SC Will Hear HighProfile Case: ଛୁଟିରେ କେଉଁ ମାମଲାର ଶୁଣାଣୀ କରିବେ ସୁପ୍ରିମକୋର୍ଟ
ଦଶହରା ଛୁଟିଦିନରେ ବି ସୁପ୍ରିମକୋର୍ଟର ସ୍ୱତନ୍ତ୍ର ଖଣ୍ଡପୀଠ ବସିବେ। ଆଉ ଦୁଇଟି ହାଇପ୍ରୋଫାଇଲ ମାମଲାର ଶୁଣାଣୀ କରିବେ। ତେବେ ଆସନ୍ତୁ ଜାଣିବା ଏମିତି କେଉଁ ଦୁଇଟି ହାଇପ୍ରୋଫାଇଲ ମାମଲାରେ ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଶୁଣାଣୀ ହେବାକୁ ଯାଉଛି। ଗୋଟିଏ ହେଲା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ପିଟିସନ ତ ଆଉ ଗୋଟିଏ ହେଉଛି ଓ୍ୱାଇଏସଆରସିପି ସୁପ୍ରିମୋ ତଥା ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କ ପିଟିସନ।


ଅକ୍ଟୋବର ୨୧ ଛୁଟି ଦିନ। କିନ୍ତୁ ଏ ଦଶହରା ଛୁଟିଦିନରେ ବି ସୁପ୍ରିମକୋର୍ଟର ସ୍ୱତନ୍ତ୍ର ଖଣ୍ଡପୀଠ ବସିବେ। ଆଉ ଦୁଇଟି ହାଇପ୍ରୋଫାଇଲ ମାମଲାର ଶୁଣାଣୀ କରିବେ। ତେବେ ଆସନ୍ତୁ ଜାଣିବା ଏମିତି କେଉଁ ଦୁଇଟି ହାଇପ୍ରୋଫାଇଲ ମାମଲାରେ ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଶୁଣାଣୀ ହେବାକୁ ଯାଉଛି। ଗୋଟିଏ ହେଲା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ପିଟିସନ ତ ଆଉ ଗୋଟିଏ ହେଉଛି ଓ୍ୱାଇଏସଆରସିପି ସୁପ୍ରିମୋ ତଥା ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କ ପିଟିସନ। ଦଶହରା ଛୁଟି ଜାରି ଭିତରେ ସର୍ବୋଚ୍ଚ ନ୍ୟାୟାଳୟର ସ୍ୱତନ୍ତ୍ର ଖଣ୍ଡପୀଠରେ ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ବି.ମୋହନା କରିବେ ଶୁଣାଣୀ। କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ, ତାଙ୍କ ଝିଅ ଓ ଜ୍ୱାଇଁଙ୍କ ଫାଇଲ ସହ ଜଡ଼ିତ ମାମଲାର ଶୁଣାଣୀ ହେବ। ଏମାନେ ହାଇକୋର୍ଟଙ୍କ ସେହି ଆଦେଶକୁ ଚ୍ୟାଲେଞ୍ଜ୍ କରିଛନ୍ତି, ଯେଉଁଥିରେ ଏମାନଙ୍କ ବିରୁଦ୍ଧରେ ଚାଲିଥିବା କେସରେ ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ତ ଅନ୍ୟପଟେ ଆନ୍ଧ୍ରର ନଗରନିଗମ ନିର୍ବାଚନରେ ନାମାଙ୍କନର ଅନ୍ତିମ ତାରିଖକୁ ବୃଦ୍ଧି ଦାବି କରିଥିବା ଓ୍ୱାଇଏସଆର କଂଗ୍ରେସର ପିଟିସନର ଶୁଣାଣୀ ହେବ।
କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ CMRL–Exalogic ଆର୍ଥିକ ଅନିୟମିତତା ଅଭିଯୋଗ ସହ ଜଡ଼ିତ ମାମଲାରେ କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟ ତାଙ୍କ ବିରୋଧରେ FIR ରୁଜୁ କରିବାକୁ ଭିଜିଲାନ୍ସ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।
୧. ଏହି ମାମଲା କ’ଣ?
