Nepal Helicaptor Tragedy : ଲ୍ୟାଣ୍ଡିଂ ବେଳେ ବଡ଼ ଅଘଟଣ
ନେପାଳରେ ହଠାତ୍ ଆକାଶରେ ହଲଚଲ ! ଏଭରେଷ୍ଟ ଅଞ୍ଚଳରେ ଦୁଇ ହେଲିକପ୍ଟର ମଧ୍ୟରେ କ’ଣ ଘଟିଲା? ଘଟଣାକୁ ନେଇ ବଢ଼ିଲା ଚର୍ଚ୍ଚା!

ଆଜି ସକାଳେ ନେପାଳରେ ବଡ ଦୁର୍ଘଟଣା ଘଟିଛି | ସୋଲୁଖୁମ୍ବୁ ହେଲିପ୍ୟାଡରେ ଦୁଇ ହେଲିକ୍ୟାପ୍ଟର ପରସ୍ପର ସହ ଧକ୍କା ହୋଇଛନ୍ତି | ଲାଣ୍ଡିଙ୍ଗ କରିବା ସମୟରେ ୨ଟି ହେଲିକ୍ୟାପ୍ଟର ପରସ୍ପର ସହିତ ଧକ୍କା ହେବାଦ୍ୱାରା ଏକ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି | ନେପାଳ ପୋଲିସର ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ , ଏହି ଦୁର୍ଘଟଣା ସକାଳ ପାଖାପାଖି ୮.୧୧ଟା ରେ ହୋଇଥିଲା, ଯେତେବେଳେ ଫିଶଟେଲ୍ ଏୟାର୍ ଏବଂ ଡାଇନାଷ୍ଟି ଏୟାର୍ର ହେଲିକପ୍ଟରଗୁଡ଼ିକ ଲାଣ୍ଡିଙ୍ଗ କରିବା ସମୟରେ ପରସ୍ପର ସହ ଧକ୍କା ହୋଇଥିଲା | ପୋଲିସ ଇନ୍ସପେକ୍ଟର ମୌସମ ତମାଙ୍ଗଙ୍କ ଅନୁସାରେ ମୃତକଙ୍କ ପରିଚୟ ଵଶନ୍ତ କୁମାର ବଳରାମରାମାଡୁ ରୂପରେ ହୋଇଛି ,ଯିଏ ଭାରତୀୟ ନାଗରିକ ଥିଲେ ଓ ଫିଶଟେଲ୍ ଏୟାର୍ ରେ ଯାତ୍ରା କରୁଥିଲେ | ସେହି ହେଲିକପ୍ଟରରେ ଯାତ୍ରା କରୁଥିବା ଭାରତୀୟ ବଂଶୋଦ୍ଭବ ନ୍ୟୁଜିଲାଣ୍ଡ ନାଗରିକ ଶୈଳେଶ କୃଷ୍ଣ ପଟେଲ ମଧ୍ୟ ଏହି ଧକ୍କାରେ ଆହତ ହୋଇଛନ୍ତି। ତାମାଙ୍ଗଙ୍କ ସୂଚନା ଅନୁଯାୟୀ, ତାଙ୍କୁ ପ୍ରଭୁ ହେଲିକପ୍ଟର ଯୋଗେ କାଠମାଣ୍ଡୁସ୍ଥିତ ମେଡିସିଟି ହସ୍ପିଟାଲକୁ ନିଆଯାଇଥିଲା। ଉଭୟ ହେଲିକପ୍ଟରର ପାଇଲଟ୍ ମଧ୍ୟ ସାମାନ୍ୟ ଆହତ ହୋଇଥିବା ବେଳେ ପରବର୍ତ୍ତୀ ଚିକିତ୍ସା ପାଇଁ ସେମାନଙ୍କୁ କାଠମାଣ୍ଡୁ ନିଆଯାଇଛି | ଧକ୍କା ସମୟରେ ଦୁଇଟି ଯାକ ହେଲିକପ୍ଟରରେ ସମୁଦାୟ କେତେଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲେ ,ଏହାର ପୃଷ୍ଟି ଏପର୍ଯ୍ୟନ୍ତ ହୋଇନାହିଁ | ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି |
ଅବତରଣ ସମୟରେ ପରସ୍ପର ସହ ଧକ୍କା ହେଲେ ଦୁଇ ହେଲିକପ୍ଟର
ଘଟଣାସ୍ଥଳରେ ଉପସ୍ଥିତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଜି ସକାଳେ ମାଉଣ୍ଟ ଏଭରେଷ୍ଟ ଅଞ୍ଚଳର ଫେରିଚେଠାରେ ଦୁଇଟି ହେଲିକପ୍ଟର ପରସ୍ପର ସହ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି |ଅଧିକାରୀଙ୍କ କହିବା ଅନୁଯାୟୀ, ଫେରିଚେ ହେଲିପ୍ୟାଡ୍ରେ ଅବତରଣ କରୁଥିବା ସମୟରେ 'ଫିସ୍ଟେଲ୍ ଏୟାର' ଏବଂ 'ଏୟାର ଡାଇନାଷ୍ଟି'ର ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ 'ଫିସ୍ଟେଲ୍ ଏୟାର'ର ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାର ପାଇଲଟ୍ (କ୍ୟାପ୍ଟେନ୍) ଆହତ ହୋଇଛନ୍ତି। 'ଫିସ୍ଟେଲ୍ ଏୟାର'ର ହେଲିକପ୍ଟରକୁ କ୍ୟାପ୍ଟେନ୍ ପ୍ରଜ୍ଜ୍ୱଳ କେ.ସି. ଉଡ଼ାଉଥିବା ବେଳେ 'ଏୟାର ଡାଇନାଷ୍ଟି'ର ହେଲିକପ୍ଟରର ଦାୟିତ୍ୱରେ ଥିଲେ କ୍ୟାପ୍ଟେନ୍ ରବୀନ୍ଦ୍ର ପ୍ରଜାପତି। ଏହି ଦୁର୍ଘଟଣାରେ କ୍ୟାପ୍ଟେନ୍ ପ୍ରଜାପତି ମଧ୍ୟ ଆହତ ହୋଇଛନ୍ତି। ଅଧିକାରୀଙ୍କ ସୂଚନା ଅନୁଯାୟୀ, 'ସିମ୍ରିକ୍ ଏୟାର'ର ଏକ ହେଲିକପ୍ଟର ଘଟଣାସ୍ଥଳରେ ପହଞ୍ଚିଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
