Loco Pilot Murder Wife:ପତ୍ନୀଙ୍କୁ ହତ୍ୟା କଲେ ପୂର୍ବତନ ଲୋକୋ ପାଇଲଟ
ହେଲେ କାହାରି ଅନ୍ଦାଜ ନଥିଲା କି, ରାତି ହେଉ ହେଉ ଘରର ମାହୋଲ ଏମିତି ବଦଳିଯିବ। ବୁଧବାର ରାତିରେ ଦୁହିଁଙ୍କ ଭିତରେ ବିବାଦ ଓ ଝଗଡ଼ା ହେଲା। ଆଉ ପୂଜାକୁ ହତ୍ୟା କରିଦେଲା ଦଶରଥ। ଲମ୍ୱା ସମୟ ଧରି ଉଭୟଙ୍କ ଭିତରେ ମତଭେଦ ଓ ପାରିବାରିକ ବିବାଦ କାରଣରୁ ଏ ଘଟଣା ଘଟିଛି।
P
By Pradeep Kumar NayakPublished: Nov 14, 2026, 03:20 PM •2 min read •4 Views

ପତ୍ନୀଙ୍କୁ ହତ୍ୟା କଲେ ପୂର୍ବତନ ଲୋକୋ ପାଇଲଟ। ଆଉ ମର୍ଡର ପରେ ଝିଅଙ୍କୁ ନେଇ ପହଞ୍ଚିଲେ ଥାନାରେ। ଅଭିଯୁକ୍ତ ଲୋକୋ ପାଇଲଟଙ୍କ ନାଁ ଦଶରଥ ମଣ୍ଡଳ। ପତ୍ନୀଙ୍କ ଗଳାକୁ ଛୁରୀରେ କାଟିଦେଲେ। ଏ କାଣ୍ଡ ଭିଆଉଥିବା ବେଳେ ପାଖ କୋଠରୀରେ ୮ ବର୍ଷ ଓ ୫ ବର୍ଷର ଦୁଇ ଝିଅ ଶୋଇଥିଲେ। ଘଟଣାର କିଛି ଘଣ୍ଟା ପୂର୍ବରୁ ସ୍ୱାମୀ ସ୍ତ୍ରୀ ସାଙ୍ଗରେ ମାର୍କେଟ ଯାଇଥିଲେ। ହେଲେ କାହାରି ଅନ୍ଦାଜ ନଥିଲା କି, ରାତି ହେଉ ହେଉ ଘରର ମାହୋଲ ଏମିତି ବଦଳିଯିବ। ବୁଧବାର ରାତିରେ ଦୁହିଁଙ୍କ ଭିତରେ ବିବାଦ ଓ ଝଗଡ଼ା ହେଲା। ଆଉ ପୂଜାକୁ ହତ୍ୟା କରିଦେଲା ଦଶରଥ। ଲମ୍ୱା ସମୟ ଧରି ଉଭୟଙ୍କ ଭିତରେ ମତଭେଦ ଓ ପାରିବାରିକ ବିବାଦ କାରଣରୁ ଏ ଘଟଣା ଘଟିଛି। ୨୦୦୩ରୁ ଦଶରଥ ମଣ୍ଡଳ ରେଲଓ୍ୱେରେ ଲୋକୋ ପାଇଲଟ ଭାବେ କାର୍ଯ୍ୟରତ ଥିଲେ। ସେ ଚଳିତବର୍ଷ ଜୁଲାଇରେ ଭିଆରଏସ ନେଇଥିଲେ। ବାହାଘର କିଛି ବର୍ଷ ପରେ ସେ ପୂଜାକୁ ସନ୍ଦେହ କରିବାକୁ ଲାଗିଥିଲା। ତାକୁ ଲାଗୁଥିଲା, ଆଖପାଖ ଲୋକେ ତା ପତ୍ନୀ ଉପରେ ନଜର ରଖୁଥିଲେ। ଏହି ସନ୍ଦେହ କାରଣରୁ ପ୍ରତି ୩ରୁ ୪ମାସରେ ଭଡ଼ା ଘର ବଦଳାଉଥିଲା। ପୂଜା ସହ ମାଡପିଟ୍ କରୁଥିଲା। ଭିଆରଏସ ପରେ ଘରେ ଅଧିକ ସମୟ ବିତଇବାକୁ ଲାଗିବାରୁ ସ୍ୱାମୀ ସ୍ତ୍ରୀ ଭିତରେ ବିବାଦ ଅଧିକ ବଢ଼ିଥିଲା। ଆଉ ଏହି କଳିର ପ୍ରଭାବ ପୁରା ପରିବାର ଉପରେ ପଡ଼ୁଥିଲା। ବଡ଼ କଥା ହେଲା, ଉଭୟଙ୍କ ଭିତରେ ୨୫ ବର୍ଷ ବୟସର ଗ୍ୟାପ୍ ଥିଲା। ଦଶରଥର ବୟସ ୫୫ ଥିବା ବେଳେ ପୂଜାଙ୍କ ବୟସ ୩୦ ଥିଲା। ୨୦୧୫ରେ ଉଭୟଙ୍କ ଭିତରେ ବିବାହ ହୋଇଥିଲା। ବିବାହର ବର୍ଷକ ପରଠୁ ୧୦ଲକ୍ଷ ଟଙ୍କା ଯୌତୁକକୁ ନେଇ ପୂଜାକୁ ପ୍ରତାଡ଼ନା କରାଯାଉଥିଲା ବୋଲି ଅଭିଯୋଗ କରିଥିଲେ ପରିବାରବର୍ଗ।
