Kejriwal Sheeshmahal:କେଜ୍ରିଓ୍ୱାଲଙ୍କ ଶିଶମହଲରେ ୧୩ଲକ୍ଷ ଟଙ୍କାର ଟେବୁଲ, ୧୧ଲକ୍ଷ ଟଙ୍କାର ଝୁମର
କେମିତି ନିଜକୁ ଆମ୍ ଆଦମୀ କହୁଥିବା ଅରବିନ୍ଦ କେଜରିଓ୍ୱାଲ ଅୟସ କରୁଥିଲେ, ତାକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି। ଦାବି କରାଯାଉଛି ଯେ, ବଙ୍ଗଳାର ମୂଲ୍ୟ ୫୮କୋଟି ୮୩ଲକ୍ଷ ୬୬ହଜାର୩୧୪ ଟଙ୍କା। ବଙ୍ଗଳାର ଅଲଗା ଅଲଗା ଭାଗରେ ଇଣ୍ଟେରିୟର ଡିଜାଇନରେ ବ୍ୟବହୃତ ସାମଗ୍ରୀର ଦର ବି ଆକାଶଛୁଆଁ। ଟେବୁଲ-ଚୌକିର ଦର ୩୦ ଲକ୍ଷ, ପରଦାର ଦର ୫ଲକ୍ଷ ଓ ଝୁମରର ଦର ୧୧ଲକ୍ଷ ଟଙ୍କା

୫ଲକ୍ଷ ଟଙ୍କାର ପରଦା। ୧୧ଲକ୍ଷ ଟଙ୍କାର ଝୁମର। କେଜ୍ରିଓ୍ୱାଲଙ୍କ ଶିଶମହଲକୁ କ୍ୟାମେରା ପଶିବା ମାତ୍ରେ ସମସ୍ତଙ୍କ ଆଖି ତରାଟି ହୋଇଗଲା। ଦିଲ୍ଲୀ ସରକାର ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ଶିଶମହଲକୁ ଆଜି ପ୍ରଦର୍ଶନୀ ଲାଗି ଖୋଲି ଦେଇଛନ୍ତି। ଆଜି ମିଡିଆ ଲାଗି ଖୋଲିଛନ୍ତି। ଆଉ ଖୁବ ଶୀଘ୍ର ସର୍ବସାଧାରଣଙ୍କ ଲାଗି ଖୋଲିବେ। ଅରବିନ୍ଦ କେଜରିଓ୍ୱାଲ ୨୦୧୫ରୁ ୨୦୨୪ ଯାଏ ଏହି ବଙ୍ଗଳାରେ ରହୁଥିଲେ। ଯାହାକୁ ବିଜେପି ଶିଶମହଲ ବୋଲି କଟାକ୍ଷ କରୁଥିଲା। ବଙ୍ଗଳା ଭିତରେ ଖଟ, ସୋଫା, ଟେବୁଲ ଆଦି ସମସ୍ତ ସାମଗ୍ରୀର ପ୍ରାଇଜ୍ ଟ୍ୟାଗ୍ ସହ ପ୍ରଦର୍ଶନୀ କରିଛନ୍ତି ଦିଲ୍ଲୀ ସରକାର। ଦିଲ୍ଲୀର ରେଖା ଗୁପ୍ତା ସରକାର ୬, ଫ୍ଲାଗଷ୍ଟାଫ ରୋଡ ସ୍ଥିତ ସରକାରୀ ବଙ୍ଗଳାରେ କେମିତି ନିଜକୁ ଆମ୍ ଆଦମୀ କହୁଥିବା ଅରବିନ୍ଦ କେଜରିଓ୍ୱାଲ ଅୟସ କରୁଥିଲେ, ତାକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି। ଦାବି କରାଯାଉଛି ଯେ, ବଙ୍ଗଳାର ମୂଲ୍ୟ ୫୮କୋଟି ୮୩ଲକ୍ଷ ୬୬ହଜାର୩୧୪ ଟଙ୍କା। ବଙ୍ଗଳାର ଅଲଗା ଅଲଗା ଭାଗରେ ଇଣ୍ଟେରିୟର ଡିଜାଇନରେ ବ୍ୟବହୃତ ସାମଗ୍ରୀର ଦର ବି ଆକାଶଛୁଆଁ। ଟେବୁଲ-ଚୌକିର ଦର ୩୦ ଲକ୍ଷ, ପରଦାର ଦର ୫ଲକ୍ଷ ଓ ଝୁମରର ଦର ୧୧ଲକ୍ଷ ଟଙ୍କା କହିଛନ୍ତି ଦିଲ୍ଲୀ ପିଡବ୍ଲୁଡି ମନ୍ତ୍ରୀ ପରବେଶ ବର୍ମା। ଶିଶମହଲରେ ଲାଗିଥିବା ସ୍ଲାଇଡିଂ କବାଟର ଦାମ ୪୧.