କୋଭିଡ୍ ପାଇଁ ଯାଇଥିଲେ ନିଶାଙ୍କ- ନିଟ୍ ପାଇଁ ଗଲେ ଧର୍ମେନ୍ଦ୍ର.
ନିଶାଙ୍କଙ୍କ ଇସ୍ତଫା ପରେ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ। ୨୦୧୪ ପରେ ମୋଦି ସରକାର ସତ୍ତାରେ ଆସିବା ଦିନଠୁ ଏହା ଦ୍ୱିତୀୟ ଘଟଣା। ଯେଉଁଠି ଏହି ୧୨ ବର୍ଷରେ ବିବାଦ କାରଣରୁ ମନ୍ତ୍ରୀ ପଦ ଛାଡିଥିଲେ ଏମଜେ ଆକବର।ବିଦେଶ ରାଷ୍ଟ୍ରମନ୍ତ୍ରୀ ଥିଲେ ଆକବର। ତାଙ୍କ ଉପରେ ମି ଟୁ କ୍ୟାମ୍ପେନରେ ଗମ୍ଭୀର ଆରୋପ ଲାଗିଥିଲା। ଏମଜେ ଆକବରଙ୍କ ଉପରେ ୯ ଦିନ ଭିତରେ ୧୬ ମହିଳା ଯୌନଉତ୍ପୀଡ଼ନର ଆରୋପ ଲଗାଇଥିଲେ।

୧୨ ବର୍ଷର ମୋଦି ସରକାର ଅମଳରେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଏପିସୋଡର ପୁନରାବୃତ୍ତି ହୋଇଛି। ସିଜେପି ଆନ୍ଦୋଳନର ୩୬ତମ ଦିନରେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଲେ ଧର୍ମେନ୍ଦ୍ର ପ୍ରଧାନ। ୨୦୧୪ରୁ ୨୦୨୬ ପର୍ଯ୍ୟନ୍ତ ମୋଦି ସରକାରର ୧୨ ବର୍ଷର କାର୍ଯ୍ୟକାଳ ମଧ୍ୟରେ ପ୍ରାୟ ୧୭ ଜଣ କେନ୍ଦ୍ରମନ୍ତ୍ରୀ ବିଭିନ୍ନ କାରଣରୁ ଇସ୍ତଫା ଦେଇଛନ୍ତି। ଏଥିରେ ମନ୍ତ୍ରିମଣ୍ଡଳ ପୁନର୍ଗଠନ, ରାଜ୍ୟପାଳ ନିଯୁକ୍ତି, ରାଜନୈତିକ ପରିସ୍ଥିତି ଏବଂ ପ୍ରଶାସନିକ କାରଣ ସାମିଲ ରହିଛି। ସବୁଠାରୁ ବଡ଼ ଇସ୍ତଫା ଘଟଣା ୭ ଜୁଲାଇ ୨୦୨୧ରେ ହୋଇଥିବା ମନ୍ତ୍ରିମଣ୍ଡଳ ପୁନର୍ଗଠନ ସମୟରେ ଘଟିଥିଲା। ସେତେବେଳେ ଏକାସାଙ୍ଗରେ ୧୨ ଜଣ କେନ୍ଦ୍ରମନ୍ତ୍ରୀ ପଦ ଛାଡ଼ିଥିଲେ। ସେମାନଙ୍କ ମଧ୍ୟରେ ହର୍ଷ ବର୍ଦ୍ଧନ, ରବିଶଙ୍କର ପ୍ରସାଦ, ପ୍ରକାଶ ଜାଭଡେକର ଓ ରମେଶ ପୋଖରିୟାଲ ନିଶାଙ୍କ ଥିଲେ। ଏହା ବ୍ୟତୀତ ପରବର୍ତ୍ତୀ ସମୟରେ ଥାଓ୍ୱର ଚନ୍ଦ୍ର ଗେହଲଟ, ମୁକ୍ତାର ଆବାସ ନକଭି, ରାମଚନ୍ଦ୍ର ପ୍ରସାଦ ସିଂ, ରବନୀତ ସିଂ ବିଟ୍ଟୁ ପ୍ରମୁଖ ଦେଇଛନ୍ତି ଇସ୍ତଫା। ଆଉ ଏ ତାଲିକାରେ ଆଜି ଯୋଡ଼ି ହୋଇଗଲେ ଧର୍ମେନ୍ଦ୍ର ପ୍ରଧାନ। ମୋଦି-ଶାହାଙ୍କ ଖାସ୍ ଅନୁଗତ ତଥା ବିଶ୍ୱସ୍ତ ଓ ଦକ୍ଷ ମନ୍ତ୍ରୀ ଭାବେ ବେଶ୍ ନାଁ କମାଇଛନ୍ତି ଧର୍ମେନ୍ଦ୍ର। ରମେଶ ପୋଖରିଆଲ ନିଶାଙ୍କ ଜୁଲାଇ ୭, ୨୦୨୧ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସ୍ୱାସ୍ଥ୍ୟଗତ ସମସ୍ୟା ଓ ମୋଦି କ୍ୟାବିନେଟରେ ପୁଣି ଥରେ ଅଦଳବଦଳ ପୂର୍ବରୁ ରମେଶ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବାର ଦିନକ ଆଗରୁ ଜେଇଇ ମେନ ପରୀକ୍ଷା ଲାଗି ଦୁଇଟି ପର୍ଯ୍ୟାୟରେ ତାରିଖ ଘୋଷଣା କରିଥିଲେ। ଏପ୍ରିଲ ୨୧, ୨୦୨୧ରେ ନିଶାଙ୍କ କରୋନା ସଂକ୍ରମିତ ହୋଇଥିଲେ। ଜୁନ୍ ୨୦୨୧ରେ କୋଭିଡ ପରବର୍ତ୍ତୀ ଜଟିଳତା ଲାଗି ସେ ଏମ୍ସରେ ଭର୍ତ୍ତି ହୋଇଥିଲେ। ଡାକ୍ତର ନିଶାଙ୍କ ମେ ୩୧, ୨୦୧୯ରେ ମାନବସମ୍ୱଳ ମନ୍ତ୍ରୀ ହୋଇଥିଲେ। ଏହା ପରେ ୨୦୨୦ ଜୁଲାଇରେ ବିଭାଗର ନାଁ ଶିକ୍ଷା ମନ୍ତ୍ରାଳୟ କରିଦିଆଗଲା। ଏହା ପରେ ପୋଖରିଆଲଙ୍କ ପଦର ନାଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ହୋଇଗଲା। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ପୂର୍ବରୁ ପୋଖରିଆଲ ଉତ୍ତରାଖଣ୍ଡର ପଞ୍ଚମ ମୁଖ୍ୟମନ୍ତ୍ରୀ ଥିଲେ। ଆଉ ନିଶାଙ୍କଙ୍କ ଇସ୍ତଫା ପରେ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ। ୨୦୧୪ ପରେ ମୋଦି ସରକାର ସତ୍ତାରେ ଆସିବା ଦିନଠୁ ଏହା ଦ୍ୱିତୀୟ ଘଟଣା। ଯେଉଁଠି ଏହି ୧୨ ବର୍ଷରେ ବିବାଦ କାରଣରୁ କୌଣସି ମନ୍ତ୍ରୀ ନିଜ ପଦ ଛାଡ଼ିବାକୁ ବାଧ୍ୟ ହେଲେ। ଧର୍ମେନ୍ଦ୍ର ପ୍ରଧାନଙ୍କ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଏମଜେ ଆକବର ଅକ୍ଟୋବର ୧୭, ୨୦୧୮ରେ ଇସ୍ତଫା ଦେଇଥିଲେ। ବିଦେଶ ରାଷ୍ଟ୍ରମନ୍ତ୍ରୀ ଥିଲେ ଆକବର। ତାଙ୍କ ଉପରେ ମି ଟୁ କ୍ୟାମ୍ପେନରେ ଗମ୍ଭୀର ଆରୋପ ଲାଗିଥିଲା। ଏମଜେ ଆକବରଙ୍କ ଉପରେ ୯ ଦିନ ଭିତରେ ୧୬ ମହିଳା ଯୌନଉତ୍ପୀଡ଼ନର ଆରୋପ ଲଗାଇଥିଲେ।
.
