ବିବାଦରେ ଲଣ୍ଡନରେ ବିଚାରପତିଙ୍କ ଲିଜରଟ୍ରିପ୍
ଏଭଳି ଛଦ୍ମବେଶୀ ରିପୋର୍ଟ ହିଁ ଅସୁବିଧା କରୁଛି। କୋର୍ଟ କହିଥିଲେ, ଆଇଟି ମନ୍ତ୍ରାଳୟ ଅନ୍ତତଃ ଏ ବିଷୟରେ ସମସ୍ତ ୟୁଜର୍ସଙ୍କୁ ଜରୁରୀ ସୂଚନା ଦେବା କଥା।

ଲଣ୍ଡନରେ ଆୟୋଜିତ ଦ୍ୱିତୀୟ ଆନ୍ତର୍ଜାତୀୟ ବାର୍ ଆଣ୍ଡ ବେଞ୍ଚ ବ୍ୟାଡମିଣ୍ଟନ ଚ୍ୟାମ୍ପିୟନସିପ୍-୨୦୨୬ କୁ ନେଇ ଦେଶରେ ବିବାଦ ଦେଖାଦେଇଛି। ଏହି ପ୍ରତିଯୋଗିତାରେ ଭାରତର କେତେକ ବିଚାରପତି ଓ ଆଇନଜୀବୀ ଯୋଗଦେଇଥିବା ଖବର ପ୍ରକାଶ ପାଇବା ପରେ ନ୍ୟାୟପାଳିକାର ଆଚରଣ ଏବଂ ସରକାରୀ ଖର୍ଚ୍ଚ ବ୍ୟବହାରକୁ ନେଇ ପ୍ରଶ୍ନ ଉଠିଛି। ଏହି ଘଟଣାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଶୁଣାଣୀ ହୋଇଛି। ସୋସିଆଲ ମିଡିଆରେ କେତେକ ପୋଷ୍ଟରେ ଦାବି କରାଯାଇଥିଲା ଯେ ଭାରତର ମୁଖ୍ୟ ନ୍ୟାୟାଧୀଶ ଏବଂ ପ୍ରାୟ ୭୫ ଜଣ ବିଚାରପତି ଏହି ପ୍ରତିଯୋଗିତା ପାଇଁ ଲଣ୍ଡନ ଯାଇଥିଲେ। କିନ୍ତୁ ପରେ କେନ୍ଦ୍ର ସରକାର ଓ PIB ଫ୍ୟାକ୍ଟ ଚେକ୍ ଏହି ଦାବିକୁ ଭ୍ରାନ୍ତିକର ବୋଲି କହିଥିଲେ। ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ସହ କେତେକ ସମାଲୋଚକ ଏପରି କାର୍ଯ୍ୟକ୍ରମରେ ବିଚାରପତିମାନଙ୍କ ଅଂଶଗ୍ରହଣ ନ୍ୟାୟିକ ଆଚରଣବିଧି ସହ ସମନ୍ୱୟ ରଖୁଛି କି ନାହିଁ ବୋଲି ପ୍ରଶ୍ନ ଉଠାଇଥିଲେ। ଅନ୍ୟପଟେ ଆୟୋଜକମାନେ ଏହାକୁ ଭାରତ ଓ ବ୍ରିଟେନର ଆଇନ ବୃତ୍ତିଜୀବୀମାନଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବା ଲକ୍ଷ୍ୟରେ ଆୟୋଜିତ ଏକ କ୍ରୀଡ଼ା କାର୍ଯ୍ୟକ୍ରମ ବୋଲି କହିଥିଲେ। ଲଣ୍ଡନରେ ୭ ଜୁନ୍ ୨୦୨୬ରେ ଆୟୋଜିତ International Bar and Bench Badminton Championship କୁ ନେଇ ସୋସିଆଲ ମିଡିଆରେ ଦାବି ହୋଇଥିଲା ଯେ ସିଜେଆଇ ସୂର୍ଯ୍ୟକାନ୍ତ ଓ ୭୫ ଜଣ ଭାରତୀୟ ବିଚାରପତି ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଲଣ୍ଡନ ଯାଇଥିଲେ। ରିପୋର୍ଟ ଅନୁଯାୟୀ, ସିଜେଆଇ ସୂର୍ଯ୍ୟକାନ୍ତ ଲଣ୍ଡନରେ ଥିଲେ ମଧ୍ୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରୁ ନିଜକୁ ଦୂରେଇ ରଖିଥିଲେ। ତାଙ୍କର ମୁଖ୍ୟ କାର୍ଯ୍ୟକ୍ରମ ଥିଲା Indian Council of Arbitration ଆୟୋଜିତ ଏକ ସମ୍ମିଳନୀରେ ଯୋଗଦେବା। ବିବାଦ ଆରମ୍ଭ ହେବା ପରେ ତାଙ୍କ ଲଣ୍ଡନ ଗସ୍ତ ଓ ବିଚାରପତିମାନଙ୍କ ବିଦେଶ ଯାତ୍ରାର ନୈତିକତାକୁ ନେଇ ପ୍ରଶ୍ନ ଉଠିଥିଲା। ତେବେ ସିଜେଆଇଙ୍କ ଲଣ୍ଡନ ଗସ୍ତକୁ ନେଇ ଚାଲିଥିବା ଫେକ୍ ପୋଷ୍ଟ ସନ୍ଦର୍ଭରେ କେନ୍ଦ୍ର ସରକାର ଏକ ଅନ୍ତରୀଣ ନିର୍ଦେଶାନାମା ଜାରି କରିବା କଥା ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ। ଆବେଦନକାରୀ କହିଥିଲେ, ବିଦେଶ ଗସ୍ତ ବେଳେ କିଛି ଗାଇଡଲାଇନ ଜରୁରୀ। ସଲିସିଟର ଜେନେରାଲ କହିଥିଲେ, ସବୁଠି ଏଭଳି ଧାରଣା ହୋଇଯାଇଛି ଯେ, ୭୫ ବିଚାରପତିଙ୍କୁ ନେଇ ସରକାର ବୋଧହୁଏ ଲିଜର ଟ୍ରିପରେ ଲଣ୍ଡନ ଯାଇଥିଲେ। ଆଶ୍ଚର୍ଯ୍ୟର କଥା, ଆଇନମନ୍ତ୍ରୀ କିରଣ ରିଜ୍ଜୁ ଏବେ ନିଜ କାର୍ଯ୍ୟକାଳ ଭିତରେ କେବେ ବି ଲଣ୍ଡନ ଯାଇନାହାନ୍ତି। ହେଲେ ସାଧାରଣ ଲୋକଟିଏ ପ୍ରିଣ୍ଟ ଶବ୍ଦକୁ ସବୁଠୁ ଅଧିକ ବିଶ୍ୱାସ କରିବ। ଏଭଳି ଛଦ୍ମବେଶୀ ରିପୋର୍ଟ ହିଁ ଅସୁବିଧା କରୁଛି। କୋର୍ଟ କହିଥିଲେ, ଆଇଟି ମନ୍ତ୍ରାଳୟ ଅନ୍ତତଃ ଏ ବିଷୟରେ ସମସ୍ତ ୟୁଜର୍ସଙ୍କୁ ଜରୁରୀ ସୂଚନା ଦେବା କଥା।
