କୁମ୍ଭମେଳାର ଭାଇରାଲ ଗାର୍ଲ ମୋନାଲିସାକୁ ସୁରକ୍ଷା ଦିଅ- କେରଳ ହାଇକୋର୍ଟ
ନିଜ ରାଜ୍ୟ ମଧ୍ୟପ୍ରଦେଶରେ ତାଙ୍କ ଜୀବନ ପ୍ରତି ବିପଦ ଅଛି। ଯଦି ସେ ଘରକୁ ଫେରିବେ, ତାହେଲେ ସମ୍ମାନ ନାଁରେ ତାଙ୍କୁ ହତ୍ୟା କରାଯାଇପାରେ। ସେ ସାବାଳିକା ଓ ନିଜ ଭବିଷ୍ୟତ ସହ ଜଡ଼ିତ କୌଣସି ନିଷ୍ପତ୍ତି ନେଇପାରିବେ। ହେଲେ ମଧ୍ୟପ୍ରଦେଶ ସରକାର ତାଙ୍କ ପିଟିସନକୁ ବିରୋଧ କରି କହିଥିଲେ, ମୋନାଲିସା ଏବେ ବି ନାବାଳିକା।

କୁମ୍ଭମେଳାରେ ଭାଇରାଲ ହୋଇଥିବା ଷ୍ଟାରଙ୍କୁ ସୁରକ୍ଷା ଦିଅ। ପୁଲିସକୁ ଏଭଳି ନିର୍ଦେଶ ଦେଇଛନ୍ତି କେରଳ ହାଇକୋର୍ଟ। କୁମ୍ଭମେଳାରେ ଭାଇରାଲ ହୋଇଥିବା ମୋନାଲିସାଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ନିର୍ଦେଶ ଦେଲେ କେରଳ ହାଇକୋର୍ଟ। ମୋନାଲିସା ଅଦାଲତକୁ କହିଥିଲେ ଯେ, ନିଜ ରାଜ୍ୟ ମଧ୍ୟପ୍ରଦେଶରେ ତାଙ୍କ ଜୀବନ ପ୍ରତି ବିପଦ ଅଛି। ଯଦି ସେ ଘରକୁ ଫେରିବେ, ତାହେଲେ ସମ୍ମାନ ନାଁରେ ତାଙ୍କୁ ହତ୍ୟା କରାଯାଇପାରେ। ସେ ସାବାଳିକା ଓ ନିଜ ଭବିଷ୍ୟତ ସହ ଜଡ଼ିତ କୌଣସି ନିଷ୍ପତ୍ତି ନେଇପାରିବେ। ହେଲେ ମଧ୍ୟପ୍ରଦେଶ ସରକାର ତାଙ୍କ ପିଟିସନକୁ ବିରୋଧ କରି କହିଥିଲେ, ମୋନାଲିସା ଏବେ ବି ନାବାଳିକା। କୁମ୍ଭମେଳାରେ ଭାଇରାଲ ହୋଇଥିବା ମୋନାଲିସା ମାର୍ଚ୍ଚ ୧୧ରେ ଥିରୁବନନ୍ତପୁରମର ଅରୁମାନୁରରେ ଶ୍ରୀନୈନାର ଦେବୀ ମନ୍ଦିରରେ ବିବାହ କରିଥିଲେ। ଏହା ପରେ ମୋନାଲିସାଙ୍କ ବୟସକୁ ନେଇ ବିବାଦ ଉପୁଜିଥିଲା। ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗ ତଦନ୍ତରେ ପାଇଥିଲେ ଯେ, ବିବାହ ସମୟରେ ମୋନାଲିସାଙ୍କ ବୟସ ମାତ୍ର ୧୬ ବର୍ଷ ଥିଲା। ମହେଶ୍ୱର ସରକାରୀ ହସ୍ପିଟାଲ ଦ୍ୱାରା ଜାରି ଜନ୍ମ ପ୍ରମାଣପତ୍ର ଆଧାରରେ ଆୟୋଗ କହିଥିଲେ ଯେ, ମୋନାଲିସା ଡିସେମ୍ୱର ୩୦, ୨୦୦୯ ସଂଧ୍ୟା ୫ଟା୫୦ରେ ଜନ୍ମ ହୋଇଥିଲେ। ହେଲେ ଥିରୁବନନ୍ତପୁରମ ପୁଲିସ ଆଗରେ ମୋନାଲିସାଙ୍କ ଦ୍ୱାରା ଦସ୍ତାବିଜରେ ଜନ୍ମତିଥି ଜାନୁଆରୀ ୧, ୨୦୦୮ ଦର୍ଶାଯାଇଥିଲା। ଆଉ ଏଥିରୁ ମୋନାଲିସା ସାବାଳିକା ଥିଲେ। ଆୟୋଗ ଆରୋପ ଲଦିଥିଲେ ଯେ, ମୋନାଲିସାଙ୍କ ଦ୍ୱାରା ପ୍ରଦତ୍ତ ପ୍ରମାଣପତ୍ର ଜାଲି ଥିଲା। ବିବାହ ଓ ବୟସର ବୈଧତା ବିବାଦକୁ ନେଇ କେରଳ ଓ ମଧ୍ୟପ୍ରଦେଶ ଅଧିକାରୀଙ୍କ ଭିତରେ ଆଇନଗତ ଲଢ଼େଇ ଚାଲିଥିଲା। ଆଉ ଆଜି ମୋନାଲିସାଙ୍କୁ ସୁରକ୍ଷା ଦେବାକୁ କେରଳ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଯେବେକି ବୟସ, ବିବାହ ଓ ଧମକ ଆରୋପ ସହ ଜଡ଼ିତ ଆଇନଗତ ମୁଦ୍ଦାର ତଦନ୍ତ ଜାରି ରହିଛି।
