Abvp Victory: ଧାମନଗର ମହାବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନରେ ABVPର ବାଜିମାତ୍
ଧାମନଗର ମହାବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନରେ ABVPର ବାଜିମାତ୍, ସଭାପତି ଜଗନ୍ନାଥ ମାଝୀ ଓ ସମ୍ପାଦକ ବିଭୁ ଦତ୍ତ ସାହୁ ବିଜୟୀ।
ଧାମନଗର: ଭଦ୍ରକ ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ଧାମନଗର ମହାବିଦ୍ୟାଳୟର ଛାତ୍ରସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ସମର୍ଥିତ ପ୍ରାର୍ଥୀମାନେ ବାଜିମାତ୍ କରିଛନ୍ତି। ଏହି ବିଜୟ ପରେ କଲେଜ ପରିସରରେ ଏବିଭିପି ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଓ ଉଲ୍ଲାସର ମାହୋଲ ଦେଖିବାକୁ ମିଳିଛି। ଚଳିତ ନିର୍ବାଚନରେ ସଭାପତି ପଦବୀ ପାଇଁ ଜଗନ୍ନାଥ ମାଝୀ ବିପୁଳ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ସମ୍ପାଦକ ପଦବୀରେ ବିଭୁ ଦତ୍ତ ସାହୁ ବୃହତ ବିଜୟ ହାସଲ କରିଛନ୍ତି। ଉଭୟ ପ୍ରାର୍ଥୀଙ୍କ ବିଜୟକୁ ନେଇ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ବିଜୟ ପରେ ନବନିର୍ବାଚିତ ସଭାପତି ଜଗନ୍ନାଥ ମାଝୀ ଓ ସମ୍ପାଦକ ବିଭୁ ଦତ୍ତ ସାହୁ ସମସ୍ତ ଛାତ୍ରଛାତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। କଲେଜର ସାମଗ୍ରିକ ବିକାଶ ସହ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ବିଜୟକୁ ନେଇ ଧାମନଗର ଅଞ୍ଚଳର ଏବିଭିପି କର୍ମକର୍ତ୍ତା ଓ ସମର୍ଥକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି। ନିର୍ବାଚନ ଫଳାଫଳ ପରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଉପରେ କଲେଜର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରକ୍ଷା ନେଇ ଆଶା ବଢ଼ିଛି।
