GEN Z :ଚଳିବନି ଚାପ- ସମ୍ୱାଦ ଓ ସଂଯମତାର ସନ୍ଦେଶ
ଜେନ୍ -ଜି ଆଜି ଯାଏଁ ସବୁଠୁ ସ୍ୱଛ ପୀଢ଼ି କହିଲେ ମୋହନ। ସେମାନେ ଆଣ୍ଟି-ନାସନାଲ ବା ରାଷ୍ଟ୍ରବିରୋଧୀ ନୁହଁନ୍ତି। ସେମାନଙ୍କ ଅଭିଯୋଗ ବିଲକୁଲ ଯଥାର୍ଥ। ନୂଆ ପୀଢ଼ିଙ୍କୁ ନେଇ ନକରାତ୍ମକ ଦୃଷ୍ଟିକୋଣ ତିଆରି କରିବା ଠିକ ନୁହେଁ। ବିରୋଧୀ କହିଛନ୍ତି, ଭାଗଓ୍ୱତଙ୍କ ବିଭାଜନ ପଲିଟିକ୍ସର ଆଦର୍ଶ ଓ ଭାବନା ସେମିତି ରହିଛି। କେବଳ ଭାଷା ପରିବର୍ତ୍ତନ ହୋଇଛି। ଖାକି ପୋଷାକ କେବଳ ପତଳା ହୋଇଛି। ସେପଟେ ଜେନ-ଜିଙ୍କୁ ମୋହନ ଭାଗଓ୍ୱତଙ୍କ ସାର୍ଟିଫିକେଟ ଦରକାର ନାହିଁ ବୋଲି କଟାକ୍ଷ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ।

ଜେନ୍- ଜିର ଭୟ ସମସ୍ତଙ୍କୁ ଗୋଡ଼ାଇଲାଣି। ସିଜେପିର ବଢୁଥିବା ଲୋକପ୍ରିୟତା, ଗ୍ରହଣୀୟତା ଓ ଦିଲ୍ଲୀର ଜନ୍ତରମନ୍ତରରେ ବଡ଼ ଧରଣର ଆନ୍ଦୋଳନରୁ ସଡ଼କରୁ ନେଇ ସଂସଦ। ସଂସଦରୁ ନେଇ ସୁପ୍ରିମକୋର୍ଟ ଯାଏ ସ୍ୱର ଶାଣିତ ହେଲା। ଏହା ସହ ସରକାର ବି ହୁଲସ୍ତୁଲ। ସ୍ଥିତି ଏମିତି ହେଲା ଯେ, ଅଧା ରାତିରେ ଜେନ-ଜିଙ୍କୁ ସୋସିଆଲ ମିଡିଆରେ ସମ୍ୱୋଧିତ କରିବାକୁ ବାଧ୍ୟ ହୋଇଗଲେ ପ୍ରଧାନମନ୍ତ୍ରୀ ମୋଦି। ଏତିକିବେଳେ ଜେନ୍ -ଜିଙ୍କ ସହ ଆଲୋଚନା କରିବାକୁ ଆଗେଇ ଆସିଥିଲେ ଆରଏସଏସ ମୁଖ୍ୟ ମୋହନ ଭାଗଓ୍ୱତ। ଜେନ୍ -ଜି ଆଜି ଯାଏଁ ସବୁଠୁ ସ୍ୱଛ ପୀଢ଼ି କହିଲେ ମୋହନ। ସେମାନେ ଆଣ୍ଟି-ନାସନାଲ ବା ରାଷ୍ଟ୍ରବିରୋଧୀ ନୁହଁନ୍ତି। ସେମାନଙ୍କ ଅଭିଯୋଗ ବିଲକୁଲ ଯଥାର୍ଥ। ନୂଆ ପୀଢ଼ିଙ୍କୁ ନେଇ ନକରାତ୍ମକ ଦୃଷ୍ଟିକୋଣ ତିଆରି କରିବା ଠିକ ନୁହେଁ। କାରଣ ସେମାନେ ସମସ୍ତେ ଆମର। ଆମ ଭବିଷ୍ୟତ ପୀଢ଼ି। ଯୁବବର୍ଗଙ୍କ ଆନ୍ଦୋଳନ ଉପରେ ବି ନିଜର ସ୍ପଷ୍ଟତା ରଖିଛନ୍ତି ଭାଗଓ୍ୱତ। ଯଦି ବେଳ ଥାଉଁ ଥାଉଁ ସରକାର ଯୁବବର୍ଗଙ୍କ ସହ ଆଲୋଚନା କରିଥାଆନ୍ତେ, ତାହେଲେ ଆନ୍ଦୋଳନ ଏତେ ବଢ଼ିନଥାଆନ୍ତା। ସେଥିଲାଗି ଯୁବବର୍ଗଙ୍କୁ ଆଦେଶ ନୁହେଁ, ବରଂ ଆପଣାପଣ ଜାହିର ସହ ଭରସାକୁ ନେଇ କାମ କରିବାକୁ ପରାମର୍ଶ ଦେଇଛନ୍ତି ମୋହନ। ମୁମ୍ୱାଇରେ ଜେନ-ଜି ଓ ଜେନ ଆଲଫା ଯୁବକଙ୍କ ସହ ଆଲୋଚନା ବେଳେ ଏଭଳି ବାର୍ତ୍ତା ଦେଇଛନ୍ତି ମୋହନ। ସେପଟେ ମୋହନ ଭାଗଓ୍ୱତ ସଂଧ୍ୟାରେ ଏହି ଆଲୋଚନା ଓ ସନ୍ଦେଶ ଦେବା ପୂର୍ବରୁ ସେପ୍ଟେମ୍ୱରରୁ କ୍ୟା ବୋଲତି ପବ୍ଲିକ କ୍ୟାମ୍ପେନ ଆରମ୍ଭ କରିବାକୁ ଘୋଷଣା କରିଛି ସିଜେପି। ସିଜେପି