ଏହି ବିବାଦର କେନ୍ଦ୍ରରେ ରହିଛି କେରଳର କମ୍ପାନୀ Cochin Minerals and Rutile Limited (CMRL) ଏବଂ ପିନରାୟୀ ବିଜୟନଙ୍କ ଝିଅ ଟି. ଭୀଣାଙ୍କ ସହ ସମ୍ପୃକ୍ତ IT କମ୍ପାନୀ Exalogic Solutions। ଅଭିଯୋଗ ଅନୁସାରେ, CMRL ପକ୍ଷରୁ Exalogicକୁ ନିୟମିତ ଅର୍ଥ ପ୍ରଦାନ କରାଯାଇଥିଲା। ତଦନ୍ତକାରୀ ସଂସ୍ଥାଗୁଡ଼ିକ ଏହି ଅର୍ଥ ପ୍ରଦାନର ଉଦ୍ଦେଶ୍ୟ ଏବଂ ଏହା ବଦଳରେ ବାସ୍ତବ ସେବା ଦିଆଯାଇଥିଲା କି ନାହିଁ, ତାହା ନେଇ ପ୍ରଶ୍ନ ଉଠାଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏହି ମାମଲାରେ ଅର୍ଥ କାରବାର ଏବଂ ସମ୍ଭାବ୍ୟ ଦୁର୍ନୀତିର ଅଭିଯୋଗ ତଦନ୍ତ କରୁଛି।
୨. ସୁପ୍ରିମକୋର୍ଟରେ ବିଜୟନଙ୍କ ମୁଖ୍ୟ ଯୁକ୍ତି କ’ଣ?
ବିଜୟନଙ୍କ ପକ୍ଷରୁ ଆଇନଜୀବୀମାନେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ମୁଖ୍ୟତଃ କେତେକ ପ୍ରଶ୍ନ ଉଠାଇଛନ୍ତି।
ଶୁଣାଣିର ସୁଯୋଗ: ଯେଉଁ ବ୍ୟକ୍ତିଙ୍କ ବିରୋଧରେ FIR ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଗଲା, ସେମାନଙ୍କୁ ମୂଳ ଆବେଦନରେ ପକ୍ଷଭୁକ୍ତ କରାଯାଇନଥିଲା ଏବଂ ଶୁଣାଣିର ସୁଯୋଗ ମିଳିନଥିଲା ବୋଲି ସେମାନଙ୍କ ପକ୍ଷ ଯୁକ୍ତି ଦେଇଛି।
ହାଇକୋର୍ଟର ଅଧିକାର କ୍ଷେତ୍ର: ମାମଲାଟି ଜନସ୍ୱାର୍ଥ ମାମଲା (PIL) ସଦୃଶ ଥିବାବେଳେ ସମ୍ପୃକ୍ତ ଜଣେ ବିଚାରପତିଙ୍କ ପାଖରେ ସେହି ମାମଲାର ଶୁଣାଣି ପାଇଁ ନିର୍ଦ୍ଧାରିତ ଅଧିକାର ଥିଲା କି ନାହିଁ, ସେନେଇ ପ୍ରଶ୍ନ ଉଠାଯାଇଛି।
ପ୍ରାଥମିକ ତଦନ୍ତ: ଆୟକର ବିଭାଗର Interim Settlement Boardର ପର୍ଯ୍ୟବେକ୍ଷଣ ମାତ୍ର ଆଧାରରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଅପରାଧିକ ମାମଲା ରୁଜୁ କରାଯାଇପାରିବ କି ନାହିଁ, ତାହା ମଧ୍ୟ ଏକ ପ୍ରମୁଖ ଯୁକ୍ତି।
CMRL ପକ୍ଷରୁ ହୋଇଥିବା ଅର୍ଥ ପ୍ରଦାନ ବଦଳରେ କୌଣସି ଅନୁଚିତ ସରକାରୀ ସୁବିଧା ଦିଆଯାଇଥିବାର ପ୍ରମାଣ ଅଛି କି ନାହିଁ, ସେନେଇ ମଧ୍ୟ ବିଜୟନଙ୍କ ପକ୍ଷ ପ୍ରଶ୍ନ ଉଠାଇଛି।
୩. କେରଳ ହାଇକୋର୍ଟରେ କ’ଣ ଘଟିଥିଲା?
