ଦିଦିଙ୍କଠୁ ଛଡ଼ାଇନେଲେ- ଅଭିଷେକଙ୍କୁ ତଡ଼ିଦେଲେ
ମମତା ମୁଖ୍ୟ ପରାମର୍ଶଦାତା ଜାଗାରେ ରହିବାକୁ ଚାହିଁଲେ ସ୍ୱାଗତ କରାଯିବ ବୋଲି କହିଛନ୍ତି ରିତବ୍ରତ। ଲାଗୁଛି ଯେମିତି। ଦିଦି ଏବେ ଦୟାର ପାତ୍ର। ବିଧାନସଭାରୁ ଆରମ୍ଭ ହୋଇ ସଂସଦ ଯାଏ ବିଦ୍ରୋହର ଧ୍ୱନି ଏବେ ସଂଗଠନର ଗଡ଼କୁ ଦୋହଲାଇଦେଇଛି। ଅଭିଷେକଙ୍କ ଜାଗାରେ ରିତବ୍ରତ,ଜାଭେଦ ଖାନ୍ ଓ ସନ୍ଦୀପନ ସାହାଙ୍କୁ ମହାସଚିବ କରାଯାଇଛି।

ଯିଏ ଦଳ ଗଢ଼ିଥିଲେ। ଯିଏ ଥିଲେ ସୁପ୍ରିମୋ। ସେ ଆଜି ଦଳର କେହି ନୁହେଁ। ଯିଏ ମହାସଚିବ ଥିଲେ, ସେ ଦଳରୁ ତଡ଼ା ଖାଇଲେ। ପଶ୍ଚିମବଙ୍ଗ ଟିଏମସି ରାଜନୀତିରେ ଅପା ପୁତୁରାଙ୍କ ଦୁର୍ଦ୍ଦଶା। ନିର୍ବାଚନୀ ବିପର୍ଯ୍ୟୟ ପରେ ବିବାଦ, ବିଭାଜନ ଓ ବିଦ୍ରୋହ ଯେମିତି ଟିଏମସିର ପିଛା ଛାଡ଼ୁନି। ବିଦ୍ରୋହୀ ଗୋଷ୍ଠୀ ଦଳର ଅଧ୍ୟକ୍ଷ ପଦରୁ ମମତା ବାନାର୍ଜୀଙ୍କୁ ହଟାଇଦେଇଛନ୍ତି। ମମତାଙ୍କ ଜାଗାରେ ଅରୂପ ରାୟଙ୍କୁ ନୂଆ ଅଧ୍ୟକ୍ଷ କରାଯାଇଛି। ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ଦଳରୁ ସସପେଣ୍ଡ କରିଦିଆଯାଇଛି। ତେବେ ମମତା ମୁଖ୍ୟ ପରାମର୍ଶଦାତା ଜାଗାରେ ରହିବାକୁ ଚାହିଁଲେ ସ୍ୱାଗତ କରାଯିବ ବୋଲି କହିଛନ୍ତି ରିତବ୍ରତ। ଲାଗୁଛି ଯେମିତି। ଦିଦି ଏବେ ଦୟାର ପାତ୍ର। ବିଧାନସଭାରୁ ଆରମ୍ଭ ହୋଇ ସଂସଦ ଯାଏ ବିଦ୍ରୋହର ଧ୍ୱନି ଏବେ ସଂଗଠନର ଗଡ଼କୁ ଦୋହଲାଇଦେଇଛି। ଅଭିଷେକଙ୍କ ଜାଗାରେ ରିତବ୍ରତ,ଜାଭେଦ ଖାନ୍ ଓ ସନ୍ଦୀପନ ସାହାଙ୍କୁ ମହାସଚିବ କରାଯାଇଛି। ଏଭଳି ନିଷ୍ପତ୍ତିକୁ ବୈଧ କହି ଏହା ପୁରା ଦଳୀୟ ସମ୍ୱିଧାନ ଅନୁସାରେ ହୋଇଛି ବୋଲି ବିଦ୍ରୋହୀ ଗୋଷ୍ଠୀ ଯୁକ୍ତି ବାଢ଼ିଛନ୍ତି। ଏଭଳି ସ୍ୱତନ୍ତ୍ର ବୈଠକ ଡାକି ନିଆଯାଇଥିବା