ମୋତେ ସଂଘୀ ହେବାକୁ ପସନ୍ଦ- ସୋନାକ୍ଷୀଙ୍କୁ କଙ୍ଗନାଙ୍କ ଟାର୍ଗେଟ
ସେ ସଂଘୀ ହେବାକୁ ପ୍ରାଥମିକତା ଦେବେ। କାରଣ ସେ ବିଜେପି-ଆରଏସଏସର ଆଦର୍ଶ ଓ ବିଚାରାଧାରାକୁ ଅନୁକରଣ କରନ୍ତି। ସେ କାହିଁକି ସେ ପଥ ବାଛିପାରିବେନି ବୋଲି ପଚାରିଛନ୍ତି କଙ୍ଗନା। ସେଥିଲାଗି ସେ ନିଜର ବିଶ୍ୱାସ ପରିବର୍ତ୍ତନ କରି କଟ୍ଟର ହିନ୍ଦୁ ହେଲେ ଅସୁବିଧା କଅଣ। ସୋନାକ୍ଷୀଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀକୁ ନେଇ କଙ୍ଗନା ଗର୍ଜିଥିଲେ। ସେ ସୋନାକ୍ଷୀଙ୍କୁ ଗଟ୍ଟର-କ୍ଲାସ ଓ ପିକପକେଟ୍ ବୋଲି ପରୋକ୍ଷରେ ଟାର୍ଗେଟ କରିଥିଲେ।

ସୋନାକ୍ଷୀ ସିହ୍ନାଙ୍କୁ ଝାଡ଼ିଲେ କଙ୍ଗନା ରାଣାଓ୍ୱତ। ବଲିଉଡରେ ଜଣେ ଅଭିନେତ୍ରୀ ଅଛନ୍ତି, ଯିଏ ରାଜନୀତି କି ଧର୍ମ ବାବଦରେ ଆଗ ନ୍ୟୁଟ୍ରାଲ ଥିଲେ। ହେଲେ ଇସଲାମଙ୍କ ସଂସ୍ପର୍ଶରେ ଆସିବା ପରେ ସେ ହାର୍ଡକୋର୍ ବାମପଂଥୀ ହୋଇଗଲେ। ନାଁ ନନେଇ କହିଛନ୍ତି, ତାହା ସୋନାକ୍ଷୀଙ୍କ ପସନ୍ଦ ହୋଇପାରେ। ସେଥିରେ ତାଙ୍କର କୌଣସି ଅସୁବିଧା ନାହିଁ। ଏଭଳି ଦୋହରା ମାନସିକତା ଓ ବିଚାରକୁ ସେ ପସନ୍ଦ କରନ୍ତିନି ବୋଲି କହିଛନ୍ତି କଙ୍ଗନା। ହେଲେ ସେ ନିଜକୁ ସଂଘୀ କହିବାକୁ ପସନ୍ଦ କରିବେ। କାରଣ କଟ୍ଟର ହିନ୍ଦୁତ୍ୱ ବାବଦରେ କହିବାରୁ ତାଙ୍କୁ ଲୋକେ କେବେଠୁ ସଂଘୀ ହୋଇଗଲ କହି ସମଲୋଚନା କରୁଛନ୍ତି। ତା ସତ୍ତ୍ୱେ ସେ ସଂଘୀ ହେବାକୁ ପ୍ରାଥମିକତା ଦେବେ। କାରଣ ସେ ବିଜେପି-ଆରଏସଏସର ଆଦର୍ଶ ଓ ବିଚାରାଧାରାକୁ ଅନୁକରଣ କରନ୍ତି। ସେ କାହିଁକି ସେ ପଥ ବାଛିପାରିବେନି ବୋଲି ପଚାରିଛନ୍ତି କଙ୍ଗନା। ସେଥିଲାଗି ସେ ନିଜର ବିଶ୍ୱାସ ପରିବର୍ତ୍ତନ କରି କଟ୍ଟର ହିନ୍ଦୁ ହେଲେ ଅସୁବିଧା କଅଣ। ସୋନାକ୍ଷୀଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀକୁ ନେଇ କଙ୍ଗନା ଗର୍ଜିଥିଲେ। ସେ ସୋନାକ୍ଷୀଙ୍କୁ ଗଟ୍ଟର-କ୍ଲାସ ଓ ପିକପକେଟ୍ ବୋଲି ପରୋକ୍ଷରେ ଟାର୍ଗେଟ କରିଥିଲେ। ହାଫ ପ୍ୟାଣ୍ଟ ପିନ୍ଧି, ଓଲଟା ଟୋପି ସହ ରୋଡସାଇଡ ଚୋରଣୀ ବୋଲି କହି କଙ୍ଗନା ଟାର୍ଗେଟ କରିଥିଲେ। ସୋନାକ୍ଷୀ ଏକଦା ବିରାଟ ଓ ଅନୁଷ୍କାଙ୍କ ସହ ଡ୍ୟାନ୍ସ କରୁଥିଲେ। ହେଲେ ଏବେ ବିନା କାରଣରେ ସେ ଉଭୟଙ୍କୁ ଘୃଣା କରୁଛନ୍ତି। ଏଥିଲାଗି ଯେ, ସୋନାକ୍ଷୀଙ୍କ ସ୍ୱାମୀ ହିନ୍ଦୁ ନୁହଁନ୍ତି। ଆଉ ତାଙ୍କ କ୍ୟାରିଅର ଫ୍ଲପ୍ ହୋଇସାରିଛି। ଯଦି ହିନ୍ଦୁ ଅଭିନେତ୍ରୀ ମୁସଲିମଙ୍କୁ ବାହା ହୋଇ ଧର୍ମ ପରିବର୍ତ୍ତନ କରିଦେଲେ। ତାହେଲେ ସେ କଟ୍ଟର ହିନ୍ଦୁ ହେବା ପଛରେ ପ୍ରତିବନ୍ଧକ କାହିଁକି।
