୧୭କୋଟିର ମହଲ ବୁକ୍- ୧୮ରେ ମାରିଦେଲା ଭାବିପତ୍ନୀ
ପରିବାର ଲୋକେ ବି ରାଜସ୍ଥାନରେ ୧୭ କୋଟି ଟଙ୍କାର ଏକ ମହଲ ବୁକ୍ କରିଥିଲେ। ଆଉ ନଭେମ୍ୱରରେ ଉଦୟପୁରକୁ ଅତିଥିଙ୍କ ଯିବା ଲାଗି ଦୁଇଟି ବିମାନର ବି ବ୍ୟବସ୍ଥା କରିଥିଲେ। ଫେବୃଆରୀରେ ହୋଇଥିଲା ଉଭୟଙ୍କ ନିର୍ବନ୍ଧ। ତେବେ ବିବାହକୁ ଆଉ ବର୍ଷେ ଘୁଞ୍ଚାଇବାକୁ ଚାହୁଁଥିଲେ ସିୟା। କେତନଙ୍କୁ ଲୋହାଗଡ଼ ଦୁର୍ଗକୁ ବାରମ୍ୱାର ଯିବାକୁ ଜିଦ୍ କରୁଥିଲେ ସିୟା।

ପୁଣେର ରିଅଲ ଇଷ୍ଟେଟ ଫାର୍ମ ସକ୍ସେସ ଗ୍ରୁପର ନିର୍ଦେଶକ ଥିଲେ। ଆଉ କିଛି ମାସ ପରେ ବିବାହ ବନ୍ଧନରେ ବାନ୍ଧିହୋଇଥାଆନ୍ତେ। ହେଲେ କିଏ ବା ଜାଣିଥିଲା। ଯାହାକୁ ଜୀବନସାଥୀ କରିବାକୁ ଭାବିଥିଲେ, ସେ ହିଁ ତାଙ୍କ ଜୀବନ ନେଇଗଲେ। ବହୁଚର୍ଚ୍ଚିତ କେତନ ଅଗ୍ରଓ୍ୱାଲ ହତ୍ୟାକାଣ୍ଡକୁ ସାକାର କରିବାକୁ ତାଙ୍କ ବାନ୍ଧବୀ ସିୟା ଓ ସିୟାର ପ୍ରେମିକ ଚେତନ ଚୌଧୁରୀ ମିଶି ପୁରା ଷଡ଼ଯନ୍ତ୍ର କରିଥିଲେ। ଟ୍ରେକିଂ ବେଳେ ପଡ଼ିଯାଇ ମୃତ୍ୟୁବରଣ କରିଥିବା ଘଟଣା ଯେ ସାଙ୍ଘାତିକ ହତ୍ୟାକାଣ୍ଡ ଥିଲା, ସେ ଖୁଲାସା ପରେ ସବୁଠି ହଇଚଇ। ଜୁନ୍ ୧୮। ସିୟା ଗୋଏଲଙ୍କ ସହ ପୁଣେ ପାଖ ଲୋହାଗଡ଼ ଦୁର୍ଗରେ ଟ୍ରେକିଂ ପାଇଁ ବାହାରିଥିଲେ କେତନ। ଆଉ ସିୟା ଓ ତାଙ୍କ ପ୍ରେମିକ ଚେତନ ତାଙ୍କୁ ୪ଶହ ଫୁଟ ତଳେ ଖାଇକୁ ଠେଲିଦେଇଥିଲେ। ଜୁନ୍ ୨୦ରେ ଥିଲା ସିୟାଙ୍କ ଜନ୍ମଦିନ। ସିୟା ଓ କେତନଙ୍କ ନିର୍ବନ୍ଧ ସରିଥିଲା। ଚଳିତ ବର୍ଷ ଶେଷ ଆଡ଼କୁ ବିବାହ ବନ୍ଧନରେ ବାନ୍ଧି ହୋଇଥାଆନ୍ତେ। ପରିବାର ଲୋକେ ବି ରାଜସ୍ଥାନରେ ୧୭ କୋଟି ଟଙ୍କାର ଏକ ମହଲ ବୁକ୍ କରିଥିଲେ। ଆଉ ନଭେମ୍ୱରରେ ଉଦୟପୁରକୁ ଅତିଥିଙ୍କ ଯିବା ଲାଗି ଦୁଇଟି