Jeypore police:ଜୟପୁର ପୋଲିସ ୧୫ଟି ଚୋରା ମୋଟରସାଇକେଲ ଜବତ କରିଛି
ଜୟପୁର ଟାଉନ୍ ପୋଲିସକୁ ମିଳିଛି ବଡ଼ ସଫଳତା | ୧୫ଟି ଚୋରା ମୋଟରସାଇକେଲ ଜବତ କରି ୨ ଅଭିଯୁକ୍ତ ଗିରଫ କରିଛି ପୋଲିସ |
P
By Priti Chhanda BeheraPublished: Oct 10, 2026, 07:27 PM •1 min read •2 Views

ଜୟପୁର:ଅନେକ ଦିନ ଧରି ମୋଟରସାଇକେଲ ଚୋରି ହେବାର ଅଭିଯୋଗ ଆସୁଥିବାବେଳେ ଜୟପୁର ଟାଉନ୍ ପୋଲିସକୁ ମିଳିଛି ବଡ଼ ସଫଳତା | ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୫ଟି ଚୋରା ମୋଟରସାଇକେଲ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ଟାଉନ୍ ପୋଲିସ | ଅଭିଯୁକ୍ତ ମାନେ ହେଲେ ଜୟପୁର ହାନାଗୁଡ଼ା ଅଞ୍ଚଳ ର ରାହୁଲ ବାଘ ଅନ୍ୟଜଣେ ହେଉଛନ୍ତି ନନ୍ଦପୁର ଅଞ୍ଚଳ ର ବଳଭଦ୍ର ପାଙ୍ଗି | ବିଗତ ମାସ ୨୮.୦୯.୨୦୨୬ ଅପରାହ୍ନରେ କୋଣାର୍କ ମେଡିକାଲ୍ ଷ୍ଟୋର୍ ସାମ୍ନାରୁ ଛତିଶଗଡ଼ର ଭାବେଶ ବର୍ମାଙ୍କ ଏକ ହିରୋ ସ୍ପେଣ୍ଡର ଗାଡ଼ି (CG 17 LE 8810) ଚୋରି ହୋଇଥିଲା ଏବଂ ସେହି ଘଟଣା ର ତଦନ୍ତ ବେଳେ ପୋଲିସ ହାତରେ ଲାଗିଥିଲେ ଏହି ଦୁଇ ବାଇକ ଚୋର | ତଦନ୍ତ ପରେ ପୋଲିସ ସମୁଦାୟ 15 ବାଇକ ଜବତ କରିବା ସହ ଅପରାଧି ଙ୍କୁ କୋର୍ଟ ଚାଳାଣ କରିଛି | ତେବେ ଏନେଇ ଅଧିକ ଖୋଳତାଡ଼ କରୁଛି ପୋଲିସ |
Comments0
Leave a Reply
Loading comments...
