Kanyakumari Madhumita 1cr Theft: ରିଲ୍ସ ଚକ୍କରରେ କୋଟିଏ ଟଙ୍କା ଚୋରି- ଅଡ଼ୁଆରେ ୟୁଟ୍ୟୁବର
ପ୍ରତି ମାସରେ ସେ କେତେ ସୁନା କିଣନ୍ତି, ତାକୁ ବି ଭିଡ଼ିଓରେ କହିଥାଆନ୍ତି। ଉଦ୍ଦେଶ୍ୟ ଥିଲା, ନିଜର ଲାଇଫଷ୍ଟାଇଲ ଜରିଆରେ ସୋସିଆଲ ମିଡିଆରେ ଥିବା ସାଙ୍ଗସାଥୀ ଓ ଫଲୋଅର୍ସଙ୍କୁ ପ୍ରଭାବିତ କରିବା। ହେଲେ ଏହି ଚକ୍କରରେ ପରିବାରକୁ କୋଟିଏ ଟଙ୍କାର କ୍ଷତି ସହିବାକୁ ପଡ଼ିଲା।

କନ୍ୟାକୁମାରୀ ଇନଫ୍ଲଏନ୍ସର ମଧୁମିତା ରିଲ୍ସରେ ନିଜର ଟଙ୍କା ଓ ସୁନା ଦେଖାଇଥିଲେ। ମାସକୁ ସେ କେତେ ସୁନା କିଣନ୍ତି, ତାକୁ ପୋଷ୍ଟ କରି ତାଙ୍କ ଫଲୋଅର୍ସଙ୍କୁ ଦେଖାଉଥିଲେ। ଆଉ ଏହି ରିଲ୍ସ ହିଁ ତାଙ୍କ ଲାଗି ଏବେ ମହଙ୍ଗା ସାବ୍ୟସ୍ତ ହେଲା। ତାଙ୍କ ଘରେ ପଶି ଆଲମିରା ଭାଙ୍ଗି ଚୋର ଲୁଟିନେଲେ ୧ କୋଟି ଟଙ୍କାର ଅଳଙ୍କାର। ରିଲ୍ସରେ ଦେଖାଉଥିଲେ କୋଟି କୋଟି ଟଙ୍କାର ସୁନା। ଶେଷରେ ଏହି ୟୁଟ୍ୟୁବରଙ୍କୁ ଘରୁ ଚୋର ନେଇଗଲେ ପ୍ରାୟ ୯ଶହ ଗ୍ରାମ ଗହଣା। ମଧୁମିତା ପ୍ରାୟ ସୁନାର ଗହଣା ଓ ଟଙ୍କାର ରିଲ୍ସ କରନ୍ତି। ୟୁଟ୍ୟୁବ ଓ ଇନଷ୍ଟାଗ୍ରାମ ରିଲ୍ସରେ ସୁନା ଓ ଟଙ୍କାର ବଣ୍ଡଲ ଦେଖାଇଥାଆନ୍ତି। ନିଜ ପିଲାଙ୍କ ଉପରେ ଟଙ୍କା ବର୍ଷାର ଭିଡ଼ିଓ ବି ଦେଖାନ୍ତି। ପ୍ରତି ମାସରେ ସେ କେତେ ସୁନା କିଣନ୍ତି, ତାକୁ ବି ଭିଡ଼ିଓରେ କହିଥାଆନ୍ତି। ଉଦ୍ଦେଶ୍ୟ ଥିଲା, ନିଜର ଲାଇଫଷ୍ଟାଇଲ ଜରିଆରେ ସୋସିଆଲ ମିଡିଆରେ ଥିବା ସାଙ୍ଗସାଥୀ ଓ ଫଲୋଅର୍ସଙ୍କୁ ପ୍ରଭାବିତ କରିବା। ହେଲେ ଏହି ଚକ୍କରରେ ପରିବାରକୁ କୋଟିଏ ଟଙ୍କାର କ୍ଷତି ସହିବାକୁ ପଡ଼ିଲା। କାରଣ ସୋସିଆଲ ମିଡିଆରୁ ଚୋରଙ୍କୁ ଏ କଥା ଜଣାପଡ଼ିଥିଲା। ଆଉ ସେମାନେ ଏହାର ଫାଏଦା ଉଠାଇନେଲେ। ଗୁରୁବାର ରାତିରେ ଯେତେବେଳେ ମଧୁମିତା ପରିବାର ସହ ସପିଂ ଟ୍ରିପରେ ଘରୁ ବାହାରିଥିଲେ। ଆଉ ଫେରି ଦେଖନ୍ତି ତ, ୧୨୦ ସାଭରେନ ସୁନାର ଅଳଙ୍କାର, ହୀରା ଅଳଙ୍କାର ଓ ୫୦ହଜାର ଟଙ୍କା ଗାଏବ ହୋଇଯାଇଛି। ବେଡରୁମରେ ଆଲମାରି ଭଙ୍ଗାଯାଇଥିଲା। କାମରେ ଘରୁ ବାହାରକୁ ଯାଇଥିଲା ବେଳେ କଳାକନା ବୁଲାଇନେଇଥିଲେ ଚୋର। କନ୍ୟାକୁମାରୀ ପୁଲିସ ଏହାର ତଦନ୍ତ କରୁଛି। ମଧୁମିତା ନାଗରକୋଇଲ ପାଖ ଥମାଥୁକୋନମରେ ରୁହନ୍ତି। ତାଙ୍କ ସ୍ୱାମୀ ବିନୋଦ କୁମାର ଜଣେ ବ୍ୟବସାୟୀ। ପୁଲିସ ଘଟଣାସ୍ଥଳରେ ଯାଇ ଦେଖିଥିଲା ଯେ, ଘର ପଛପଟ ଗେଟର ତାଲା ଭାଙ୍ଗି ଚୋର ପଶିଥିଲେ। ଚୋରଙ୍କୁ ଧରିବାକୁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି।