ବିମାନର ବି ବ୍ୟବସ୍ଥା କରିଥିଲେ। ଫେବୃଆରୀରେ ହୋଇଥିଲା ଉଭୟଙ୍କ ନିର୍ବନ୍ଧ। ତେବେ ବିବାହକୁ ଆଉ ବର୍ଷେ ଘୁଞ୍ଚାଇବାକୁ ଚାହୁଁଥିଲେ ସିୟା। କେତନଙ୍କୁ ଲୋହାଗଡ଼ ଦୁର୍ଗକୁ ବାରମ୍ୱାର ଯିବାକୁ ଜିଦ୍ କରୁଥିଲେ ସିୟା। ମେ ୩୧ରେ ଥରେ ଯାଇଥିଲେ। ଏହା ପରେ ଜୁନ୍ ୪ରେ ବାହାରିଥିଲେ, କିନ୍ତୁ କେତନଙ୍କ ମାଆ ମନାକରିଥିଲେ। ଜୁନ୍ ୧୪ରେ ବି ଠେଲିକୁ ହତ୍ୟା ଉଦ୍ୟମ କରିଥିଲେ ସିୟା। ହେଲେ କେତନ ବର୍ତ୍ତିଗଲେ। ପଚାରିବାରୁ ସାପକୁ ଦେଖି ସେ କେତନଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ଆଉ ଶେଷରେ ଫାଇନାଲ ମର୍ଡର ପ୍ଲାନ ଜୁନ୍ ୧୮ରେ ହେଲା। ପୁଲିସକୁ ବିଭ୍ରାନ୍ତ କରିବାକୁ ସିୟା କହିଥିଲେ, ଫଟୋ ଉଠାଇବା ବେଳେ କେତନଙ୍କ ଗୋଡ଼ ଖସିଯାଇଥିଲା। କିନ୍ତୁ ତଦନ୍ତରେ ଅସଲ କଥା ଧରାପଡ଼ିଗଲା। କାରଣ କେତନ ଥିଲେ ଅନୁଭବୀ ଟ୍ରେକର। ସେ ଲୋହାଗଡ଼ ଦୁର୍ଗକୁ ଅନେକ ଥର ଯାଇଥିଲେ। ଆଉ ପୁରା ରୁଟ୍ ସହ ପରିଚିତ ଥିଲେ। ତଦନ୍ତରେ ଚମକାଇଲା ଭଳି କଥା ପଦାକୁ ଆସିଛି। ଗଲା ୬ ମାସ ଭିତରେ ପ୍ରେମିକ ଚେତନ ସହ ୨୩୮ ଘଣ୍ଟା କଥା ହୋଇଥିଲେ ସିୟା। ପ୍ରାୟ ୨ହଜାରରୁ ଅଧିକ ଥର କଲ୍ କରିଥିଲେ। ନିର୍ବନ୍ଧ ପୂର୍ବରୁ କେତନଙ୍କୁ ମାରିବାକୁ ଉଭୟ କରିଥିଲେ ଷଡ଼ଯନ୍ତ୍ର। ହେଲେ ଫେଲ୍ ମାରିଥିଲା। ବିବାହ ପାଇଁ ପ୍ରସ୍ତୁତି ଚାଲିଥିଲା ବେଳେ ଚେତନ ସହ ନିରନ୍ତର ସମ୍ପର୍କରେ ଥିଲେ ସିୟା। ବିବାହକୁ ଏଡ଼ାଇବାକୁ ଯେତେ ଫନ୍ଦି କରିଥିଲେ ବି କାଳେ କାଟୁ କରିବନି। ସେୟା ଭାବି ସିୟା କେତନଙ୍କୁ ମାରିବାକୁ ଏଭଳି ଚକ୍ରାନ୍ତ କଲେ। କାରଣ ବିବାହ ପାଇଁ ମନା କରି ପରିବାରକୁ ଅସୁଖୀ କରିବାକୁ ଚାହୁଁନଥିଲା