Rajasthan Tragedy : ରାଜସ୍ଥାନରେ ଛାତିଥରା ଦୁର୍ଘଟଣା! ଗୋଟିଏ ମୁହୂର୍ତ୍ତରେ ସବୁ ଶେଷ
ରାଜସ୍ଥାନରେ ଛାତିଥରା ଦୁର୍ଘଟଣା ! ଗୋଟିଏ ମୁହୂର୍ତ୍ତରେ ଉଜୁଡ଼ିଗଲା ଅନେକ ପରିବାର । ଘଟଣାକୁ ନେଇ ସାରା ଦେଶରେ ଶୋକର ଛାୟା, ମୃତକଙ୍କ ପରିବାର ପାଇଁ ଆଗେଇ ଆସିଲେ ପ୍ରଧାନମନ୍ତ୍ରୀ ।

ରାଜସ୍ଥାନ ର ଝୁନଝୁନୁ ଜିଲ୍ଲାରୁ ଅତ୍ୟନ୍ତ ଭୟଙ୍କର ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି | ଉଦୟପୁରବାଟି ତହସିଲର ଚପଲି ଗାଁ ରେ ଆଜି ସଡକ ନିର୍ମାଣ କାର୍ଯ୍ୟ କରିବା ସମୟରେ କରେଣ୍ଟ ଲାଗିବା ଦ୍ୱାରା ୮ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା | ଯେବେକି ଅନ୍ୟ ୫ଜଣ ଲୋକ ଗମ୍ଭୀର ଭାବରେ ପୋଡି ଯାଇଥିଲେ | ଉଦୟପୁରବାଟିର SHO ରାମପାଲଙ୍କ ସୂଚନା ଅନୁଯାୟୀ, ରାସ୍ତା ନିର୍ମାଣ ସମୟରେ ଗୋଡ଼ି ମିଶାଇବା ପାଇଁ ବ୍ୟବହୃତ ହେଉଥିବା ମେସିନ ଉପରେ ଯାଉଥିବା ଇଣ୍ଟ୍ରିଗ୍ରେସନ ବିଦ୍ୟୁତ୍ ଲାଇନ୍ ସହ ସଂସ୍ପର୍ଶରେ ଆସିଥିଲା | ଏହା ଏକ ୧୧,୦୦୦ ଭୋଲ୍ଟ ବିଶିଷ୍ଟ ବିଦ୍ୟୁତ୍ ଲାଇନ୍ ଥିଲା। ଏହି ଲାଇନ୍ ସଂସ୍ପର୍ଶରେ ଆସିବା ଫଳରେ ମେସିନ୍ଟି ବିଦ୍ୟୁତ୍ଯୁକ୍ତ ହୋଇଗଲା ଏବଂ ଏହାକୁ ଚଳାଉଥିବା ଶ୍ରମିକମାନେ ବିଦ୍ୟୁତ୍ ଆଘାତର ଶିକାର ହେଲେ। ଏହି ଘଟଣାରେ ଅନେକ ଶ୍ରମିକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି |
ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା | ଉତ୍ୟକ୍ତ ଲୋକେ ଘଟଣାସ୍ଥଳରେ ୭ ଘଣ୍ଟା ଯାଏ ଧାରଣା ଦେଇଥିଲେ। ସେଠାରେ ଦୁର୍ଘଟଣା ପରେ, ବିଧାୟକ ଭାଗବାନାରାମ ସୈନୀ ଓ DSP ସୁଗନ ସିଂହ ଘଟଣା ସ୍ଥଳରେ ପହଞ୍ଚିଥିଲେ | ଏହି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଦୁଃଖବ୍ୟକ୍ତ କରି ଅଧିକାରୀଙ୍କୁ ଆହତଙ୍କ ଚିକିତ୍ସା ଓ ପ୍ରଭାବିତ ପରିବାରଙ୍କୁ ତତ୍କାଳ ସହାୟତା କରିବା ପାଇଁ ନିିର୍ଦ୍ଦେଶ ଦେଇଛନ୍ତି |
CM ଭଜନଲାଲ ଦୁଃଖ ପ୍ରକାଶ କରିଛନ୍ତି
CM ଭଜନଲାଲ ଶର୍ମା ଏହି ଦୁର୍ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି | ସେ କହିଛନ୍ତି, ଝୁନଝୁନୁରେ ଘଟିଥିବା ଦୁର୍ଘଟଣାରେ ବିଦ୍ୟୁତ୍ ଆଘାତରେ ଶ୍ରମିକମାନଙ୍କ ଅକାଳ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ। ଆହତମାନଙ୍କ ଉପଯୁକ୍ତ ଚିକିତ୍ସା ଏବଂ ପ୍ରଭାବିତ ପରିବାରଗୁଡ଼ିକୁ ତୁରନ୍ତ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ସହ ଘଟଣାର ତଦନ୍ତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଦିବଙ୍ଗତ ଆତ୍ମାଙ୍କ ସଦ୍ଗତି, ଆହତମାନଙ୍କ ଶୀଘ୍ର ଆରୋଗ୍ୟ ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅପାର ଦୁଃଖ ସହିବାର ଶକ୍ତି ପ୍ରଦାନ କରିବାକୁ ସେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି |
ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କଲେ କ୍ଷତିପୂରଣ
ଏହି ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। PMO ପକ୍ଷରୁ ଜାରି ସୂଚନା ଅନୁଯାୟୀ, ରାଜସ୍ଥାନର ଝୁନଝୁନୁରେ ଘଟିଥିବା ଦୁର୍ଘଟଣାରେ ଲୋକଙ୍କ ଜୀବନହାନି ହେବା ଅତ୍ୟନ୍ତ ଦୁଃଖଦାୟକ ବୋଲି ମୋଦୀ କହିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସେ ସମବେଦନା ଜଣାଇବା ସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।ଏଥିସହ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି (PMNRF)ରୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରାଯାଇଛି।
ଝୁନଝୁନୁରେ ଏହି ଦୁର୍ଘଟଣାରେ ଶ୍ରମିକମାନଙ୍କ ମୃତ୍ୟୁକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ରାସ୍ତା ନିର୍ମାଣ କାମ ଚାଲିଥିବା ସମୟରେ ଘଟିଥିବା ଏହି ଅଘଟଣ ବିଦ୍ୟୁତ୍ ଲାଇନ୍ ନିକଟରେ କାର୍ଯ୍ୟସ୍ଥଳର ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି। ।