ଅକ୍ଟୋବର ୯ରେ ଭିଜିଲାନ୍ସ ଓ ଦୁର୍ନୀତି ନିବାରଣ ବ୍ୟୁରୋକୁ ଏତଲା ରୁଜୁ କରିବାକୁ ନିର୍ଦେଶ ଦେଇଥିଲେ ହାଇକୋର୍ଟ। ଅକ୍ଟୋବର ୧୫ରେ ହାଇକୋର୍ଟରେ ଆବେଦନ ଖାରଜ। ବିଜୟନ, ତାଙ୍କ ଝିଅ ଟି. ଭୀଣା ଏବଂ ଜ୍ୱାଇଁ ପି.ଏ. ମହମ୍ମଦ ରିୟାସଙ୍କୁ ଏକକ ବେଞ୍ଚର ଆଦେଶ ବିରୋଧରେ ଆବେଦନ କରିବା ପାଇଁ ଅନୁମତି ଦେବାକୁ ଡିଭିଜନ୍ ବେଞ୍ଚ ମନା କରିଥିଲେ। ଅକ୍ଟୋବର ୧୬ରେ ବିଜୟନ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତତ୍କାଳ ଶୁଣାଣି ପାଇଁ ବିଜୟନଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ବେଞ୍ଚ ସେହିଦିନ ତତ୍କାଳ ଶୁଣାଣି କରିନଥିଲେ; ଛୁଟିକାଳୀନ ବେଞ୍ଚ ଗଠନର ସମ୍ଭାବନା ବିଚାର କରିବାକୁ କହିଥିଲେ। ଆଉ ଏହି ନିର୍ଦେଶ ଅନୁସାରେ ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଛୁଟିକାଳୀନ ବେଞ୍ଚରେ ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଛି।
୧. YSRCP କାହିଁକି ସୁପ୍ରିମକୋର୍ଟ ଗଲା?
ଆନ୍ଧ୍ରପ୍ରଦେଶରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (Urban Local Body) ନିର୍ବାଚନକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଓ YSR କଂଗ୍ରେସ ପାର୍ଟି (YSRCP) ମୁଖ୍ୟ ୱାଇଏସ୍. ଜଗନ ମୋହନ ରେଡ୍ଡୀଙ୍କ ଦଳ ନିଜ ପ୍ରାର୍ଥୀମାନଙ୍କୁ ନାମାଙ୍କନ ଦାଖଲ କରିବାରେ ବାଧା ଦିଆଯାଇଥିବା ଅଭିଯୋଗ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଦଳର ଦାବି, କେତେକ ସ୍ଥାନରେ ପ୍ରାର୍ଥୀଙ୍କୁ ଧମକ ଦିଆଯାଇଛି, ନାମାଙ୍କନ ପତ୍ର ଛିଣ୍ଡାଯାଇଛି ଏବଂ ନାମାଙ୍କନ କେନ୍ଦ୍ରକୁ ଯିବାରେ ବାଧା ସୃଷ୍ଟି କରାଯାଇଛି। ଏହି ଅଭିଯୋଗଗୁଡ଼ିକୁ ଆଧାର କରି YSRCP ପ୍ରାର୍ଥୀଙ୍କ ସୁରକ୍ଷା, ନାମାଙ୍କନ ଦାଖଲ ପାଇଁ ଅଧିକ ସମୟ ଏବଂ ବିକଳ୍ପ ନାମାଙ୍କନ କେନ୍ଦ୍ର ଦାବି କରିଛି। YSRCPର ଆବେଦନର ମୂଳ ପ୍ରସଙ୍ଗ ହେଉଛି — ନିର୍ବାଚନରେ ଲଢ଼ିବାକୁ ଚାହୁଁଥିବା ପ୍ରାର୍ଥୀଙ୍କୁ ନାମାଙ୍କନ ଦାଖଲ କରିବାର ସମାନ ସୁଯୋଗ ମିଳିବ କି ନାହିଁ। ଦଳ ପ୍ରଥମେ ଅକ୍ଟୋବର ୧୦ ତାରିଖରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ନିକଟକୁ ଯାଇ ସୁରକ୍ଷିତ ନାମାଙ୍କନ କେନ୍ଦ୍ର ଖୋଲିବାକୁ ଅନୁରୋଧ କରିଥିଲା। ଅକ୍ଟୋବର ୧୫ରେ ଏକକ ବିଚାରପତି ଏହାକୁ ଖାରଜ କରିଥିଲେ। ପରେ ନାମାଙ୍କନ ଦାଖଲର ସମୟସୀମା ବଢ଼ାଇବା ପାଇଁ ଦଳ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଅକ୍ଟୋବର ୧୮ରେ ଡିଭିଜନ୍ ବେଞ୍ଚ ଏହି ଦାବିକୁ ଖାରଜ କରିଥିଲେ। ଏହା ପରେ ଦଳ ସୁପ୍ରିମକୋର୍ଟରେ Special Leave Petition (SLP) ଦାଖଲ କରିଛି।
