ଜୁଏଲାରି ମାଲିକଙ୍କ ଉପରକୁ ଗୁଳିମାଡ଼, ବ୍ୟାଗ୍ ଝାମ୍ପି ଫେରାର ଦୁର୍ବୃତ୍ତ
ଖଇରାରେ ଜୁଏଲାରି ମାଲିକଙ୍କୁ ଗୁଳିମାଡ଼, ଦୋକାନ ବନ୍ଦ କରି ଘରକୁ ଫେରିଵା ଵାଟରେ ଗୁଳିମାଡ଼ କରି ଲୁଟ୍ । ଘଟଣାସ୍ଥଳରୁ ପଲସର ଓ ୪ ରାଉଣ୍ଡ ଗୁଳି ଜବତ ।
S
By Subhadra DasPublished: Aug 10, 2026, 11:37 AM •1 min read •1 Views
ଖଇରା: ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଧୀନ କୁପାରୀସ୍ଥିତ କୂପେଶ୍ୱର ଜୁଏଲାରି ଦୋକାନ ମାଲିକଙ୍କ ଉପରେ ଦୁର୍ବୃତ୍ତଙ୍କ ଗୁଳିମାଡ଼। ଦୋକାନ ବନ୍ଦ କରି ବାପା-ପୁଅ କାର୍ରେ ନିଜ ଘର ପଦୁନାକୁ ଫେରୁଥିବା ବେଳେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ଜୁଏଲାରି ମାଲିକ ବାପା ଓ ପୁଅ କାର୍ରେ ଘରେ ପହଞ୍ଚିବା ପରେ ପଲସର ଓ ୟୁନିକର୍ନ ବାଇକ୍ରେ ଆସିଥିବା ୪ ଜଣ ଦୁର୍ବୃତ୍ତ ସେମାନଙ୍କ ଉପରକୁ ୪ ରାଉଣ୍ଡ ଫାୟାରିଂ କରିଥିଲେ।

ପରେ ଦୁର୍ବୃତ୍ତମାନେ ଏକ ବ୍ୟାଗ୍ ଝାମ୍ପି ନେଇ ଫେରାର ହେବାକୁ ଉଦ୍ୟମ କରିଥିଲେ। ଘଟଣା ସମୟରେ ଗ୍ରାମବାସୀମାନେ ଦୌଡ଼ି ଆସିବାରୁ ଦୁର୍ବୃତ୍ତମାନେ ପଲସର ବାଇକ୍ଟିକୁ ଘଟଣାସ୍ଥଳରେ ଛାଡ଼ି ୟୁନିକର୍ନ ବାଇକ୍ରେ ଫେରାର ହୋଇଯାଇଥିଲେ। ଖବର ପାଇ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ପ୍ରମୋଦ କୁମାର ଦାସ ଏବଂ ଖଇରା ଥାନା ଆଇଆଇସି ଜୋହନ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି। ପୋଲିସ ଘଟଣାସ୍ଥଳରୁ ପଲସର ବାଇକ୍ ସହ ୪ ରାଉଣ୍ଡ ଗୁଳି ଜବତ କରିଵା ସହ ଅଧିକ ତଦନ୍ତ ଜାରି ରଖିଛି ।
S
Subhadra DasContent Writer
Comments0
Leave a Reply
Loading comments...
