ଇଣ୍ଡିଆନ ଆଇଡଲ ଓ୍ୱିନର- ଓଡ଼ିଆ ଝିଅ ଜ୍ୟୋତିର୍ମୟୀ
ଫାଇନାଲରେ ଅଂଶିକା, ମନରାଜ, ମୈସ୍କମେ, ସୁହେଲ ଓ ତନିସ୍କଙ୍କ ଭଳି ମଝଭୁତ୍ ପ୍ରତିଯୋଗୀଙ୍କୁ ପଛରେ ପକାଇଦେଲେ। ଜ୍ୟୋତିର୍ମୟୀ ନାୟକ ଓଡ଼ିଶା ମ୍ୟୁଜିକ ଇଣ୍ଡଷ୍ଟ୍ରିର ପରିଚିତ ନାଁ ଅଟନ୍ତି। ଇଣ୍ଡିଆନ ଆଇଡଲରେ ଆସିବା ଆଗରୁ ସେ ମ୍ୟୁଜିକ ଥେରାପି ଜରିଆରେ କ୍ୟାନସର ରୋଗୀଙ୍କୁ ସହଯୋଗ କରୁଥିଲେ। ଏହି ଅନ୍ଦାଜ ହିଁ ତାଙ୍କ ସ୍ୱର ସହ ତାଙ୍କ ଭାବନା ଲୋକଙ୍କ ହୃଦୟ ଜିତିନେଲା।

ପ୍ରାୟ ୯ ମାସର ସଂଗ୍ରାମ। ସଙ୍ଗୀତର ମହାପ୍ରତିଯୋଗିତାର ମଞ୍ଚରେ ବାଜି ମାରିନେଲେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ। ଇଣ୍ଡିଆନ ଆଇଡଲ ସିଜିନ ୧୬ରେ ଟ୍ରଫି ନିଜ ନାଁରେ କରିଦେଲେ। ଦମଦାର ପ୍ରଦର୍ଶନ ଓ ଉଚ୍ଚକୋଟିର ଗାୟନ ଶୈଳୀରେ ସେ ବିଚାରପତି ଓ ଦର୍ଶକଙ୍କ ମନ ଜିତିନେଲେ। ଉଚ୍ଚକୋଟିର ଗାୟନ, ତାଳିମାଡ଼ ଓ କୋଟି କୋଟି ଲୋକଙ୍କ ଶ୍ରଦ୍ଧା ଭିତରେ ଶେଷରେ ଇଣ୍ଡିଆନ ଆଇଡଲର ବିଜୟମୁକୁଟ ପିନ୍ଧିଲେ ଜ୍ୟୋତି। ଟ୍ରଫି ସହ ୨୦ ଲକ୍ଷ ଟଙ୍କାର ପ୍ରାଇଜ ମନି ପାଇଛନ୍ତି ଜ୍ୟୋତି। ଗ୍ରାଣ୍ଡଫାଇନାଲରେ ଏମିତି ଜାଦୁ ଚଲାଇଲେ ଯେ, ସମସ୍ତେ ତାଙ୍କର ଦିଓ୍ୱାନା ହୋଇଗଲେ। ସୟାଁ ଓ ସୟାଁ ଗୀତ ଗାଇ ହୃଦୟକୁ ଛୁଇଁପାରିଥିବା ପରଫର୍ମାନ୍ସ ଦେଇଥିଲେ। ପୁରା ମାହୋଲ ତାଳିମାଡ଼ରେ ଗୁଞ୍ଜରି ଉଠିଥିଲା। ଫାଇନାଲରେ ଅଂଶିକା, ମନରାଜ, ମୈସ୍କମେ, ସୁହେଲ ଓ ତନିସ୍କଙ୍କ ଭଳି ମଝଭୁତ୍ ପ୍ରତିଯୋଗୀଙ୍କୁ ପଛରେ ପକାଇଦେଲେ। ଜ୍ୟୋତିର୍ମୟୀ ନାୟକ ଓଡ଼ିଶା ମ୍ୟୁଜିକ ଇଣ୍ଡଷ୍ଟ୍ରିର ପରିଚିତ ନାଁ ଅଟନ୍ତି। ଇଣ୍ଡିଆନ ଆଇଡଲରେ ଆସିବା ଆଗରୁ ସେ ମ୍ୟୁଜିକ ଥେରାପି ଜରିଆରେ କ୍ୟାନସର ରୋଗୀଙ୍କୁ ସହଯୋଗ କରୁଥିଲେ। ଏହି ଅନ୍ଦାଜ ହିଁ ତାଙ୍କ ସ୍ୱର ସହ ତାଙ୍କ ଭାବନା ଲୋକଙ୍କ ହୃଦୟ ଜିତିନେଲା। ପୁରା ସିଜିନରେ ଗୋଟିଏ ପରେ ଗୋଟିଏ ଦମଦାର ପରଫରମାନ୍ସ ଦେଇଥିଲେ ଜ୍ୟୋତି। ଜବ ତକ ହେ ଜାନ୍ ଗାଇଲା ବେଳେ ହେମାମାଳିନୀ ବି ନିଜ ସିଟରୁ ଛିଡ଼ାହୋଇ ତାଳି ମାରିଥିଲେ। ଜାନେ କ୍ୟୋଁ ଲୋଗ ମହବତ କରତେ ହେଁ ଗାଇ ସେ ଅଭିନେତ୍ରୀ ଲିନା ଚନ୍ଦାଓ୍ୱରକରଙ୍କୁ ଏତେ ପ୍ରଭାବିତ କରିଥିଲେ ଯେ, ଲିନା କହିଥିଲେ, ଏ ଗୀତ ବାରମ୍ୱାର ଜ୍ୟୋତିଙ୍କ କଣ୍ଠରେ ହିଁ ସେ ଶୁଣିବାକୁ ପସନ୍ଦ କରିବେ। ଗ୍ରାଣ୍ଡ ଫାଇନାଲରେ ଜଜ୍ ଶ୍ରେୟା ଘୋଷାଲ ଓ ବାଦଶାହାଙ୍କ ସହ ଉଷା ଉଥପ, ଉଦିତ ନାରାୟଣ, ପାପୋନ, କୁମାର ସାନୁ, ଶେହନାଜ ଗିଲ୍ ଓ ଉର୍ମିଳା ମାତୋନ୍ଦକରଙ୍କ ଭଳି ବଡ଼ ସେଲିବ୍ରିଟି ସାମିଲ ହୋଇଥିଲେ। ବିଜୟୀ ଘୋଷଣା ମାତ୍ରେ ଜୟ ଜଗନ୍ନାଥ କହିଥିଲେ ଜ୍ୟୋତି। ଆଉ ବେଶ୍ ଭାବବିହ୍ୱଳ ହୋଇପଡ଼ିଥିଲେ।
