ଲାଗି ମାନସିକତା ରହିବା ଜରୁରୀ। ରିଲ୍ସ, ଇନଫ୍ଲୁଏନ୍ସର ଓ ସର୍ଟକଟ୍ ଯୁଗରେ କଠିନ ପରିଶ୍ରମ ଓ ସମର୍ପଣ ଉପରେ ଫୋକସ କରନ୍ତୁ ଯୁବପୀଢ଼ି। ରିଲ୍ସ ତ ମାତ୍ର କେଇ ସେକେଣ୍ଡର। କିନ୍ତୁ ଜୀବନର ସଫଳତାର କୌଣସି ସର୍ଟକଟ ନଥାଏ। ଯାହାକୁ ଯୁବପୀଢ଼ି ନିଜର ରୋଲମଡେଲ ମାନୁଛନ୍ତି। ସେମାନଙ୍କ ଜୀବନ କାହାଣୀ ପଢ଼ନ୍ତୁ। ସଂଘର୍ଷକୁ ବୁଝନ୍ତୁ ଓ ସେଥିରୁ ଶିଖନ୍ତୁ।
