ପିଏମ ଭାବେ ରେକର୍ଡ ରଚିଲେ ମେଲୋନି..
ଏହି ଉପଲବ୍ଧି ତାଙ୍କ ନେତୃତ୍ୱରେ ଇଟାଲିର ଜନତାଙ୍କ ଭରସା ଓ ବିଶ୍ୱାସକୁ ଦର୍ଶାଉଛି। ଦୁଇ ଦେଶ ଭିତରେ ଘନିଷ୍ଠ ସହଯୋଗ ଜାରି ରହିବ ବୋଲି ଆଶା କରିଛନ୍ତି ମୋଦି। ସେପ୍ଚେମ୍ୱର ୪ରେ ଅର୍ଥାତ ଆଜି ଇଟାଲି ପିଏମ୍ ଜର୍ଜିଆ ମେଲୋନିଙ୍କ ସରକାର ଲଗାତାର ୧୪୧୩ ଦିନ ପୁରା କରିଛନ୍ତି।

ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦେଶରେ ଯୁଦ୍ଧ ପରେ ଆଜିପର୍ଯ୍ୟନ୍ତ ଲଗାତାର ପ୍ରଧାନମନ୍ତ୍ରୀ ପଦରେ ରହିବାର ରେକର୍ଡ ରଚିଲେ। ଏହି ଖାସ୍ ଉପଲବ୍ଧିରେ ଭାରତର ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଶୁଭେଛା ଜଣାଇଛନ୍ତି। ମୋଦି କହିଛନ୍ତି, ଇଟାଲୀରେ ଯୁଦ୍ଧ ପରେ ଇତିହାସରେ ସବୁଠୁ ଲମ୍ୱା ସମୟ ଯାଏ ଲଗାତାର ପ୍ରଧାନମନ୍ତ୍ରୀ ପଦରେ ରହିବାରେ ତାଙ୍କ ବନ୍ଧୁ ମିଲୋନିଙ୍କୁ ଅନେକ ଶୁଭେଛା। ଏହି ଉପଲବ୍ଧି ତାଙ୍କ ନେତୃତ୍ୱରେ ଇଟାଲିର ଜନତାଙ୍କ ଭରସା ଓ ବିଶ୍ୱାସକୁ ଦର୍ଶାଉଛି। ଦୁଇ ଦେଶ ଭିତରେ ଘନିଷ୍ଠ ସହଯୋଗ ଜାରି ରହିବ ବୋଲି ଆଶା କରିଛନ୍ତି ମୋଦି। ସେପ୍ଚେମ୍ୱର ୪ରେ ଅର୍ଥାତ ଆଜି ଇଟାଲି ପିଏମ୍ ଜର୍ଜିଆ ମେଲୋନିଙ୍କ ସରକାର ଲଗାତାର ୧୪୧୩ ଦିନ ପୁରା କରିଛନ୍ତି। ମେଲୋନି ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିୟୋ ବର୍ଲୁସ୍କୋନଙ୍କ ରେକର୍ଡକୁ ପଛରେ ପକାଇଦେଲେ। ବର୍ଲୁସ୍କୋନିଙ୍କ ଦ୍ୱିତୀୟ ସରକାର ୨୦୦୧ରୁ ୨୦୦୫ ଭିତରେ ଲଗାତାର ୧୪୧୨ ଦିନ ଯାଏ ସତ୍ତାରେ ରହିଥିଲେ। ପୋଷ୍ଟ ଓ୍ୱାର ଇତିହାସରେ ସବୁଠୁ ଲମ୍ୱା ସମୟ ପିଏମ ରହିଲେ ମେଲୋନି। ଏହି ରେକର୍ଡକୁ ଚଳିତ ବର୍ଷ ଜୁନରେ ମୋଦି ହାସଲ କରିଥିଲେ। ମୋଦିଙ୍କ ନାଁରେ ଭାରତରେ ଲମ୍ୱାସମୟ ଧରି ନିରନ୍ତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ରହିବାର ରେକର୍ଡ ରହିଛି। ଇଟାଲିରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ରାଜନୀତିକ ଅସ୍ଥିରତାର ଲମ୍ୱା ଇତିହାସ ରହିଛି। ପ୍ରାୟ ୮୦ ବର୍ଷ ଭିତରେ ୬୮ ସରକାର ଗଠନ ହୋଇଛି। ଗୋଟିଏ କ୍ୟାବିନେଟର ତ କାର୍ଯ୍ୟକାଳ ମାତ୍ର ୧୪ ମାସ ତିଷ୍ଠିଥିଲା। ଏମିତିରେ ମେଲୋନି ଲଗାତାର ସତ୍ତାରେ ରହିବା ରାଜନୈତିକ ସ୍ଥିରତାର ମହତ୍ତ୍ୱପୂର୍ଣ୍ଣ ଦିଗ ବୋଲି କୁହାଯାଉଛି।
