Friendship Cup: ଫ୍ରେଣ୍ଡସିପ୍ କପ୍ରେ ମୁଖ୍ୟମନ୍ତ୍ରୀ, ମିଡିଆ-୧୧ ଚାମ୍ପିୟନ୍
କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ୧୬ତମ ଟାଟା ଷ୍ଟିଲ୍ ଫ୍ରେଣ୍ଡସିପ୍ କପ୍-୨୦୨୬ରେ ମିଡିଆ-୧୧ ଚାମ୍ପିୟନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଖେଳ ମାଧ୍ୟମରେ ଏକତା, ଭାଇଚାରା ଓ ସଦ୍ଭାବନା ବୃଦ୍ଧିର ବାର୍ତ୍ତା ଦେଇଥିଲେ।

କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ୧୬ତମ ଟାଟା ଷ୍ଟିଲ୍ ଫ୍ରେଣ୍ଡସିପ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ-୨୦୨୬ରେ ମିଡିଆ-୧୧ ଚାମ୍ପିୟନ ହୋଇଛି। ଅଫିସର୍ସ-୧୧ ରନର୍ସଅପ୍ ହୋଇଛି। ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ ଟାଟା ଷ୍ଟିଲ୍କୁ ନେଇ ଏହି ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଟୁର୍ଣ୍ଣାମେଣ୍ଟରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ | "ଖେଳ ମାଧ୍ୟମରେ ସମାଜରେ ଏକତା, ଭାଇଚାରା ଓ ସଦ୍ଭାବନା ବୃଦ୍ଧି ପାଏ। ଖେଳୁଆଡ଼ ମନୋଭାବ ଓ ଭାଇଚାରା ସୁସ୍ଥ ସମାଜର ମୂଳଦୁଆ ଏବଂ ଖେଳ ମୈଦାନରେ ଜିତିବା କିମ୍ବା ହାରିବା ଠାରୁ ବଡ କଥା ହେଉଛି ସ୍ପୋର୍ଟ୍ସମ୍ୟାନ୍ ସ୍ପିରିଟ୍ ବୋଲି ସେ କହିଛନ୍ତି"। ଏହି ଅବସରରେ ଜୁନିୟର ଏସିଆ କପ୍ ହକି-୨୦୨୬ରେ ଭାରତୀୟ ଚାମ୍ପିୟନ ଦଳରେ ସାମିଲ ହୋଇଥିବା ଓଡ଼ିଶାର ୭ ଜଣ ପୁରୁଷ ଓ ୩ ଜଣ ମହିଳା ହକି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ପ୍ରତ୍ୟେକ ଖେଳାଳିଙ୍କୁ ୧.୨୫ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ପ୍ରତିବର୍ଷ ଏଭଳି ବନ୍ଧୁତ୍ୱପୂର୍ଣ୍ଣ କ୍ରୀଡ଼ା ଆୟୋଜନ କରୁଥିବାରୁ ମୁଖ୍ୟମନ୍ତ୍ରୀ ଟାଟା ଷ୍ଟିଲ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଶାସକ ଦଳର ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ, ଟାଟା ଷ୍ଟିଲ୍ର ଭାଇସ୍ ପ୍ରେସିଡେଣ୍ଟ (କର୍ପୋରେଟ୍ ସର୍ଭିସେସ୍) ଶ୍ରୀ ଡି.ବି. ସୁନ୍ଦର ରମମ୍ ଓ ଅନ୍ୟ ବିଧାୟକ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