୧୬ଲକ୍ଷ ଟଙ୍କା କୁହାଯାଉଛି। କିଚେନ ସାମଗ୍ରୀ ଉପରୁ ତଳକୁ ନେବା ସକାଶେ ଲାଗିଥିବା ଡମ୍ୱଓ୍ୱେଟର ଲିଫ୍ଟର ଦର ୭ଲକ୍ଷ ଟଙ୍କା। ମନ୍ତ୍ରୀ କହିଛନ୍ତି, ଏହି ବଙ୍ଗଳାରେ ଭ୍ରଷ୍ଟାଚାରର ସବୁଠୁ ବଡ଼ ଉଦାହରଣ ଦେଖିବେ ଲୋକେ। କୋଭିଡ ସମୟରେ ଲୋକେ ଜୀବନ ମରଣ ସହ ଜୁଝୁଥିବା ବେଳେ ଅୟସରେ ମାତିଥିଲେ ଅରବିନ୍ଦ। ଡ୍ରଇଂ ରୁମର ଦାମ୍ ୪୧ଲକ୍ଷ, ୫ଲକ୍ଷ ଟଙ୍କାର ଟଏଲଟ, ସାଢ଼େ ୭ଲକ୍ଷ ଟଙ୍କାର ଲବି ହୋଇଛି। ଦିଲ୍ଲୀରେ ୨୦୨୫ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମି ଦଳର ରାଷ୍ଟ୍ରୀୟ ସଂଯୋଜକ କେଜ୍ରିଓ୍ୱାଲଙ୍କ ଲାଗି ନିର୍ମିତ ଏହି ବଙ୍ଗଳାର ସାଜସଜ୍ଜାରେ ଅତ୍ୟଧିକ ଖର୍ଚ୍ଚର ଆରୋପ ଲଦି ଆରୋପ ଲଦିଥିଲା ବିଜେପି। ଆମ ଆଦମି ବା ସାଧାରଣ ଲୋକର ଜୀବନଶୈଳୀରୁ ସମ୍ପୂର୍ଣ୍ଣ ବିପରୀତ ଥିଲେ କେଜ୍ରିଓ୍ୱାଲ ବୋଲି କହିଛି ବିଜେପି। ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ। ଆଉ ଶିଶମହଲକୁ ପ୍ରମୁଖ ମୁଦ୍ଦା କରି ଆମ ଆଦମୀ ଦଳର ଅସଲ ଚେହେରାକୁ ଜନତାଙ୍କ ଆଗରେ ଥୋଇବାକୁ ଚେଷ୍ଟା କରିବ ବିଜେପି ବୋଲି କୁହାଯାଉଛି। କେମିତି ଲୋକଙ୍କ ଟିକସ ଟଙ୍କାରେ ଅୟସ କରୁଥିଲେ କେଜରିଓ୍ୱାଲ, ତାକୁ ଦେଖାଇବାକୁ ଚେଷ୍ଟା କଲେ ଦିଲ୍ଲୀ ସରକାର। ଏହି ସିସ୍ ମହଲରେ ଖର୍ଚ୍ଚ ହୋଇଛି ୫୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା। ୧୭ ଲକ୍ଷ ଟଙ୍କାର ଚୌକି, ୧୩ଲକ୍ଷ ଟଙ୍କାର ଟେବୁଲ, ୧୧ଲକ୍ଷ ଟଙ୍କାର ଝୁମର, ୩ଲକ୍ଷ ଟଙ୍କାର ଦକ୍ଷିଣ କୋରିଆର ସ୍କ୍ରିନ ଫ୍ରିଜ୍, ଇଟାଲିରୁ ଆସିଛି ୫ ଲକ୍ଷ ଟଙ୍କାର ଚିମନି। ଜର୍ମାନୀରୁ ୩ଲକ୍ଷ ଟଙ୍କାର କଫି ମେସିନ। ବେଲଜିୟମରୁ ଆସିଥିବା କପ୍ ପ୍ଲେଟର ଦାମ ୩୧ଲକ୍ଷ। କୋଭିଡ ସମୟରେ ଏ ସବୁ ସାମଗ୍ରୀ ମଗାଯାଇଥିଲା।
