ଲକ୍ଷ୍ନୌରେ କୋଚିଂ ସେଣ୍ଟରରେ ନିଆଁ ଲାଗି ୧୫ରୁ ଅଧିକ ମୃତ
ଉତ୍ତରପ୍ରଦେଶର ଲକ୍ଷ୍ନୌ ସହରର ଅଲିଗଞ୍ଜ ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟରରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୫ରୁ ଅଧିକ ମୃତ ।

ଲକ୍ଷ୍ନୌ: ଆଲିଗଞ୍ଜର ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ, ୧୫ରୁ ଅଧିକ ମୃତ । ୟୁପି ରାଜଧାନୀ ଲକ୍ଷ୍ନୌ ସହରର ଅଲିଗଞ୍ଜ ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟରରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୫ରୁ ଅଧିକ ମୃତ ଘଟିଛି। ଲକ୍ଷ୍ନୌର ଅଲୀଗଞ୍ଜ ଅଞ୍ଚଳରେ ଥିବା ଏକ ତିନି ମହଲା କୋଠାରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ପରେ ଭବନ ଭିତରେ ଅନେକ ଲୋକ ଫସି ରହିଥିବା ପ୍ରାଣ ବିକଳରେ କୋଚିଂ ସେଣ୍ଟରର ପ୍ରଥମ ମହଲାରୁ ଝରକା ଭାଙ୍ଗି ତଳକୁ ଡେଇଁ ପଡ଼ିଥିଲେ କିଛି ଛାତ୍ର। ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଜଣେ ଯୁବକ ଝରକାରୁ ଝୁଲି ରହିବାକୁ ଚେଷ୍ଟା କରି ଶେଷରେ ତଳକୁ ଖସିପଡୁଛନ୍ତି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଅନେକ ଛାତ୍ର କୋଚିଂ ସେଣ୍ଟର ଭିତରେ ଫସି ଯାଇଛନ୍ତି । ସୂଚନା ଅନୁସାରେ, ଅଲିଗଞ୍ଜର ଏକ ବ୍ୟବସାୟିକ ଅଞ୍ଚଳରେ ଥିବା ତିନି ମହଲା ବିଶିଷ୍ଟ ଭବନରେ ଏହି କୋଚିଂ ସେଣ୍ଟର ଚାଲୁଥିଲା। ସୋମବାର ହଠାତ୍ ଭବନରେ ନିଆଁ ଲାଗିଯିବା ପରେ ଅଳ୍ପ ସମୟ ମଧ୍ୟରେ ଅଗ୍ନିକାଣ୍ଡ ଭୟଙ୍କର ରୂପ ନେଇଥିଲା। ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ନିଆଁ ଲାଗିଥିଲା । ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ ଓ ଜିଲ୍ଲା ପ୍ରଶାସନର ଟିମ୍ ପହଞ୍ଚି ଉଦ୍ଧାର ସହ କାର୍ଯ୍ୟ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ନିଆଁ ବ୍ୟାପିବା ପରେ ଅନେକ ଛାତ୍ରଛାତ୍ରୀ ଭିତରେ ଫସି ଯାଇଥିଲେ। ଜୀବନ ରକ୍ଷା ପାଇଁ ୫ରୁ ୭ ଜଣ ଛାତ୍ର ପ୍ରଥମ ମହଲାରୁ ଡେଇଁ ପଡ଼ିଥିଲେ। ଏହି ସମୟରେ ଜଣେ ଯୁବକ ବାହାରିବାକୁ ଚେଷ୍ଟା କରି ତଳକୁ ଖସିପଡ଼ି ଆହତ ହୋଇଥିବା । ଘଟଣାସ୍ଥଳରେ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ମଧ୍ୟ ଘଟଣାସ୍ଥଳକୁ ଯାଇ ଉଦ୍ଧାର ଓ ରାହାତ କାର୍ଯ୍ୟର ସମୀକ୍ଷା କରିଥିଲେ। ଆହତଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି। କୋଠାର ଉପର ମହଲାରୁ ନିଆଁ ବ୍ୟାପିଥିବା ଆଶଙ୍କା କରାଯାଉଛି। ଏହି ଦୁଃଖଦ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ସେପଟେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଆହତଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀ ନିଜର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ରାଜଧାନୀ ଲକ୍ଷ୍ନୌ ଫେରୁଛନ୍ତି। ଘଟଣା ସ୍ଥଳକୁ ବରିଷ୍ଠ ଅଧିକାରୀଙ୍କୁ ପଠାଇଛନ୍ତି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି।
