ଶିବକୁମାରଙ୍କ ବିରୁଦ୍ଧରେ ପିଟିସନ- ଆବେଦନକାରୀଙ୍କୁ ଅଦାଲତଙ୍କ ଦଣ୍ଡ
ଡିକେ ଶିବକୁମାରଙ୍କ କ୍ୟାବିନେଟ ବିରୁଦ୍ଧରେ ପଡ଼ିଥିବା ପିଟିସନକୁ ପବ୍ଲିସିଟି ଷ୍ଟଣ୍ଟ୍ ବୋଲି କହିଲେ କର୍ଣ୍ଣାଟକ ହାଇକୋର୍ଟ
P
By Pradeep Kumar NayakPublished: Jun 16, 2026, 01:07 PM •1 min read •1 Views

ପବ୍ଲିସିଟି ଷ୍ଟଣ୍ଟ। ଡିକେ ଶିବକୁମାରଙ୍କ କ୍ୟାବିନେଟ ବିରୁଦ୍ଧରେ ପଡ଼ିଥିବା ପିଟିସନକୁ ପବ୍ଲିସିଟି ଷ୍ଟଣ୍ଟ୍ ବୋଲି କହିଲେ କର୍ଣ୍ଣାଟକ ହାଇକୋର୍ଟ। ଆବେଦନକାରୀଙ୍କ ଉପରେ ଅଦାଲତ ଲଗାଇଲେ ୫୦ହଜାର ଟଙ୍କାର ତଣ୍ଡ। ଶିବକୁମାରଙ୍କ ନୂଆ ମନ୍ତ୍ରିମଣ୍ଡଳକୁ ରଦ୍ଦ କରିବାକୁ ପଡ଼ିଥିଲା ପିଟିସନ। ସମ୍ୱିଧାନର ଧାରା 164(1A)ର ଉଲ୍ଲଂଘନର ଆରୋପ ଲାଗିଥିଲା। ମୁଖ୍ୟମନ୍ତ୍ରୀଙ୍କ ସମେତ ନୂଆ ମନ୍ତ୍ରିମଣ୍ଡଳରେ ସଂଖ୍ୟା ୧୨ରୁ କମ ହେବନି। ଅଦାଲତ କହିଲେ, ଏ ପିଟିସନ କେବଳ ପବ୍ଲିସିଟି ଷ୍ଟଣ୍ଟ ପାଇଁ ଥିଲା। ଆଉ ନ୍ୟାୟାଳୟର ସମୟକୁ ଅଯଥା ନଷ୍ଟ କରାଗଲା। କର୍ଣ୍ଣାଟକ ଲିଗାଲ ସେଲ୍ ଅଥୋରିଟିରେ ୨ ସପ୍ତାହ ଭିତରେ ୫୦ହଜାର ଟଙ୍କା ଜମା କରିବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ।
P
Pradeep Kumar NayakSR JOURNALIST
Comments0
Leave a Reply
Loading comments...