ସଂସ୍ଥାପକ ଅଭିଜିତ ଦୀପକେ କହିଛନ୍ତି, ଏହି କ୍ୟାମ୍ପେନ୍ ଦେଶତମାମ ଚାଲିବ। ଲୋକଙ୍କୁ ଭେଟିବୁ ଓ ସମସ୍ୟା ଶୁଣିବୁ। ଏହା ସହ ଭାରତ ସରକାରଙ୍କୁ ଚେତାବନୀ ଦେଇଛନ୍ତି, ଯେହେତୁ ୩୫ ବର୍ଷ ବୟସ ତଳେ ଦେଶର ୬୫ ପ୍ରତିଶତ ଜନସଂଖ୍ୟା ଅଛନ୍ତି। ସେଥିଲାଗି ସରକାର ଏହି ଯୁବବର୍ଗର ବିନା ମତାମତ ବା ପରାମର୍ଶରେ କୌଣସି ବୃହତ ରାଜନୈତିକ ନିଷ୍ପତ୍ତି ନେବେନି ବା ନୀତି କରିବେନି। ଏହା ସହ ଦୀପକେ କହିଛନ୍ତି, ୨୦୧୪ରେ ଜଣେ ବ୍ୟକ୍ତି କହିଥିଲେ, ସେ ସମସ୍ତ ସମସ୍ୟା ସମାଧାନ କରିବେ। ହେଲେ ସେ କିଛି କଲେନି। ଓ୍ୱାନ ମ୍ୟାନ ଓ୍ୱାନ ପାର୍ଟି ଦେଶର ସମସ୍ତ ସମସ୍ୟାର ସମାଧାନ କରିପାରିବନି। ସୁପ୍ରିମକୋର୍ଟ ବି ଜନ୍ତରମନ୍ତର ଆନ୍ଦୋଳନ ବେଳେ ପୁଲିସର ବର୍ବରତାକୁ ନେଇ ପ୍ରଶାସନକୁ କଡ଼ା ତାଗିଦ୍ କରିସାରିଛନ୍ତି। ହିଂସାର ଜବାବ ହିଂସା ନୁହେଁ। ଯୁବବର୍ଗଙ୍କ କଥା ଶୁଣିବା ଜରୁରୀ ବୋଲି ପରାମର୍ଶ ଦେଇଛନ୍ତି ସିଜେଆଇ। ସମ୍ୱାଦ ଓ ସଂଯମତାକୁ ଜୋର୍ ଦେଇଛନ୍ତି ସିଜେଆଇ। ବିରୋଧୀ କହିଛନ୍ତି, ଭାଗଓ୍ୱତଙ୍କ ବିଭାଜନ ପଲିଟିକ୍ସର ଆଦର୍ଶ ଓ ଭାବନା ସେମିତି ରହିଛି। କେବଳ ଭାଷା ପରିବର୍ତ୍ତନ ହୋଇଛି। ଖାକି ପୋଷାକ କେବଳ ପତଳା ହୋଇଛି। ସେପଟେ ଜେନ-ଜିଙ୍କୁ ମୋହନ ଭାଗଓ୍ୱତଙ୍କ ସାର୍ଟିଫିକେଟ ଦରକାର ନାହିଁ ବୋଲି କଟାକ୍ଷ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ। କେସି ବେନୁଗୋପାଳ କହିଛନ୍ତି, ମୋହନ ଯଦି ପାରୁଛନ୍ତି ଅମିତ ଶାହଙ୍କୁ ଇସ୍ତଫା ଦେବାକୁ କୁହନ୍ତୁ ନଚେତ ସଂସଦ ଆସି ଛାତ୍ରଙ୍କ ଉପରେ ପୁଲିସର ବର୍ବରତାକୁ ନେଇ ଶାହ କ୍ଷମା ମାଗନ୍ତୁ। ବିଜେପି ସାଂସଦ କଙ୍ଗନା ରାଣାଓ୍ୱତ ବି ନିଜ ସ୍ୱର ବଦଳାଇଛନ୍ତି। ଜେନ-ଜି ଅନେକ ପୀଡ଼ା ସହୁଛନ୍ତି। ନିଜ ମେରିଟରେ ଆଗକୁ ବଢ଼ିବାକୁ ଦିଆଯାଉନି। କଂଗ୍ରେସ, ଆପ୍ ତମାସା କରୁଛନ୍ତି। ଝାଡ଼ଖଣ୍ଡରେ ଜେନ୍-ଜି ଆନ୍ଦୋଳନରେ ଦୁର୍ଗତି ଦେଖାଯାଇଛି। ବିନା ଖାଇବା ପିଇବାରେ ଆନ୍ଦୋଳନ କରୁଛନ୍ତି। ସେମାନଙ୍କୁ କୌଣସି ସହଯୋଗ ମିଳୁନି। ହେଲେ ରାହୁଲ ସେଠାରେ ପହଞ୍ଚୁନାହାନ୍ତି। ଜେନ୍-ଜି ଆନ୍ଦୋଳନରୁ ଯୁବଶକ୍ତିକୁ ଦେଖିଲେ ଓ ପରଖିଲେ ସରକାର। ଏବେ ସେମାନଙ୍କ ସ୍ୱରକୁ ଚାପିବାକୁ ନୁହେଁ। ବରଂ ସେମାନଙ୍କ ସ୍ୱରକୁ ଶୁଣିବାର ବେଳ ଆସିଛି। ଅଣଦେଖା କଲେ ଅଶାନ୍ତି, ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।
