Mahanga Double Murder Case: ମାହାଙ୍ଗା ଡବଲ ମର୍ଡର: ପ୍ରତାପ ଜେନାଙ୍କ ବଡ଼ ବୟାନ
ମାହାଙ୍ଗା ଡବଲ ମର୍ଡର ମାମଲା: ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା, କହିଲେ ‘ସତ୍ୟର ବିଜୟ ହୋଇଛି’।
ମାହାଙ୍ଗା: ମାହାଙ୍ଗା ଡବଲ ମର୍ଡର ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟକ ପ୍ରତାପ ଜେନା। ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିବା ଏବଂ ତାଙ୍କୁ ବଦନାମ କରିବାକୁ ବିରୋଧୀ ଦଳ ଉଦ୍ୟମ କରିଥିବା ସେ ଅଭିଯୋଗ କରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ସତ୍ୟର ବିଜୟ ହୋଇଥିବା ସେ କହିଛନ୍ତି। ପ୍ରତାପ ଜେନା କହିଛନ୍ତି, ଏହି ମାମଲାରେ ତାଙ୍କର କୌଣସି ସମ୍ପୃକ୍ତି ନଥିବା କଥା ସେ ଆରମ୍ଭରୁ କହିଆସୁଥିଲେ। ତାଙ୍କୁ ବଦନାମ କରିବା ପାଇଁ ମାହାଙ୍ଗା ଅଞ୍ଚଳର ବିରୋଧୀ ଦଳର ନେତାମାନେ ମିଳିତ ଭାବେ ଉଦ୍ୟମ କରିଥିବା ସେ ଦାବି କରିଛନ୍ତି। ଏହା ପୂର୍ବରୁ ହାଇକୋର୍ଟ ମଧ୍ୟ ଏହି ମାମଲାରେ ତାଙ୍କୁ ଆଶ୍ୱସ୍ତି ଦେଇଥିବା ସେ ଉଲ୍ଲେଖ କରିଛନ୍ତି। ଏହି ମାମଲାରେ ପ୍ରଥମ ଦିନର ଏଫ୍ଆଇଆର୍ରେ ତାଙ୍କ ନାମ ନଥିବା ଏବଂ ପରବର୍ତ୍ତୀ ସମୟରେ ତାଙ୍କ ନାମ ଯୋଡ଼ାଯାଇଥିବା ନେଇ ମଧ୍ୟ ପ୍ରତାପ ଜେନା ପ୍ରଶ୍ନ ଉଠାଇଛନ୍ତି। ଯଦି ତାଙ୍କର ସମ୍ପୃକ୍ତି ଥିଲା, ତେବେ ତାଙ୍କ ନାମ ୧୩ ନମ୍ବରରେ କାହିଁକି ରଖାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଖୁସି ପ୍ରକାଶ କରିବା ସହ ମାହାଙ୍ଗାବାସୀ, ତାଙ୍କ ଶୁଭେଚ୍ଛୁ ଏବଂ ପରିବାରବର୍ଗଙ୍କୁ ପ୍ରତାପ ଜେନା କୃତଜ୍ଞତା ଜଣାଇଛନ୍ତି।
