Madhubani Collector Collar Grabbed:କଲେକ୍ଟରଙ୍କ କଲର ଧରି ଚପଲରେ ପିଟିବେ ବୋଲି କହିଲେ ମହିଳା..
ପୀଡ଼ିତ ପରିବାରକୁ ଭେଟିବାକୁ ଯାଇଥିଲେ ଜିଲ୍ଲାପାଳ ଆନନ୍ଦ ଶର୍ମା। ଲୋକଙ୍କୁ ହାତ ଯୋଡ଼ି ବୁଝାଇବାକୁ ପ୍ରୟାସ କରିଥିଲେ। ପୀଡ଼ିତଙ୍କ ପରିବାର ପାଖକୁ ଯାଇ ସେମାନଙ୍କୁ ଶାନ୍ତ ରହିବାକୁ କରିଥିଲେ ଅନୁରୋଧ। କିନ୍ତୁ ସେ ବି ଉତ୍ୟକ୍ତ ଜନତାଙ୍କ ଆକ୍ରୋଶରୁ ବାଦ୍ ପଡ଼ିନଥିଲେ। ଜଣେ ମହିଳା ରାଗରେ ତାଙ୍କ କଲର ଧରିପକାଇଥିଲେ। ଘଟଣାସ୍ଥଳକୁ ନ ଯିବାକୁ ଚପଲ ଦେଖାଇ ତାଗିଦ୍ କରିଥିଲେ। ଏ ତମାମ ଘଟଣା ଘଟୁଥିଲା ବେଳେ ଭିଡ଼ର ଭାବନାକୁ ସମ୍ମାନ ଦେବା ସହ ନିଜର ଧୈର୍ଯ୍ୟ ହରାଇନଥିଲେ ଶର୍ମା।

କଲେକ୍ଟରଙ୍କ କଲର ଧରିଲେ। ଚପଲରେ ବାଡ଼େଇବାକୁ ଆଗେଇ ଆସିଲେ। ମଧୁବନୀରେ ଏଏସଆଇଙ୍କ ଗୁଳିରେ ଜଣଙ୍କ ମୃତ୍ୟୁ ଓ ୩ ଜଣ ଆହତ ଘଟଣାରେ ଉତ୍ତ୍ୟକ୍ତ ଜନତାଙ୍କ ପାଖରେ ପହଞ୍ଚିଥିଲେ ଜିଲ୍ଲାପାଳ ଆନନ୍ଦ ଶର୍ମା। କିନ୍ତୁ ସେଠାରେ ଆନନ୍ଦଙ୍କ ସାର୍ଟ କଲର ଧରିଥିଲେ ଜଣେ ମହିଳା। ଗାଳିଗୁଲଜ କରିଲେ। ଏପରିକି ଚପଲରେ ସେକିବି ବୋଲି କହିଲେ। କିନ୍ତୁ ବିଲକୁଲ ନିଜର ଧୈର୍ଯ୍ୟ ହରାଇନଥିଲେ ଜିଲ୍ଲାପାଳ। ଯାହାକୁ ନେଇ ଏବେ ଜିଲ୍ଲାପାଳ ଶର୍ମାଙ୍କୁ ନେଇ ଶତମୁଖ ସୋସିଆଲ ମିଡିଆ। ଘଟଣା ଥିଲା ଏମିତି। ବିହାରର ମଧୁବନୀ ଜିଲ୍ଲାର ବାବୁବରହି ଥାନାର ଜଣେ ଏଏସଆଇ ଚନ୍ଦ୍ରମୋହନ ସିଂ ନିଜ ସରକାରୀ ପିସ୍ତଲରୁ ଫାୟାରିଂ କରିଥିଲେ। ଏଥିରେ ଜଣେ ଗାଁ ଲୋକ ଅଶୋକ ଯାଦବଙ୍କ ମୃତ୍ୟୁ ହୋଇଥିଲା। ୩ ଜଣ ଗୁରୁତର ଆହତ ହୋଇଥିଲେ। ଏ ଘଟଣାରେ ଆକ୍ରୋଶିତ ଗ୍ରାମବାସୀ ରାସ୍ତା ଅବରୋଧ କରି ପ୍ରଦର୍ଶନ କରିଥିଲେ। ଏତିକିବେଳେ ପୀଡ଼ିତ ପରିବାରକୁ ଭେଟିବାକୁ ଯାଇଥିଲେ ଜିଲ୍ଲାପାଳ ଆନନ୍ଦ ଶର୍ମା। ଲୋକଙ୍କୁ ହାତ ଯୋଡ଼ି ବୁଝାଇବାକୁ ପ୍ରୟାସ କରିଥିଲେ। ପୀଡ଼ିତଙ୍କ ପରିବାର ପାଖକୁ ଯାଇ ସେମାନଙ୍କୁ ଶାନ୍ତ ରହିବାକୁ କରିଥିଲେ ଅନୁରୋଧ। କିନ୍ତୁ ସେ ବି ଉତ୍ୟକ୍ତ ଜନତାଙ୍କ ଆକ୍ରୋଶରୁ ବାଦ୍ ପଡ଼ିନଥିଲେ। ଜଣେ ମହିଳା ରାଗରେ ତାଙ୍କ କଲର ଧରିପକାଇଥିଲେ। ଘଟଣାସ୍ଥଳକୁ ନ ଯିବାକୁ ଚପଲ ଦେଖାଇ ତାଗିଦ୍ କରିଥିଲେ। ଏ ତମାମ ଘଟଣା ଘଟୁଥିଲା ବେଳେ ଭିଡ଼ର ଭାବନାକୁ ସମ୍ମାନ ଦେବା ସହ ନିଜର ଧୈର୍ଯ୍ୟ ହରାଇନଥିଲେ ଶର୍ମା। ଉପସ୍ଥିତ ପୁଲିସକର୍ମୀ ଜିଲ୍ଲାପାଳଙ୍କୁ ସୁରକ୍ଷିତ ଭାବେ ବାହାରକୁ ନେଇଥିଲେ। ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଏଏସଆଇ ଚନ୍ଦ୍ରମୋହନ ସିଂ ଫେରାର ଅଛନ୍ତି। ତାଙ୍କୁ ଧରିବାକୁ ପୁଲିସ ଅଲଗା ଅଲଗା ଟିମ୍ କରି ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଛି। ମଙ୍ଗଳବାର ହିଁ ଚନ୍ଦ୍ରମୋହନଙ୍କୁ ସସପେଣ୍ଡ କରିଦିଆଯାଇଛି। ତାଙ୍କୁ ଚାକିରୀରୁ ବହିଷ୍କାର କରିବା ପ୍ରକ୍ରିୟା ବି ଆରମ୍ଭ ହୋଇଛି। ଏସପି କହିଛନ୍ତି, ସ୍ପିଡ୍ ଟ୍ରାଏଲ କରି ନିଲମ୍ୱିତ ଏଏସଆଇଙ୍କୁ କଡ଼ା ସଜ୍ଜା ଦିଆଯିବ। ଚନ୍ଦ୍ରମୋହନ ଉପରେ ୨୫ହଜାର ଟଙ୍କାର ପୁରଷ୍କାର ଘୋଷଣା କରାଯାଇଛି। ସୋମବାର ବିଳମ୍ୱିତ ରାତିରେ ଚନ୍ଦ୍ରମୋହନ ଜଣଙ୍କ ଘରେ ପଶିଥିଲେ। ଏହା ପରେ ଗାଁ ଲୋକେ ଘରକୁ ଘେରିଯାଇଥିଲେ। ଭିତରୁ ଜଣେ ପିଲାର ଚିତ୍କାର ଶୁଭିଲା। ଆଉ ବନ୍ଦ ଘରର ଝରକାରୁ ଚନ୍ଦ୍ରମୋହନ ଅନ୍ଧାଧୁନିଆ ଫାୟାରିଂ କରିଥିଲେ। ବାହାରେ ଛିଡ଼ା ହୋଇଥିବା ଅଶୋକ ଯାଦବଙ୍କୁ ଗୁଳି ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଗଲା। ଆନନ୍ଦ ଶର୍ମା ୨୦୨୫ରୁ ମଧୁବନୀର ଜିଲ୍ଲାପାଳ ଅଛନ୍ତି। ନିର୍ବାଚନ ସମୟରେ ଉତ୍କୃଷ୍ଟ କାମ କରିଥିବାରୁ ସେ ରାଷ୍ଟ୍ରପତିଙ୍କ ଦ୍ୱାରା ବି ସମ୍ମାନିତ ହୋଇଛନ୍ତି।
