IPS BUSHRA BANO:ମହିଳା ଆଇପିଏସଙ୍କ ଧାର୍ମିକ ସମ୍ୱୋଧନ- ଚର୍ଚ୍ଚାରେ ବୁଶରା ବାନୋ
ସୋସିଆଲ ମିଡିଆରେ ଏହାକୁ ନେଇ ତାଙ୍କୁ ଲୋକେ ଟ୍ରୋଲ କରିଛନ୍ତି। ଜୟହିନ୍ଦ୍ ଓ ବନ୍ଦେ ମାତରମ କହିବା ଛାଡ଼ି ଜଣେ ଆଇପିଏସ ସଲାମ ଓ୍ୱାଲେକୁମ୍ କହୁଛନ୍ତି। ହିନ୍ଦୁ ଲିଗାଲ ଫଣ୍ଡ ପକ୍ଷରୁ ଅଭିଯୋଗରେ କୁହାଯାଇଛି, ଜଣେ କର୍ତ୍ତବ୍ୟରତ ପୁଲିସ ଅଧିକାରୀ ସାର୍ବଜନୀନ ବୟାନ ଦେବା ବେଳେ ଧାର୍ମିକ ଶବ୍ଦର ବ୍ୟବହାର କେମିତି କରୁଛନ୍ତି।

ଗୋଟିଏ ଭିଡ଼ିଓକୁ ନେଇ ଏବେ ଚର୍ଚ୍ଚାରେ ଆଇପିଏସ ବୁଶରା ବାନୋ। ଘର ଓ ପିଲାଙ୍କ ଦାୟିତ୍ୱ ସହ ସାଉଦିଆରବରେ ପ୍ରଫେସର ଚାକିରୀ ଛାଡ଼ି ସିଭିଲ ସର୍ଭିସ ଲାଗି ପ୍ରସ୍ତୁତି କରିଥିଲେ। ୨ଥର ୟୁପିଏସସି ପରୀକ୍ଷା ପାସ୍ କରିଛନ୍ତି ବାନୋ। ଆଉ ଏକ ଭିଡ଼ିଓରେ ସେ ନିଜର ୟୁପିଏସସିର ଯାତ୍ରା କେମିତି ଥିଲା, ତାକୁ କହିଥିଲେ। ଏହା ସହ ଆଲିଗଡ଼ ମୁସଲିମ ୟୁନିଭରସିଟି (AMU) ର ରେସିଡେନ୍ସିଆଲ କୋଚିଂ ଏକାଡେମୀ ବାବଦରେ କହିଥିଲେ। ସେ କହିଥିଲେ ୟୁପିଏସସି ପରୀକ୍ଷା ପ୍ରସ୍ତୁତି ବେଳେ ତାଙ୍କ ସ୍ୱାମୀଙ୍କ ସମ୍ପୂର୍ଣ୍ଣ ସମର୍ଥନ ଓ ସହଯୋଗ ମିଳିଥିଲା। ଆଉ ତାଙ୍କ ସ୍ୱପ୍ନ ସାକାର ଲାଗି ତାଙ୍କ ସ୍ୱାମୀ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ୨୦୧୮ରେ ସେ ଦ୍ୱିତୀୟ ଥର ମାଆ ହେବା ପରେ ସମସ୍ତଙ୍କୁ ଲାଗିଥିଲା, ଏବେ ସେ ପ୍ରତିଯୋଗିତାମୂଳକ ପରୀକ୍ଷାରୁ ଦୂରେଇଯିବେ। କାରଣ ପିଲାଙ୍କ ଦାୟିତ୍ୱ ବଢ଼ିବାରୁ ପ୍ରସ୍ତୁତି ବି ଅଧିକ ମୁସ୍କିଲ ହୋଇପଡ଼ିବ। କିନ୍ତୁ ବାନୋ ପ୍ରସ୍ତୁତି ଜାରି ରଖିଲେ ଓ ଅଲ ଇଣ୍ଡିଆ ରାକିଂରେ ତାଙ୍କର ସ୍ଥାନ ରହିଲା ୨୭୭ରେ। ଏହି ସଫଳତା ପରେ ସେ IRTS ବା ଭାରତୀୟ ରେଳ ଯାତାୟତ ସେବାରେ ଯୋଗ ଦେଇଥିଲେ। ହେଲେ ତାଙ୍କର ଲକ୍ଷ୍ୟ ଥିଲା ପୁଲିସ ସେବାରେ। ସେଥିଲାଗି ସେ ଦ୍ୱିତୀୟ ଥର ୟୁପିଏସସି ପରୀକ୍ଷା ଦେଇ ୨୩୪ତମ ରାଂକ ହାସଲ କରିଥିଲେ। ଆଉ ଆଇପିଏସ ଲାଗି ଚୟନ ହୋଇଥିଲେ। ସେ ୟୁପିର ଏସଡିଏମ ପଦରେ ବି କାମ କରିଥିଲେ। ତେବେ ପ୍ରେରଣାଦାୟୀ ଭିଡ଼ିଓ ପୋଷ୍ଟ ବେଳେ ସେ ଇନସାଆଲ୍ଲାହ ଓ ଅସଲାମ ଓ୍ୱାଲେକୁମ ଭଳି ସମ୍ୱୋଧନ କରିବାରୁ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ତାଙ୍କ ବିରୁଦ୍ଧରେ ପଶ୍ଚିମବଙ୍ଗ ଗୃହ ସଚିବଙ୍କ ପାଖରେ ଅଭିଯୋଗ ହୋଇଛି। ସେ ଏ ଭିଡ଼ିଓରେ ଅଳ୍ପସଂଖ୍ୟକଙ୍କ ଲାଗି ଆଲିଗଡ଼ ମୁସଲିମ ୟୁନିଭରସିଟିରେ ଚାଲିଥିବା ମାଗଣା ୟୁପିଏସସି କୋଚିଂ ବାବଦରେ କହିଥିଲେ। ହେଲେ ସମ୍ୱୋଧନ ବେଳେ ଇନସାଆଲ୍ଲାହ ଓ ଅସଲାମ ଓ୍ୱାଲେକୁମ ଭଳି ଶବ୍ଦର ବ୍ୟବହାର କରିଥିଲେ। ସୋସିଆଲ ମିଡିଆରେ ଏହାକୁ ନେଇ ତାଙ୍କୁ ଲୋକେ ଟ୍ରୋଲ କରିଛନ୍ତି। ଜୟହିନ୍ଦ୍ ଓ ବନ୍ଦେ ମାତରମ କହିବା ଛାଡ଼ି ଜଣେ ଆଇପିଏସ ସଲାମ ଓ୍ୱାଲେକୁମ୍ କହୁଛନ୍ତି। ହିନ୍ଦୁ ଲିଗାଲ ଫଣ୍ଡ ପକ୍ଷରୁ ଅଭିଯୋଗରେ କୁହାଯାଇଛି, ଜଣେ କର୍ତ୍ତବ୍ୟରତ ପୁଲିସ ଅଧିକାରୀ ସାର୍ବଜନୀନ ବୟାନ ଦେବା ବେଳେ ଧାର୍ମିକ ଶବ୍ଦର ବ୍ୟବହାର କେମିତି କରୁଛନ୍ତି। ବୁଶରା ବାନୋ ୨୦୨୧ ବ୍ୟାଚର ଆଇପିଏସ। ସେ ହୁଗଳି ସୁରଲରେ ଏଏସପି ଭାବେ କାମ କରିବା ପରେ ନିକଟରେ ତାଙ୍କୁ ପଶ୍ଚିମ ମେଦିନାପୁରର ଖଡ଼ଗପୁରରେ ଅତିରିକ୍ତ ଏସପି ପଦକୁ ପଦୋନ୍ନତି ଦିଆଯାଇଛି।
