CJI On Conduct:ରାହୁଲଙ୍କ ଆଚରଣକୁ ନେଇ ଉଠିଲା ଅଙ୍ଗୁଳି- ସୁପ୍ରିମକୋର୍ଟରେ ଏସଆଇଆର
ଆବେଦନକାରୀ ୧୩ ଜଣଙ୍କ ଭିତରୁ ଜଣଙ୍କ ଆଚରଣ ନେଇ କଡ଼ା ଆପତ୍ତି ଜାହିର କରିଛନ୍ତି। ଅକ୍ଟୋବର ୧୨ରେ ଏସଆଇଆର ଅନିୟମିତତା ବିରୁଦ୍ଧରେ ସୁପ୍ରିମକୋର୍ଟ ଯାଏ ବାହାରିଥିଲା ରାଲି। ଏହି ପରିପ୍ରେକ୍ଷୀରେ ସିଜେଆଇ କହିଛନ୍ତି, କେହି ବି ନ୍ୟାୟପାଳିକା ଉପରେ ଚାପ ପକାଇପାରିବେନି। ଡରେଇ ଧମକାଇପାରିବେନି। ବରିଷ୍ଠ ଓକିଲ ଗୌରବ ଭାଟିଆ ଅଦାଲତରେ ରାଜନୀତିକ ଶୋଭାଯାତ୍ରା ଓ ଏହାର ଘଟଣାକ୍ରମକୁ ନେଇ ଆପତ୍ତି ଜାହିର କରିଥିଲେ। ସିଜେଆଇ ଏହାକୁ ନେଇ କହିଥିଲେ ଯେ, ଅଦାଲତ ଏଭଳି ଘଟଣା ବାବଦରେ ଅଜଣା ନୁହଁନ୍ତି।

ସୁପ୍ରିମକୋର୍ଟରେ ଏସଆଇଆର ଉପରେ ହୋଇଛି ଶୁଣାଣୀ। ରାହୁଲ ଗାନ୍ଧୀଙ୍କ ସମେତ ୧୩ ବିରୋଧୀଦଳର ନେତା ଦେଇଥିବା ପିଟିସନ ଉପରେ ନିର୍ବାଚନ ଆୟୋଗ, ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଓ ଦୁଇ ନିର୍ବାଚନ କମିଶନର ସୁଖବୀର ସିଂ ସାନ୍ଧୁ ଓ ବିବେକ ଯୋଶୀଙ୍କୁ ନୋଟିସ କରି ଜବାବ ମାଗିଛନ୍ତି ସର୍ବୋଚ୍ଚ ଅଦାଲତ। ପିଟିସନରେ ଏସଆଇଆର ଆଳରେ ଭୋଟରଙ୍କୁ ବାଦ୍ ଦେବା ପ୍ରକ୍ରିୟାକୁ ଚ୍ୟାଲେଞ୍ଜ୍ କରାଯାଇଛି। ଏହି ଶୁଣାଣୀ ଅବସରରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନାଁ ନ ନେଇ କଡ଼ା ଟିପ୍ପଣୀ କରିଛନ୍ତି ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତ। ଆବେଦନକାରୀ ୧୩ ଜଣଙ୍କ ଭିତରୁ ଜଣଙ୍କ ଆଚରଣ ନେଇ କଡ଼ା ଆପତ୍ତି ଜାହିର କରିଛନ୍ତି। ଅକ୍ଟୋବର ୧୨ରେ ଏସଆଇଆର ଅନିୟମିତତା ବିରୁଦ୍ଧରେ ସୁପ୍ରିମକୋର୍ଟ ଯାଏ ବାହାରିଥିଲା ରାଲି। ଏହି ପରିପ୍ରେକ୍ଷୀରେ ସିଜେଆଇ କହିଛନ୍ତି, କେହି ବି ନ୍ୟାୟପାଳିକା ଉପରେ ଚାପ ପକାଇପାରିବେନି। ଡରେଇ ଧମକାଇପାରିବେନି। ବରିଷ୍ଠ ଓକିଲ ଗୌରବ ଭାଟିଆ ଅଦାଲତରେ ରାଜନୀତିକ ଶୋଭାଯାତ୍ରା ଓ ଏହାର ଘଟଣାକ୍ରମକୁ ନେଇ ଆପତ୍ତି ଜାହିର କରିଥିଲେ। ସିଜେଆଇ ଏହାକୁ ନେଇ କହିଥିଲେ ଯେ, ଅଦାଲତ ଏଭଳି ଘଟଣା ବାବଦରେ ଅଜଣା ନୁହଁନ୍ତି। ବାହାରେ କଅଣ ହେଉଛି ସବୁ ଜାଣୁ। ଏଭଳି ଦୁର୍ବଳ ପ୍ରୟାସକୁ କେହି ଧ୍ୟାନ ଦିଅନ୍ତିନି। ଅଦାଲତ ଆଗରେ ସମସ୍ତଙ୍କ ସ୍ୱର ସମାନ। ସମସ୍ତଙ୍କ ସ୍ୱରର ମୂଲ୍ୟ ଅଛି। ଦିଲ୍ଲୀରେ ଜାରି ଥିବା ବିରୋଧ ପ୍ରଦର୍ଶନ ସହ ଜଡ଼ିତ ପିଟିସନ ଉପରେ ଟିପ୍ପଣୀ କରି ଅଦାଲତ କହିଛନ୍ତି ଯେ, ସମସ୍ତଙ୍କ କଥା ଶୁଣାଯିବ। ଜନ୍ତରମନ୍ତରରେ ଆନ୍ଦୋଳନକୁ ବାରଣ ନେଇ କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସକୁ ବି ଜବାବ ମାଗିଛନ୍ତି କୋର୍ଟ। ଶୁଣାଣୀ ଅବସରରେ ମହିଳା ସାମ୍ୱାଦିକାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାକୁ ଆଦେଶ ଦେଇଛନ୍ତି କୋର୍ଟ। ଯିଏ ନ୍ୟୁଜ କଭର ବେଳେ ଦିଲ୍ଲୀ ପୁଲିସର ଏସିପି ବିବେକ ଭଗତଙ୍କ ବିରୁଦ୍ଧରେ ଯୌନଶୋଷଣ ଓ ଦୁର୍ବ୍ୟବହାରର ଆରୋପ ଲଦିଥିଲେ। ସେଥିଲାଗି ସଂପୃକ୍ତ ମହିଳା ସାମ୍ୱାଦିକାଙ୍କ ବିରୁଦ୍ଧରେ କୌଣସି କାର୍ଯାନୁଷ୍ଠାନ ନ ନେବାକୁ ଆଦେଶ ଦେଲେ। କାରଣ ତାଙ୍କ ପିଟିସନ ଉପରେ ବିଚାର ହେବା ବାକି ଅଛି।