ପୁଙ୍ଗନୁର, ରାୟଚୋଟି, କଡ଼ପା, ତିରୁପତି ପ୍ରମୁଖ ସ୍ଥାନରେ ନିର୍ବାଚନୀ ହିଂସା ଘଟିଥିବାର ଆରୋପ ଲଦିଛି ଓ୍ୱାଇଏସଆର କଂଗ୍ରେସ। YSRCP ଅନୁସାରେ, ୯ ଜଣ ପ୍ରାର୍ଥୀଙ୍କୁ Returning Officerଙ୍କ କାର୍ଯ୍ୟାଳୟକୁ ଯିବାରେ ବାଧା ଦିଆଯାଇଥିଲା।
ସେଥିଲାଗି ନାମାଙ୍କନର ସମୟସୀମା ବୃଦ୍ଧି, ପ୍ରାର୍ଥୀମାନେ ସୁରକ୍ଷିତ ଭାବେ କାଗଜପତ୍ର ଦାଖଲ ଲାଗି ଅତିରିକ୍ତ ନାମାଙ୍କନ କେନ୍ଦ୍ର କରିବା, ପ୍ରାର୍ଥୀଙ୍କୁ ଧମକ ଓ ଆକ୍ରମଣରୁ ସୁରକ୍ଷା ଦେବାକୁ ପର୍ଯ୍ୟାପ୍ତ ପୁଲିସ ସୁରକ୍ଷା, ନାମାଙ୍କନ କେନ୍ଦ୍ରରେ ଭିଡ଼ିଓଗ୍ରାଫି ଓ ବିବାଦୀୟ ଭାବେ ନାମାଙ୍କନ ଦାଖଲ ହୋଇନଥିବା ଆସନରେ ତୁରନ୍ତ ରେଜଲ୍ଚ ପ୍ରକାଶନ ଉପରେ ରୋକ୍ ଲଗାଯାଉ।
୩. ୨୨ଟି ସହରାଞ୍ଚଳରେ ନିର୍ବାଚନ ସ୍ଥଗିତ ରଖିବାକୁ ଦାବି
YSRCP କେବଳ ସୁପ୍ରିମକୋର୍ଟରେ ଆବେଦନ କରିନାହିଁ, ବରଂ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ମଧ୍ୟ ୨୨ଟି Urban Local Bodyରେ ନାମାଙ୍କନ ପ୍ରକ୍ରିୟା ପୁନଃ ଖୋଲିବା କିମ୍ବା ନିର୍ବାଚନ ସ୍ଥଗିତ ରଖିବାକୁ ଦାବି କରିଛି। ଦଳ ଏହାର ସମର୍ଥନରେ ଭିଡିଓ ପ୍ରମାଣ ମଧ୍ୟ ଦେଇଥିବା କହିଛି। ଦଳ ଦେଇଥିବା ତଥ୍ୟ ଅନୁସାରେ, ୨୨ଟି ସ୍ଥାନୀୟ ସଂସ୍ଥାର ମୋଟ ୮୦୯ଟି ୱାର୍ଡ ଓ ଡିଭିଜନ୍ ମଧ୍ୟରୁ କେବଳ ୩୨୧ଟିରେ YSRCP ପ୍ରାର୍ଥୀଙ୍କ ନାମାଙ୍କନ ହୋଇଥିଲା। ଅବଶିଷ୍ଟ ୪୮୮ଟିରେ ଦଳ ନାମାଙ୍କନ ଦାଖଲ କରିପାରିନଥିବା ଦାବି କରିଛି।
୪.TDPର ପ୍ରତିକ୍ରିୟା କ’ଣ?
ଆନ୍ଧ୍ରପ୍ରଦେଶରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ TDP ମେଣ୍ଟ ସରକାର ରହିଛି। TDP ନେତା ବର୍ଲା ରାମାୟା YSRCPର ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ NDA ମେଣ୍ଟ ଆତ୍ମବିଶ୍ୱାସ ସହ ନିର୍ବାଚନର ସମ୍ମୁଖୀନ ହେଉଛି ଏବଂ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ଅଛି। ଅକ୍ଟୋବର ୨୮ରେ ନିର୍ବାଚନ। ୩୦ରେ ଗଣତି ଓ ରେଜଲ୍ଟ। ସେଥିଲାଗି କାଲି ଏହାର ତ୍ୱରିତ ଶୁଣାଣୀ କରିବେ ସୁପ୍ରିମକୋର୍ଟ।