ନିଷ୍ପତ୍ତି ବାବଦରେ ନିର୍ବାଚନ କମିଶନଙ୍କୁ ଜଣାଇଦିଆଯିବ। କେବଳ ଏତିକି ନୁହେଁ। ଦିଦି ଓ ଅଭିଷେକଙ୍କୁ ଚେକମେଟ୍ ଦେବାକୁ ଆଉ ପାଦେ ଆଗେଇଛନ୍ତି ବିଦ୍ରୋହୀ ଗୋଷ୍ଠୀ। ଟିଏମସି ବ୍ୟାଙ୍କ୍ ଖାତାରେ ନେଣଦେଣ ଉପରେ ବି ଲଗାଇଦିଆଯାଇଛି ରୋକ୍। ବିଦ୍ରୋହୀ ବିଧାୟକଙ୍କ ଅଭିଯୋଗକ୍ରମେ ଦଳର ୩ଟି ବ୍ୟାଙ୍କ ଖାତାରେ ଥିବା ପ୍ରାୟ ୪୪୦ କୋଟି ଟଙ୍କାର ନେଣଦେଣ ଉପରେ ଲାଗିଛି ପ୍ରତିବନ୍ଧକ। ସେପଟେ ମମତାଙ୍କ ଅନୁଗତ କୁନାଲ ଘୋଷ କହିଛନ୍ତି, ଏମିତି କୌଣସି ସ୍ୱତନ୍ତ୍ର ଅଧିବେଶନ ଡାକି ଦଳର ସାଂଗଠନିକ ଢାଞ୍ଚାରେ ପରିବର୍ତ୍ତନ କରିବା ବିଦ୍ରୋହୀଙ୍କ କୌଣସି ଅଧିକାର ନାହିଁ। ଟିଏମସି ଓ ମମତା ପରସ୍ପରର ପରିପୂରକ। ବିଦ୍ରୋହୀଙ୍କ ପାଖରେ ଏମିତି କୌଣସି ପରିବର୍ତ୍ତନ କରିବାର ଅଧିକାର ନାହିଁ। ଏହା ସହ ସଙ୍କେତ ଦେଇଛନ୍ତି ଯେ, ଦଳର ବୈଧତାକୁ ନେଇ ଆଇନଗତ ଲଢ଼େଇ ହୋଇପାରେ। ନିର୍ବାଚନ ବିପର୍ଯ୍ୟୟ ପରେ ଦଳରେ ଅଭୂତପୂର୍ବ ସଂକଟ ଉପୁଜିଛି। କିଛି ଦିନ ତଳେ ଦଳର ୮୦ ବିଧାୟକଙ୍କ ଭିତରୁ ୫୮ ବିଧାୟକ ବିରୋଧୀ ଦଳ ନେତା ପଦ ଲାଗି ରିତବ୍ରତ ବାନାର୍ଜୀଙ୍କୁ ସମର୍ଥନ କରିଥିଲେ। ଏହା ସହ ମମତାଙ୍କ ପସନ୍ଦର ନେତାଙ୍କୁ ଖାରଜ କରିଦେଲେ। ନିକଟରେ ଦଳର ୨୮ ସାଂସଦଙ୍କ ଭିତରୁ ୨୦ ଲୋକସଭା ସାଂସଦ ବି ଟିଏମସି ସଂସଦୀୟ ଦଳରୁ ଅଲଗା ହୋଇଗଲେ। ସେମାନେ ନାସନାଲିଷ୍ଟ ସିଟିଜେନ ପାର୍ଟି ବା ଏନସିପିଆଇରେ ବିଲୟ ହୋଇଗଲେ। ତା ସାଙ୍ଗକୁ ବିଜେପି ନେତୃତ୍ୱାଧୀନ ଏନଡିଏକୁ ସମର୍ଥନ ଦେବାକୁ ଘୋଷଣା କଲେ। ଏବେ ଟିଏମସିର ଅସ୍ତିତ୍ୱ, ନେତୃତ୍ୱ ଓ ନିର୍ବାଟନୀ ଚିହ୍ନକୁ ନେଇ ପ୍ରଶ୍ନ ଉଠିଲାଣି। ଟିଏମସି ଉପରେ କାହାର କବଜା ରହିବ, ତାକୁ ନେଇ ଲଢ଼େଇ ଚରମସୀମାରେ ପହଞ୍ଚିଗଲାଣି।
