Gangster-Lawrence-Legal-Adviser-In-PoliceCustody:ପୁଲିସ ହେପାଜତରେ ଗ୍ୟାଙ୍ଗଷ୍ଟର ଲରେନ୍ସର ୨ ଲିଗାଲ ସହଯୋଗୀ..
ଦୀପକ ଖେତ୍ରିକୁ ଦିଲ୍ଲୀ ପୁଲିସ ଅଗଷ୍ଟ ୨୫ରେ ଦିଲ୍ଲୀ ବିମାନବନ୍ଦରରୁ ଗିରଫ କରିଥିଲା। ଅଗଷ୍ଟ ୨୬ରୁ ୩ ଦିନ ଯାଏ ନିଜ ହେପାଜତକୁ ନେଇଥିଲା। ଋଷଭ କପୁରକୁ ସେପ୍ଟେମ୍ୱର ୨ରେ ଗିରଫ କରିଥିଲା। ଏ ମାମଲାରେ ଏଯାବତ୍ ୨୦ ଅଭିଯୁକ୍ତଙ୍କୁ ଗିରଫ କରାଗଲାଣି। ଗିରଫ ଅଭିଯୁକ୍ତଙ୍କଠୁ ୩୩ ସେମି ଅଟୋମେଟିକ ପିସ୍ତଲ ଜବତ ହୋଇଛି

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଲିଗାଲ ଟିମ୍ ସହଯୋଗୀ ଥିବା ଦୁଇ ଓକିଲଙ୍କୁ ଅକ୍ଟୋବର ପହିଲା ଯାଏ ପୁଲିସ ହେପାଜତକୁ ପଠାଗଲା। ଓକିଲ ଦୀପକ ଖେତ୍ରି ଓ ଋଷଭ କପୁରଙ୍କୁ ଅକ୍ଟୋବର ୧ ଯାଏ ନ୍ୟାୟିକ ହେପାଜତକୁ ପଠାଇଦେଇଛନ୍ତି ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟର ଡ୍ୟୁଟି ଜଜ୍ ପ୍ରଶାନ୍ତ କୁମାର। ଗଲା ୫ ତାରିଖରେ ଦୁହିଁଙ୍କ ପୁଲିସ ରିମାଣ୍ଡ ସରୁଥିଲା। ଏହା ପରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଦିଲ୍ଲୀ ପୁଲିସ ଉଭୟଙ୍କୁ ୨୭ ଦିନ ଲାଗି ରିମାଣ୍ଡରେ ନେବାକୁ ଅପିଲ୍ କରିଥିଲା। ଏ ମାମଲାରେ ପୁଲିସ ଦେଶଦ୍ରୋହ ଧାରାରେ ମାମଲା ରୁଜୁ କରିଛି। ଅସ୍ତ୍ରଶସ୍ତ୍ର ସପ୍ଲାଏ, ଦାଦାବଟି ଅସୁଲିର ଆରୋପ ବି ରହିଥିଲା। ଦୁଇ ଅଭିଯୁକ୍ତଙ୍କ ୩ ଦିନିଆ ରିମାଣ୍ଡ ସରିବା ପରେ କୋର୍ଟରେ ହାଜର ପରେ ପୁଲିସ କହିଥିଲା, ଏବେ ବି ତଦନ୍ତ ଜାରି ରହିଛି। ସେଥିଲାଗି ଅଭିଯୁକ୍ତଙ୍କୁ ପୁଲିସ ହେପାଜତରେ ରଖିବା ଜରୁରୀ। ଦୀପକ ଖେତ୍ରିକୁ ଦିଲ୍ଲୀ ପୁଲିସ ଅଗଷ୍ଟ ୨୫ରେ ଦିଲ୍ଲୀ ବିମାନବନ୍ଦରରୁ ଗିରଫ କରିଥିଲା। ଅଗଷ୍ଟ ୨୬ରୁ ୩ ଦିନ ଯାଏ ନିଜ ହେପାଜତକୁ ନେଇଥିଲା। ଋଷଭ କପୁରକୁ ସେପ୍ଟେମ୍ୱର ୨ରେ ଗିରଫ କରିଥିଲା। ଏ ମାମଲାରେ ଏଯାବତ୍ ୨୦ ଅଭିଯୁକ୍ତଙ୍କୁ ଗିରଫ କରାଗଲାଣି। ଗିରଫ ଅଭିଯୁକ୍ତଙ୍କଠୁ ୩୩ ସେମି ଅଟୋମେଟିକ ପିସ୍ତଲ ଜବତ ହୋଇଛି। ଏଥିରେ ୨ଟି ସବ-ମେସିନ ଗନ୍ ଓ ୩୬୮ ଜୀବନ୍ତ ଖୋକା ସାମିଲ ଅଛି। ଅଗଷ୍ଟ ୨୪ରେ ଗିରଫ ୧୮ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ ହୋଇଥିଲା। ଦୀପକ ଖେତ୍ରୀଙ୍କ ବିରୁଦ୍ଧରେ ପୂର୍ବରୁ ଲୁକଆଉଟ୍ ସର୍କୁଲାର ଜାରି ହୋଇଥିଲା। ବିଦେଶରୁ ଫେରିବା ମାତ୍ରେ ତାକୁ ଗିରଫ କରାଯାଇଥିଲା।
