IPS BHANUPRATAP:ଆଇପିଏସଙ୍କ ଲଭମ୍ୟାରେଜ- ଏବେ ନ୍ୟାୟ ପାଇଁ ଥାନାରେ ପତ୍ନୀ
ତାଙ୍କର ୬ ବର୍ଷର ଝିଅକୁ ତାଙ୍କଠୁ ଜବରଦସ୍ତି ଛଡ଼ାଇ ରଖିବା ଓ ତାଙ୍କୁ ଘରୁ ବାହାର କରିଦେବା ଭଳି ସଙ୍ଗୀନ ଆରୋପ ଲଦିଛନ୍ତି ପୂଜା। ପୂଜାଙ୍କ ଆରୋପ ତାଙ୍କୁ ଘରେ ପୁରାଇ ଦିଆଯାଉନି। ଝିଅକୁ ଯେମିତି ଭେଟିପାରିବିନି, ସେଥିଲାଗି ଘର ବାହାରେ ଦୁଇ ମହିଳା ସିପାହୀଙ୍କୁ ନିୟୋଜିତ କରିଦେଇଛନ୍ତି ଭାନୁ।

ବିବାଦରେ ଆଇପିଏସ ଭାନୁପ୍ରତାପ ସିଂ। ଘରୁ ପଳାଇ ଯାହା ସହ ବିବାହ କରିଥିଲେ, ସେ ଏବେ ଭାନୁଙ୍କଠୁ ନ୍ୟାୟ ପାଇବାକୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପତ୍ନୀ ପୂଜା ଏବେ ଭାନୁଙ୍କ ବିରୁଦ୍ଧରେ ଏତଲା ଦେଇ ନ୍ୟାୟ ମାଗୁଛନ୍ତି। ଆଇପିଏସ ଭାନୁପ୍ରତାପ ସିଂ ବିହାରର ଖଗଡ଼ିଆରେ ଏସପି ଅଛନ୍ତି। ୨୦୨୧ ବ୍ୟାଚର ଆଇପିଏସ ଭାନୁପ୍ରତାପ ଓ ତାଙ୍କ ପତ୍ନୀ ପୂଜାଙ୍କ ଭିତରେ ଘରୋଇ ବିବାଦ ଏବେ ଅଧିକ ଗମ୍ଭୀର ହେଲାଣି। ତାଙ୍କର ୬ ବର୍ଷର ଝିଅକୁ ତାଙ୍କଠୁ ଜବରଦସ୍ତି ଛଡ଼ାଇ ରଖିବା ଓ ତାଙ୍କୁ ଘରୁ ବାହାର କରିଦେବା ଭଳି ସଙ୍ଗୀନ ଆରୋପ ଲଦିଛନ୍ତି ପୂଜା। ପୂଜାଙ୍କ ଆରୋପ ତାଙ୍କୁ ଘରେ ପୁରାଇ ଦିଆଯାଉନି। ଝିଅକୁ ଯେମିତି ଭେଟିପାରିବିନି, ସେଥିଲାଗି ଘର ବାହାରେ ଦୁଇ ମହିଳା ସିପାହୀଙ୍କୁ ନିୟୋଜିତ କରିଦେଇଛନ୍ତି ଭାନୁ। ୨୦୧୫ରୁ ଆରମ୍ଭ ହୋଇଥିବା ଲଭ ଷ୍ଟୋରୀ ଏବେ କାହିଁକି ଏତେ ବିବାଦ ଭିତରେ ପଶିଛି, ଆସନ୍ତୁ ଜାଣିବା। ୨୦୧୫ରେ ଭାନୁ ଓ ପୂଜାଙ୍କ ଭିତରେ ପ୍ରେମସମ୍ପର୍କ କୋଲକାତାରୁ ଆରମ୍ଭ ହୋଇଥିଲା। ପୂଜାଙ୍କ ଫୌଜି ମଉସାଙ୍କ ବନ୍ଧୁର ପୁଅ ଥିଲେ ଭାନୁ। ଏକ ପାରିବାରିକ କାର୍ଯ୍ୟକ୍ରମରେ ଉଭୟଙ୍କ ଭେଟ ହୋଇଥିଲା। ସେତେବେଳେ ଭାନୁପ୍ରତାପ ରାଜସ୍ଥାନର ଭରତପୁରରେ ଭଡ଼ା ଘରେ ରହି ୟୁପିଏସସି ପ୍ରସ୍ତୁତି କରୁଥିଲେ। ପୂଜା ଏକ ଘରୋଇ ସ୍କୁଲରେ ଶିକ୍ଷୟତ୍ରୀ ଥିଲେ। ହେଲେ ଉଭୟଙ୍କ ଭିତରେ ସମ୍ପର୍କକୁ ଘର ଲୋକେ ବିରୋଧ କରୁଥିଲେ। ପରିବାରର ବିରୋଧକୁ ଖାତିର ନ କରି ପୂଜା ଦିନେ ରାତିରେ ହାଓ୍ୱଡା- ଜୋଧପୁର ଏକ୍ସପ୍ରେସ ଟ୍ରେନ୍ ଧରି ଭରତପୁରରେ ଭାନୁଙ୍କ ପାଖରେ ପହଞ୍ଚିଥିଲେ। ଏହା ପରେ ଦୁହେଁ ୨୦୧୬ରେ ଲଭମ୍ୟାରେଜ କରିନେଲେ। ବିବାହରେ କେବଳ ପୂଜାଙ୍କ ପକ୍ଷରୁ ତାଙ୍କ ମାଆ ଓ ମାଉସୀଙ୍କ ପରିବାର ସାମିଲ ହୋଇଥିଲେ। ଅବଶ୍ୟ ଭାନୁଙ୍କ ପୁରା ପରିବାର ଉପସ୍ଥିତ ରହିଥିଲେ। ୨୦୨୦ରେ ଭାନୁପ୍ରତାପ ୟୁପିଏସସି କ୍ରାକ୍ କଲେ। ବିହାର କ୍ୟାଡ଼ରରେ ତାଙ୍କୁ ଆଇପିଏସ ଅଧିକାରୀ ଭାବେ ପୋଷ୍ଟିଂ ମିଳିଲା। ସେ ୩ଥର ୟୁପିଏସସି କ୍ରାକ୍ କରିଥିଲେ। ପ୍ରଥମେ ଇଣ୍ଡିଆନ ରେଲଓ୍ୱେ ପର୍ସନାଲ ସର୍ଭିସ ଲାଗି ଚୟନ ହୋଇଥିଲେ। ଏହା ପରେ ଦ୍ୱିତୀୟ ପ୍ରୟାସରେ ସେ ଭଲ ରାଂକ ସହ ଇଣ୍ଡିଆନ ଅଡିଟ୍ ଆଣ୍ଡ ଆକାଉଣ୍ଟସ ସର୍ଭିସ ଲାଗି ଜାଗା ପକ୍କା କଲେ। ଶେଷରେ ତୃତୀୟ ପ୍ରୟାସରେ ସେ ଆଇପିଏସ ହେଲେ। ସେହି ବର୍ଷ ତାଙ୍କର ଝିଅ ସନ୍ତାନ ଜନ୍ମ ହେଲା। ତେବେ ସଫଳତା ପରେ ପୂଜାଙ୍କ ପ୍ରତି ଥିବା ପୂର୍ବଭଳି ଭଲପାଇବା ତାଙ୍କର କମିବାରେ ଲାଗିଲା।
