Kannauj Double Murder:ଦମ୍ପତ୍ତିକୁ ହତ୍ୟା- ଶବକୁ ଦୁଷ୍କର୍ମ!
ଶିଖାଙ୍କୁ ହତ୍ୟା କରିବା ପରେ ସେ ଶିଖାଙ୍କ ଶବ ସହ ଦୁଷ୍କର୍ମ କରିଥିଲା। ଏହା ପରେ ପର୍ସରେ ରଖାଯାଇଥିବା ୫ହଜାର ଟଙ୍କା ଓ ସଞ୍ଜୀବଙ୍କ ଏଟିଏମ ଧରି ଫେରାର୍ ହୋଇଯାଇଥିଲା। ସିସିଟିଭି ଫୁଟେଜ ଓ ଅନ୍ୟାନ୍ୟ ସାକ୍ଷ୍ୟ ଆଧାରରେ ତାକୁ ଚିହ୍ନଟ କରିଥିଲା ପୁଲିସ। ଆଉ କସାରି ଜଙ୍ଗଲରେ ଥିବା ଜାଣି ଘେରାବନ୍ଦୀ କରି ତାକୁ ଧରିଥିଲା।

ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା। ପୁଣି ଶବକୁ ଦୁଷ୍କର୍ମ। କନୌଜରେ ଡବଲ ମର୍ଡର ମାମଲାରେ ସାଙ୍ଘାତିକ ଖୁଲାସା। ଅଭିଯୁକ୍ତ ଯୋଗେଶ ରାଜପୁତକୁ ଏନକାଉଣ୍ଟର ପରେ ଗିରଫ କଲା ପୁଲିସ। ୟୁପିର କନୌଜ ଜିଲ୍ଲାର ଗୁରସହାୟଗଞ୍ଜ ଥାନା ଏରିଆରେ ନଭେମ୍ୱର ୪ ରାତିରେ ସରକାରୀ କ୍ୱାର୍ଟରରେ ରେଲଓ୍ୱେ ଟିକଟ ବିକ୍ରେତା ୩୫ ବର୍ଷୀୟ ସଞ୍ଜୀବ କଠେରିଆ ଓ ତାଙ୍କ ପତ୍ନୀ ୩୨ ବର୍ଷୀୟା ଶିଖାଙ୍କୁ ନୃଶଂସ ହତ୍ୟା କରାଯାଇଥିଲା। ଏସପି ବିନୋଦ କୁମାରଙ୍କ ଅନୁସାରେ, ଚୋରି ଉଦ୍ଦେଶ୍ୟରେ ଘରେ ପଶିଥିଲା ଯୋଗେଶ ଓରଫ ପଙ୍ଗା। ଆଉ ଧରାପଡ଼ିଯିବା ଭୟରେ ସେ ଉଭୟଙ୍କୁ ମାରିଦେଲା। ଅଭିଯୁକ୍ତ ପଙ୍ଗା କହିଛି , ସେ ଷ୍ଟେସନ ଆଖପାଖରେ ବୁଲୁଥିଲା। ଟିକଟ ବିକ୍ରି ଟଙ୍କା ସଞ୍ଜୀବ ସାଙ୍ଗରେ ନେବା ଦେଖିଦେଇଥିଲା। ଆଉ ପ୍ରଲୋଭନରେ ପଡ଼ି ରାତିରେ ଘରେ ପଶିଥିଲା। ହଠାତ୍ ନିଦରୁ ସଞ୍ଜୀବ ଉଠିଯିବାରୁ ତାଙ୍କୁ ଲାଠିରେ ପିଟି ପିଟି ହତ୍ୟା କରିଦେଲା। ସ୍ୱାମୀଙ୍କୁ ମାରିବା ଦେଖି ଚିଲ୍ଲେଇଥିଲେ ଶିଖା। ଏଥିରେ ରାଗି ଶିଖାଙ୍କ ମୋବାଇଲ ଛଡ଼ାଇନେଇ ବନ୍ଦ କରିଦେଇଥିଲା ପଙ୍ଗା। ଆଉ ତାଙ୍କ ଓଢଣୀରେ ହିଁ ଶିଖାଙ୍କ ଗଳା ଚିପି ହତ୍ୟା କରିଦେଲା। ଏହା ସହ ସେମାନଙ୍କ ୨ ବର୍ଷର କନ୍ୟା ଶିଶୁଙ୍କୁ ବି ଆଘାତ ପହଞ୍ଚାଇଥିଲା। ଶିଖାଙ୍କୁ ହତ୍ୟା କରିବା ପରେ ସେ ଶିଖାଙ୍କ ଶବ ସହ ଦୁଷ୍କର୍ମ କରିଥିଲା। ଏହା ପରେ ପର୍ସରେ ରଖାଯାଇଥିବା ୫ହଜାର ଟଙ୍କା ଓ ସଞ୍ଜୀବଙ୍କ ଏଟିଏମ ଧରି ଫେରାର୍ ହୋଇଯାଇଥିଲା। ସିସିଟିଭି ଫୁଟେଜ ଓ ଅନ୍ୟାନ୍ୟ ସାକ୍ଷ୍ୟ ଆଧାରରେ ତାକୁ ଚିହ୍ନଟ କରିଥିଲା ପୁଲିସ। ଆଉ କସାରି ଜଙ୍ଗଲରେ ଥିବା ଜାଣି ଘେରାବନ୍ଦୀ କରି ତାକୁ ଧରିଥିଲା। ଜଙ୍ଗଲରେ ତାକୁ ଘେରିବାକୁ ଗଲା ବେଳେ ସେ ପୁଲିସ ଟିମ୍ ଉପରକୁ ଫାୟାରିଂ କରିଥିଲା। ଆଉ ପ୍ରତି ଜବାବରେ ପୁଲିସ ତାହାର ଦୁଇ ଗୋଡ଼କୁ ଗୁଳି କରିଥିଲା। ଅଭିଯୁକ୍ତ ନାଁରେ ପୂର୍ବରୁ ବି ତାଲଗ୍ରାମ ଥାନାରେ ଅପରାଧିକ ମକଦ୍ଦମା ରହିଛି।
