ଢେଙ୍କାନାଳରେ ‘ହର ଘର ତ୍ରିରଙ୍ଗା’ ପଦଯାତ୍ରା
ଢେଙ୍କାନାଳରେ ଦେଶଭକ୍ତିର ଭାବନାରେ ଅନୁଷ୍ଠିତ ହୋଇଛି ‘ହର ଘର ତ୍ରିରଙ୍ଗା’ ପଦଯାତ୍ରା।
N
By Namita PattanaikPublished: Aug 10, 2026, 12:11 PM •1 min read •1 Views
ଢେଙ୍କାନାଳରେ ଦେଶଭକ୍ତିର ଭାବନାରେ ଅନୁଷ୍ଠିତ ହୋଇଛି ‘ହର ଘର ତ୍ରିରଙ୍ଗା’ ପଦଯାତ୍ରା। ଏହି ଅବସରରେ ସରକାରଙ୍କ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମେତ ଜିଲ୍ଲାର ସମସ୍ତ ନିର୍ବାଚନମଣ୍ଡଳୀର ବିଧାୟକ, ଜିଲ୍ଲାପାଳ, ପ୍ରଶାସନିକ ଅଧିକାରୀ, ସାମାଜିକ କର୍ମୀ, ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ। ସଦର ମହକୁମା ସହରର ବାଜିଚୌକରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲା। ହାତରେ ତ୍ରିରଙ୍ଗା ଧରି ଦେଶଭକ୍ତିମୟ ନାରା ସହ ପଦଯାତ୍ରାରେ ସାମିଲ ହୋଇଥିଲେ ଶତାଧିକ ଲୋକ। ଏହି ପଦଯାତ୍ରା ମାଧ୍ୟମରେ ଜାତୀୟ ପତାକା ପ୍ରତି ସମ୍ମାନ ଓ ଦେଶପ୍ରେମର ବାର୍ତ୍ତା ଦିଆଯାଇଥିଲା।
N
Namita PattanaikSr. Producer, Naxatra News
Comments0
Leave a Reply
Loading comments...