ବିହାରର ମୁଙ୍ଗେର ଜିଲ୍ଲାର ଜମାଲପୁରରୁ ଏକ ଛାତିଥରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଜଣେ ୫୫ ବର୍ଷୀୟ ପୂର୍ବତନ ରେଳବାଇ ଲୋକୋ ପାଇଲଟ୍ ନିଜର ୨୮ ବର୍ଷୀୟ ପତ୍ନୀଙ୍କୁ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା ପରେ ଅଭିଯୁକ୍ତ ନିଜର ଦୁଇ ନାବାଳିକା ଝିଅଙ୍କୁ ସାଙ୍ଗରେ ଧରି ଥାନାରେ ଆତ୍ମସମର୍ପଣ କରିଛନ୍ତି। ଏହି ହତ୍ୟାକାଣ୍ଡ ପଛରେ ଦୁଇଟି ମୁଖ୍ୟ ଦିଗକୁ ନେଇ ତଦନ୍ତ ଚାଲିଛି। ପ୍ରଥମ କାରଣ – ଯୌତୁକ ନିର୍ଯାତନା ଅଭିଯୋଗ। ମୃତ ପୂଜାଙ୍କ ଭାଇ ଶୁଭମ କୁମାର ଅଭିଯୋଗ କରିଛନ୍ତି ଯେ, ଦଶରଥ ମଣ୍ଡଳ ପୂଜାଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ ଆଣିବାକୁ ଦାବି କରୁଥିଲେ। ୨୦୧୫ ମସିହାରେ ପୂଜା ଓ ଦଶରଥଙ୍କ ବିବାହ ହୋଇଥିଲା। ବିବାହର ପ୍ରାୟ ଏକ ବର୍ଷ ପରେ ଯୌତୁକ ଦାବି ଆରମ୍ଭ ହୋଇଥିବା ଅଭିଯୋଗ। ପୂଜାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ଏନେଇ ପୂଜା ନିଜ ପରିବାରକୁ ଅନେକଥର ଜଣାଇଥିବା ଦାବି କରାଯାଇଛି। ଦ୍ୱିତୀୟ କାରଣ – ପରକୀୟା ସମ୍ପର୍କକୁ ନେଇ ସନ୍ଦେହ। ଏହି ଘଟଣାର ସବୁଠାରୁ ହୃଦୟବିଦାରକ ଦିଗ ହେଉଛି ଦମ୍ପତିଙ୍କ ଦୁଇ ଛୋଟ ଝିଅଙ୍କ ଅବସ୍ଥା। ହତ୍ୟା ସମୟରେ ଦୁଇ ଝିଅ ଘରେ ଥିଲେ। ଝିଅମାନଙ୍କୁ ମାଆର ମୃତ୍ୟୁ ବିଷୟରେ ଜଣାଇଥିଲେ ଦଶରଥ। ଏପରିକି ସେମାନଙ୍କୁ ଆଉ ଜଣେ ମାଆ ଆଣିଦେବେ ବୋଲି କହିଥିଲେ। ପରେ ସେ ଦୁଇ ଝିଅଙ୍କୁ ନେଇ ଥାନାରେ ଆତ୍ମସମର୍ପଣ କରିଥିଲେ। ମାଆଙ୍କୁ ହରାଇଥିବା ଏହି ଦୁଇ ଶିଶୁଙ୍କ ଭବିଷ୍ୟତକୁ ନେଇ ଏବେ ଚିନ୍ତା ବଢ଼ିଛି।
P
Pradeep Kumar NayakSR JOURNALIST
Comments0
Leave a Reply
Loading comments...