ସିୟା। ଏକ ସିସିଟିଭି ଫୁଟେଜ ଏ ରହସ୍ୟ ଓଗାଳିବାରେ ବେଶ୍ ସାହାଯ୍ୟ କଲା ପୁଲିସକୁ। ଜୁନ୍ ମାସରେ ପ୍ରବଳ ଖରାରେ ଦୁର୍ଗର ଟିକଟ କାଉଣ୍ଟରରେ ଜ୍ୟାକେଟ ପିନ୍ଧି ମୁହଁ ଘୋଡାଇଥିବା ବ୍ୟକ୍ତିକୁ ପୁଲିସ ସନ୍ଦେହର ସ୍କାନରକୁ ନେଇଥିଲା। ଆଉ ସେ ଚେତନ ଥିଲା ବୋଲି ପୁଲିସ ଚିହ୍ନଟ କରିଥିଲା। ସବୁଠୁ ବଡ଼ କଥା ହେଲା, ମର୍ଡର ଦିନ କାଳେ ତାହାର ଲୋକେସନ ଜଣାପଡ଼ିବ। ସେଥିଲାଗି ଚତୁରତାର ସହ ନିଜ ଫୋନ୍ ଅଫିସରେ ଛାଡ଼ିଦେଇଥିଲା। ଏହା ସହ ନିଜ ନେଟ୍ ବି ଅଫ୍ କରିଦେଇଥିଲା ଚେତନ। ତା ଫୋନର ନେଟ୍ ସକାଳ ୭ରୁ ସଂଧ୍ୟା ୫ଟା୪୦ ଯାଏ ଅଫ୍ ଥିଲା। ଆଉ ଜଣେ ସହକର୍ମୀଙ୍କ ଫୋନ ସାଙ୍ଗରେ ନେଇଥିଲା। ସେଦିନ ଚେତନ ଫୋନକୁ ଯେତେ କଲ୍ ଆସିଥିଲା, ତାକୁ ଅଫିସ କର୍ମଚାରୀ ଉଠାଇଥିଲେ। ଏ ସବୁ ଦିଗ ପୁଲିସର ସନ୍ଦେହକୁ ବଳବତ୍ତର କରିଥିଲା। ମର୍ଡର ଦିନ କେତନ ଓ ସିୟା ଏକାଠି ବୁଲୁଥିଲା ବେଳେ ଚେତନ ସେମାନଙ୍କ ପିଛା କରିଥିଲା। ସର୍ଟସ ଓ ହୁଡି ପିନ୍ଧିଥିଲା। ନିଜ ମୁହଁକୁ ଏମିତି ଘୋଡ଼େଇଥିଲା ଯେ, ଦେଖି ହେଉନଥିଲା। ଆଉ ଏକ ଫୁଟେଜରୁ ଜଣାପଡ଼ିଛି, ସିୟା ଅଚାନକ ପଛକୁ ଚାହିଁବାରୁ ଚେତନ ତଳେ ବସିପଡ଼ିଲା। ଘଟଣା ଦିନ ପାଣିପାଗର ସ୍ଥିତି ପରଖିଥିଲା ପୁଲିସ। ଜୁନ୍ ୧୮ରେ ତାପମାତ୍ରା ୩୩ ଡିଗ୍ରୀ ଥିଲା। ତାହେଲେ ଏଭଳି ଗରମରେ ଜଣେ ଏମିତି ପୋଷାକ କାହିଁକି ପିନ୍ଧିଲା।
ଜୁନ୍ ୧୯ରେ କେତନଙ୍କ ଶବକୁ ଖାଇ ତଳୁ ବହୁ କଷ୍ଟରେ ଉଦ୍ଧାର କରିଥିଲା ପୁଲିସ। ସିସିଟିଭି ଫୁଟେଜ, କଲ୍ ଡିଟେଲ୍ସ ଓ ଟେକ୍ନିକାଲ ଏଭିଡେନ୍ସ ଶେଷରେ ଦୁଇ ହତ୍ୟାକାରୀଙ୍କ ଅସଲ ମୁଖା ଖୋଲିଦେଲା। ୭ ଦିନିଆ ରିମାଣ୍ଡରେ ଯାଇଛନ୍ତି ଦୁଇ ଅଭିଯୁକ୍ତ।
