ମହାପ୍ରଭୁଙ୍କୁ ଦର୍ଶନ କଲେ ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀ ନାୟକ
ମହାପ୍ରଭୁଙ୍କୁ ଦର୍ଶନ କଲେ ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀ ନାୟକ । ମହାପ୍ରଭୁଙ୍କୁ ସମର୍ପଣ କଲେ ଟାଇଟଲ୍ ବିଜୟ, ଗାଇଲେ ଲୋକପ୍ରିୟ ଭଜନ “ଚାରି ଧାମ ଭିତରେ ଗୋଟିଏ ଧାମ” ।
S
By Subhadra DasPublished: Jul 29, 2026, 11:33 AM •1 min read •10 Views
ପୁରୀ: ଇଣ୍ଡିଆନ୍ ଆଇଡଲ୍ ଟାଇଟଲ୍ ବିଜେତା ତଥା ଓଡ଼ିଆ ଗାୟିକା ଜ୍ୟୋତିର୍ମୟୀ ନାୟକ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ଦର୍ଶନ ପରେ ସେ ବେଶ୍ ଭାବବିହ୍ୱଳ ହୋଇପଡ଼ିଥିଲେ। ସିଂହଦ୍ୱାର ସମ୍ମୁଖରେ ସେ ନିଜର ଲୋକପ୍ରିୟ ଭଜନ “ଚାରି ଧାମ ଭିତରେ ଗୋଟିଏ ଧାମ” ଗାଇ ଉପସ୍ଥିତ ଭକ୍ତମାନଙ୍କ ମନ ଜିଣିଥିଲେ। ପ୍ରତିକ୍ରିୟା ଦେଇ ଜ୍ୟୋତିର୍ମୟୀ କହିଛନ୍ତି, ଜୀବନର ପ୍ରତ୍ୟେକ ଉତ୍ଥାନ-ପତନରେ ତାଙ୍କର ମହାପ୍ରଭୁଙ୍କ ପ୍ରତି ଅଟୁଟ ବିଶ୍ୱାସ ରହିଛି। ଇଣ୍ଡିଆନ୍ ଆଇଡଲ୍ର ଥିଏଟର ରାଉଣ୍ଡ ସମୟରେ ଗଳା ବସିଯିବା ପରେ ସେ ସମ୍ପୂର୍ଣ୍ଣ ଭାବେ ମହାପ୍ରଭୁଙ୍କ ଶରଣାପନ୍ନ ହୋଇଥିଲେ। ପରବର୍ତ୍ତୀ ରାଉଣ୍ଡକୁ ଚୟନ ହେବା ପରେ ଥିଏଟର ରାଉଣ୍ଡରେ ବ୍ୟବହୃତ ମାଇକ୍କୁ ଶ୍ରୀଜଗନ୍ନାଥଙ୍କ ଚରଣରେ ସମର୍ପଣ କରିଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଇଣ୍ଡିଆନ୍ ଆଇଡଲ୍ର ଟାଇଟଲ୍ ବିଜୟ ମଧ୍ୟ ମହାପ୍ରଭୁଙ୍କ କୃପାର ଫଳ। ତେଣୁ ଏହି ସଫଳତାକୁ ସେ ଶ୍ରୀଜଗନ୍ନାଥଙ୍କ ଚରଣରେ ସମର୍ପଣ କରିଛନ୍ତି।
S
Subhadra DasContent Writer
Comments0
Leave a Reply
Loading comments...
